ପ୍ରମୂଖ ଖବର
  • ନନ୍ଦନକାନନରେ ସିଂହ ଆକାଶର ମୃତ୍ୟୁ
  • ||
  • ଭୁବନେଶ୍ଵର : ORERAର ନୂତନ ଅଧ୍ୟକ୍ଷ ଅସିତ ମହାପାତ୍ର, ରାଜେନ୍ଦ୍ର ମିଶ୍ର ଓ ଶ୍ୟାମସୁନ୍ଦର ଦାସଙ୍କୁ ସଦସ୍ୟ ଦାୟିତ୍ଵ
  • ||
  • ବହୁଚର୍ଚ୍ଚିତ ପାଟଣାଗଡ଼ ପାର୍ସଲ ବୋମା ମାମଲା, ମେ ୨୮ରେ ରାୟ ଶୁଣାଇବେ ADJ କୋର୍ଟ
  • ||
  • ପଞ୍ଜାବରେ ମଦ ଟ୍ରାଜେଡ଼ି; ୫ ବର୍ଷରେ ଗଲାଣି ୧୭୬ ଜୀବନ
  • ||
  • ବିଏସ୍‌ଏଫ ଯବାନକୁ ଛାଡ଼ିଲା ପାକିସ୍ତାନ, ୨୦ ଦିନ ପରେ ପାକ୍ ଜେଲରୁ ମୁକ୍ତ ହେଲେ ପୂର୍ଣ୍ଣମ କୁମାର
  • ||
  • ନାଳ ଉପରୁ ଜବରଦଖଲ ଉଚ୍ଛେଦ, କାର୍ଯ୍ୟନିର୍ବାହୀ ଅଧିକାରୀ ଓ ସାଲୁଜା ମୁହାଁମୁହିଁ
  • ||
  • ‘ଅପରେସନ ସିନ୍ଦୂର’ ପରେ ଆଜି ବସିବ CCSର ପ୍ରଥମ ବୈଠକ, ପାକିସ୍ତାନକୁ ନେଇ ନିଆଯାଇପାରେ ବଡ଼ ନିଷ୍ପତ୍ତି...
  • ||
  • ବୁଧବାର ବସିବ ରାଜ୍ୟ କ୍ୟାବିନେଟର ବୈଠକ, ବିଭିନ୍ନ ବିଭାଗର ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବରେ ବାଜିପାରେ ମୋହର
  • ||
  • ଗଞ୍ଜାମ : ଡାଲା ଅଟୋ ଓଲଟି ଦୁଇ ମୃତ, ୧୪ ଆହତ
  • ||
  • ଅନୁଗୁଳ : ବିଲକୁ ଯାଇଥିବା ବେଳେ ପଡ଼ିଲା ଚଡ଼କ, ବଜ୍ରାଘାତରେ ବାପ-ପୁଅ ମୃତ
  • ||
  • ଆନନ୍ଦପୁର : ଅଗ୍ନିକାଣ୍ଡରେ ଜଳିଗଲା ୩ ବଖରା ଘର, ଅଳ୍ପକେ ବର୍ତ୍ତିଲେ ପରିବାର ଲୋକେ
  • ||
  • ରଥଖଳା ହାଲ୍‌ଚାଲ୍‌...ଆଜି ପ୍ରସ୍ତୁତ ହେବ ୩ ନାହାକା ଚକ, ଭଉଁରି ଯାତ୍ରାରେ ଡ଼େରା ହେବ ଚକ ଅଖ
  • ||
  • ଦିନରେ ତାତି, ସନ୍ଧ୍ୟାରେ କାଳବୈଶାଖୀ: ଆସନ୍ତା ୩ ଦିନରେ ୩ ଡିଗ୍ରୀ ବଢ଼ିପାରେ ତାପମାତ୍ରା, ୧୮ ଜିଲ୍ଲାରେ ଘଡ଼ଘଡି ସହ ବର୍ଷିବ
  • ||

ବଜ୍ରାଘାତରେ ଚାଲିଗଲା ବାପା- ଝିଅଙ୍କ ସମେତ ୩ଜଣଙ୍କ ଜୀବନ, ଦୁଇ ଗୁରୁତର

Published By : Prameya | May 14, 2025 6:49 PM

କୋରାପୁଟ/ମୋହନା,୧୪/୫ : ପଟ୍ଟାଙ୍ଗି  ବ୍ଲକ  ଅଧିନସ୍ଥ   ଆମ୍ପାବାଲି  ପଂଚାୟତର କନ୍ଧପୁଟାବନ୍ଧ ଗ୍ରାମରେ ବଜ୍ରାଘାତରେ ୩ଜଣଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ଜଣେ ମହିଳା, ଜଣେ ନାବାଳିକା ଓ  ଗୋଟିଏ  ପୁରୁଷ ଅଛନ୍ତି । ମୃତକ ହେଲେ ଗେମେଲ ତୁମ୍ବାଇ(୫୮), ଗେମେଲ କମି (୧୩), ଗେମେଲ କ୍ରିଷ୍ଣା(୪୭) । ନାବାଳିକା ଗେମେଲ କମି ଓ ଗେମେଲ କ୍ରିଷ୍ଣା ସମ୍ପର୍କରେ ବାପ ଝିଅ ବୋଲି ଜଣାପଡ଼ିଛି।ଖବରପାଇ ସୁଙ୍କି ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି ।  

ସୂଚନା ଅନୁସାରେ, ସକାଳ ସମୟରେ ୩ଜଣ ସମସ୍ତେ ଚାଷ ଜମିରେ କାମ କରିବାକୁ ଯାଇଥିଲେ । ଏହି ସମୟରେ ହଠାତ୍ କାଳ ବୈଶାଖୀ ଘୋଟି ଆସିଥିଲା । ଫଳରେ ଉଭୟ ତିନି ଜଣ ଯାଇ ଚାଷ ଜମି ନିକଟରେ ଥିବା ଗଛ ତଳେ ଆଶ୍ରୟ ନେଇଥିଲେ । ଠିକ୍ ଏତିକିବେଳେ ଏକ ବଜ୍ରାଘାତ ହୋଇଥିଲା । ଯାହା ଫଳରେ ସମସ୍ତେ ସେହିଠାରେ ହିଁ ଟଳିପଡ଼ିଥିଲେ । 

ଏହି ଘଟଣାରେ ତହସିଲଦାର ମୃତ ବ୍ୟକ୍ତିଙ୍କ ପରିବାରକୁ ରେଡକ୍ରସ ପକ୍ଷରୁ ୧୦,୦୦୦ଟଙ୍କା ଜରୁରୀକାଳୀନ ସହାୟତା ରାଶି ଓ ହରିଶ୍ଚନ୍ଦ୍ର ଯୋଜନାରେ ୩ହଜାର ଟଙ୍କା ଯୋଗାଇ ଦେଇଥିବା ଜଣା ପଡ଼ିଛି। ଖବରପାଇ ସୁଙ୍କି ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ଆଣିଥିଲେ । ଶବ ବ୍ୟବଛେଦ ପରେ ମୃତକଙ୍କ ପରିବାରକୁ ସରକାରଙ୍କ ତରଫରୁ ୪ଲକ୍ଷ ଟଙ୍କା ସହାୟତା ରାଶି ପ୍ରଦାନ କରାଯିବ ବୋଲି ତହସିଲଦାର ଦେବେନ୍ଦ୍ର ଧାରୁଆ କହିଛନ୍ତି । 

ସେହିଭଳି ଘନ ଘନ ବଜ୍ରପାତ ଯୋଗୁଁ ଦୋହଲିଲା ଗଜପତି ଜିଲ୍ଲା ମୋହନା l ବୁଧବାର ମଧ୍ୟାହ୍ନ ପର୍ଯ୍ୟନ୍ତ ପାଗ ଶୁଖିଲା ଥିବା ସହ ସାମାନ୍ୟ ଗୁଳଗୁଲି ହେଉଥିଲା l ତେବେ ଅପରାହ୍ନ ପ୍ରାୟ ସାଢେ ୨ଟାରେ ଅଚାନକ ପାଗ ବଦଳିବା ସହ ପବନ ବର୍ଷା ଆରମ୍ଭ ହୋଇଥିଲା l ପବନ ସହ ବର୍ଷା ସାଙ୍ଗକୁ ଘନ ଘନ ବଜ୍ରପାତରେ ଭୟଭୀତ ହୋଇଯାଇଥିଲେ ଲୋକେ l ବଜ୍ରପାତର ପ୍ରଚଣ୍ଡ ଶବ୍ଦରେ ଦୋହଲି ଯାଇଥିଲା ମୋହନା l ସେହିପରି ଚାନ୍ଦିପୁଟ, ଚନ୍ଦ୍ରଗିରି ଓ ଅଡ଼ବା ଅଞ୍ଚଳରେ ମଧ୍ୟ ବର୍ଷା ସହ ବଜ୍ରପାତ ହୋଇଛି l ତେବେ ବଜ୍ରପାତରେ କେଉଁଠି କିଛି କ୍ଷତି ହୋଇନଥିବା ଜଣାପଡ଼ିଛି l  

ଅନ୍ୟପଟେ ବଜ୍ରପାତରେ ଗୋଟିଏ ପରିବାରର ଦୁଇ ଜା ଗୁରୁତର ହୋଇଛନ୍ତି l ଏଭଳି ଘଟଣା ଘଟିଛି ଗଜପତି ଜିଲ୍ଲା ଅଡବା ଥାନା ଡକରପଙ୍କl ଗାଁରେ l ଗୁରୁତର ଦୁଇ ଜା ହେଲେ ମାଜିନି ରଇତ ଓ ଅନାମି ରଇତ l ଦୁଇ ଗୁରୁତରଙ୍କୁ ପରିବାର ଲୋକେ ପ୍ରଥମେ ବିରିକୋଟି ପରେ ମୋହନା ମେଡିକାଲରେ ଭର୍ତ୍ତି କରିଛନ୍ତି l ଦୁଇ ଜା ବାଡ଼ିପଟେ ଥିବାବେଳେ ବଜ୍ରପାତ ହୋଇଥିଲା l ଫଳରେ ବେହୋସ ହୋଇ ତଳେ ପଡିଯାଇଥିଲେ ଦୁଇ ଜା l 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.