ସମ୍ବଲପୁର, ୧୪।୫ : ଦିଲ୍ଲୀରୁ ଆନ୍ତଃରାଜ୍ୟ ଡକାୟତ ଗ୍ୟାଙ୍ଗର ମାଷ୍ଟରମାଇଣ୍ଡ୍ ଗିରଫ। ଦୁର୍ଦ୍ଦାନ୍ତ ଅପରାଧୀ ମହମ୍ମଦ ଆଖଲ୍କକୁ ଗିରଫ କଲା ସମ୍ବଲପୁର ପୋଲିସ। ଅଭିଯୁକ୍ତ ନିକଟରୁ ଗୋଟିଏ ପିସ୍ତଲ, ୧୨ ରାଉଣ୍ଡ ଗୁଳି ଓ ଲୁଟରେ ବ୍ୟବହୃତ ଗ୍ୟାସ କଟର, ଯନ୍ତ୍ରପାତି ଅନ୍ୟାନ୍ୟ ସାମଗ୍ରୀ ଜବତ ହୋଇଛି।
ମହମ୍ମଦ ଆଖଲ୍କ ନାମରେ ଓଡ଼ିଶାର ବିଭିନ୍ନ ସ୍ଥାନରେ ୧୧ରୁ ଅଧିକ ଡକାୟତି ମାମଲା ରହିଛି। ପଶ୍ଚିମ ଓଡ଼ିଶାର ୪ ଜିଲ୍ଲା ସମେତ ଦିଲ୍ଲୀ, ମିରଟ ଓ ଡେରାଡୁନର ଏକାଧିକ ସ୍ଥାନରେ ୪୦ରୁ ଅଧିକ ଡକାୟତି ମାମଲା ରହିଛି। ୧୯୯୨ ମସିହାରୁ ଅପରାଧ ଜଗତରେ ସାମିଲ ହୋଇଥିବା ମହମ୍ମଦ ଆଖଲ୍କକୁ କ୍ଷେତରାଜପୁର ଥାନାରେ ଥିବା ଏକ ମାମଲାରେ ଗିରଫ କଲା ସମ୍ବଲପୁର ପୋଲିସ। ଏହି ମାମଲାରେ ଅନ୍ୟ ୨ ସହଯୋଗୀ ଅଭିଯୁକ୍ତ ଫେରାର ଅଛନ୍ତି।