ନୂଆପଡ଼ା,୧୩/୦୫: ନୂଆପଡ଼ା ରେଞ୍ଜ ଧରମବନ୍ଧା ବିଟ ପଣ୍ଡରିପାଣି ଗାଁରେ ବାଘ ଆତଙ୍କ । ରାତିରେ ଏକ କଲରାପତରିଆ ବାଘ ଗୁହାଳକୁ ପଶି ଗାଈକୁ କରିଛି ଶିକାର । ତେବେ ଗତକାଲି ସନ୍ଧ୍ୟାରେ ପଣ୍ଡରିପାଣି ଗାଁର ମୁଞ୍ଚୁ ରାଉତ ନିଜ ଗୁହାଲରେ ଗାଈକୁ ବାନ୍ଧି ଶୋଇଥିଲେ । ବିଳମ୍ବିତ ରାତିରେ ଏକ କଲରାପତରିଆ ବାଘ ଗୁହାଳରେ ପଶି ଗାଈକୁ ଆକ୍ରମଣ କରିଥିଲା । ସେଠି ଗାଈ ରଡି ଛାଡିବାରୁ ପରିବାର ଲୋକେ ଉଠି ଯାଇଥିଲେ ।
ଏହାପରେ ଗୁହାଳରେ ଟର୍ଚ୍ଚ ଲାଇଟ ମାରିବାରୁ ବାଘ ଗାଈକୁ ଛାଡ଼ି ଜଙ୍ଗଲକୁ ଚାଲି ଯାଇଥିଲା । କିନ୍ତୁ ବାଘ ଆକ୍ରମଣରେ ଗାଈର ମୃତ୍ୟୁ ହୋଇ ସାରିଥିଲା । ଏନେଇ ପରିବାର ଲୋକେ ବନ ବିଭାଗକୁ ଖବର ଦେଇଥିଲେ କି ଘଟଣାସ୍ଥଳରେ କୌଣସି ବନ କର୍ମଚାରୀ ପହଞ୍ଚିନଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ତେବେ କ୍ଷତିଗ୍ରସ୍ତ ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବାକୁ ଜିଲ୍ଲା ପ୍ରଶାସନ ନିକଟରେ ଦାବି କରିଛନ୍ତି ।