ପ୍ରମୂଖ ଖବର
  • ଆଣ୍ଡାମାନ ଛୁଇଁଲା ମୌସୁମୀ ବାୟୁ, ଅଗ୍ରସର ହେବାକୁ ପାଗ ଅନୁକୂଳ
  • ||
  • ଆକର୍ଷଣୀୟ ହେବ ସମ୍ବଲପୁର ଶୀତଳଷଷ୍ଠୀ ଯାତ୍ରା, ରାଜସ୍ବ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ
  • ||
  • ସାଉଥ୍‌ ବ୍ଲକ୍‌ରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ସମୀକ୍ଷା ବୈଠକ, CDS, ସେନା ମୁଖ୍ୟଙ୍କ ସହ ନୌସେନା ମୁଖ୍ୟ ମଧ୍ୟ ଉପସ୍ଥିତ
  • ||
  • ପ୍ରକାଶ ପାଇଲା ସିବିଏସ୍‌ସି ଯୁକ୍ତ ଦୁଇ ପରୀକ୍ଷା ଫଳ; ୮୮. ୩୯% ପାସ୍‌ହାର, ଝିଅଙ୍କୁ ଟପିଲେ ପୁଅ
  • ||
  • ନୂଆପଡ଼ା ଜିଲ୍ଲା ପଣ୍ଡରିପାଣି ଗାଁରେ ବାଘ ଆତଙ୍କ, ଗୁହାଲରେ ପଶି ଗାଈକୁ ଶିକାର କଲା
  • ||
  • ଜମ୍ମୁକାମୀର ସୋପିଆନରେ ସୁରକ୍ଷାକର୍ମୀ-ଆତଙ୍କବାଦୀ ମୁହାଁମୁହିଁ, ଏନ୍‌କାଉଣ୍ଟରରେ ଜଣେ ଆତଙ୍କୀ ନିହତ
  • ||
  • ପିପିଲିରେ ନାବାଳିକା ଦୁଷ୍କର୍ମ ଅଭିଯୋଗ, ଥାନାରେ ଫେରିବାଲା ଅଟକ
  • ||
  • ରାଜଧାନୀ ଭୁବନେଶ୍ବରରେ ‘ଆମ ବସ୍‌’ ସେବା ଠପ୍‌,ବିନା କାରଣରେ ଡ୍ରାଇଭର୍‌ ଓ କଣ୍ଡକ୍ଟର୍‌ଙ୍କୁ ମାଡ଼ ଅଭିଯୋଗରେ ଆନ୍ଦୋଳନ
  • ||
  • ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲା, ଆଜି ଶେଷ ପର୍ଯ୍ୟାୟ ଶୁଣାଣି
  • ||
  • ରାୟାଗଡ଼ ଲୁଟେରାଙ୍କ ଆତଙ୍କ, ଘରେ ପଶି ଦମ୍ପତିଙ୍କୁ ଆକ୍ରମଣ କରି ଲୁଟ କଲେ ସୁନା ଓ ରୁପା ଅଳଙ୍କାର
  • ||
  • ଇଣ୍ଡିଗୋ ପରେ ୮ଟି ସହରକୁ ଉଡ଼ାଣ ବାତିଲ କଲା ଏୟାର ଇଣ୍ଡିଆ
  • ||
  • ରାଜଧାନୀରେ ଆତଙ୍କ। ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ୮ ଦୁ‍ର୍ବୃତ୍ତ
  • ||
  • ମଙ୍ଗଳବାର ବାହାରିବ ସିବିଏସ୍‌ଇ ରେଜଲ୍ଟ ,ପୂର୍ବାହ୍ନରେ ଦଶମ ଶ୍ରେଣୀ ଓ ଅପରାହ୍ନରେ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ
  • ||
  • ରାଜ୍ୟରେ ପ୍ରଚଣ୍ଡ ତାତି, ୧୬ ଯାଏ ଭୀଷଣ ଗରମ ଓ ଗୁଳୁଗୁଳି; ଆଜି ଆଣ୍ଡାମାନ ଛୁଇଁପାରେ ମୌସୁମୀ ବାୟୁ
  • ||

ଭାଲୁଡିଗୀ ଜଙ୍ଗଲରେ ଦୁଇ ଦିନରେ ୨୭ ଜଣ ମାଓବାଦୀ ନିହତ ଘଟଣା : ନୂଆପଡା ଗସ୍ତରେ ଯିବେ ଡିଜିପି

Published By : Harapriya Sethi | January 22, 2025 10:53 AM

ନୂଆପଡ଼ା, ୨୨/୦୧: ନକ୍ସଲମୁକ୍ତ ଭାରତ ଦିଗରେ ସୁରକ୍ଷା ବହିନୀକୁ ବଡ଼ ସଫଳତା ମିଳିଛି । ଓଡିଶା ଛତିଶଗଡ ସୀମାନ୍ତବର୍ତ୍ତୀ କୁଲାଡୀଘାଟ ଭାଲୁଡିଗୀ ଜଙ୍ଗଲରେ ଦୁଇ ଦିନରେ ୨୭ ଜଣ ମାଓବାଦୀ ନିହତ ହୋଇଛନ୍ତି । ସେଥିପାଇଁ ବୁଧବାର ନୂଆପଡା ଜିଲ୍ଲାକୁ ଗସ୍ତ କରିବେ ଓଡିଶା ପୋଲିସ ମହା ନିର୍ଦ୍ଦେଶକ ୱାଇ ବି ଖୁରାନିଆ। ନୂଆପଡାରେ ପହଞ୍ଚି ସ୍ଥିତି ପରଖିବା ସହ ଜିଲ୍ଲା ପୋଲିସ ଆଧିକାରୀଙ୍କ ସହ ଅଧିକ ଆଲୋଚନା କରିବେ । 

ଉଭୟ ଛତିଶଗଡ ଓ ଓଡିଶା ରାଜ୍ୟର ଗରିଆବନ୍ଧ ଓ ନୂଆପଡା ସୁରକ୍ଷା ବାହିନୀ ପକ୍ଷରୁ ଆରମ୍ଭ ହୋଇ ଥିବା କୁମ୍ୱିଂ ଅପରେସନରେ ୩୬ ଘଣ୍ଟା ପରେ ନୂଆପଡା ଏସ୍‌ଓଜି ଟିମ୍‌ ଏବଂ ଗରିଆବନ୍ଧ ସୁରକ୍ଷା ବାହିନୀ ୨୭ ଜଣଙ୍କ ମଧ୍ୟରୁ ମୋଟ ୧୭ ଜଣଙ୍କ ମୃତଦେହ ଠାବ କରିଥିଲେ । ସର୍ଚ୍ଚ ଅପରେସନ ବର୍ତ୍ତମାନ ମଧ୍ୟ ଚାଲୁ ରହିଥିବା ବେଳେ ଆହୁରି ନକ୍ସଲି ମୃତଦେହ ଠାବ ହେବା ନେଇ ଅନୁମାନ କରାଯାଉଛି । ଏହି ସର୍ଚ୍ଚ ଅପରେସନ୍‌ରେ ବିପୁଳ ପରିମାଣର ଅସ୍ତ୍ର ଶସ୍ତ୍ର ମଧ୍ୟ ଜବତ କରାଯାଇଛି । ଏହି କାରଣରୁ ନୂଆପଡା ଜିଲ୍ଲାକୁ ବୁଧବାର ଗସ୍ତ କରିବେ ନୂଆପଡା ଓଡିଶା ଡିଜିପି ୱାଇ ବି ଖୁରାନିଆ । ସେଠାରେ ପହଞ୍ଚି ସର୍ଚ୍ଚ ଅପରେସନ୍‌ର ସ୍ଥିତି ପରଖିବା ସହ ଜିଲ୍ଲା ପୋଲିସ ଆଧିକାରୀଙ୍କ ସହ ଏହି ଘଟଣା ସମ୍ପର୍ତରେ ଅଧିକ ଆଲୋଚନା କରିବେ । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.