ପ୍ରମୂଖ ଖବର
  • ଆଣ୍ଡାମାନ ଛୁଇଁଲା ମୌସୁମୀ ବାୟୁ, ଅଗ୍ରସର ହେବାକୁ ପାଗ ଅନୁକୂଳ
  • ||
  • ଆକର୍ଷଣୀୟ ହେବ ସମ୍ବଲପୁର ଶୀତଳଷଷ୍ଠୀ ଯାତ୍ରା, ରାଜସ୍ବ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ
  • ||
  • ସାଉଥ୍‌ ବ୍ଲକ୍‌ରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ସମୀକ୍ଷା ବୈଠକ, CDS, ସେନା ମୁଖ୍ୟଙ୍କ ସହ ନୌସେନା ମୁଖ୍ୟ ମଧ୍ୟ ଉପସ୍ଥିତ
  • ||
  • ପ୍ରକାଶ ପାଇଲା ସିବିଏସ୍‌ସି ଯୁକ୍ତ ଦୁଇ ପରୀକ୍ଷା ଫଳ; ୮୮. ୩୯% ପାସ୍‌ହାର, ଝିଅଙ୍କୁ ଟପିଲେ ପୁଅ
  • ||
  • ନୂଆପଡ଼ା ଜିଲ୍ଲା ପଣ୍ଡରିପାଣି ଗାଁରେ ବାଘ ଆତଙ୍କ, ଗୁହାଲରେ ପଶି ଗାଈକୁ ଶିକାର କଲା
  • ||
  • ଜମ୍ମୁକାମୀର ସୋପିଆନରେ ସୁରକ୍ଷାକର୍ମୀ-ଆତଙ୍କବାଦୀ ମୁହାଁମୁହିଁ, ଏନ୍‌କାଉଣ୍ଟରରେ ଜଣେ ଆତଙ୍କୀ ନିହତ
  • ||
  • ପିପିଲିରେ ନାବାଳିକା ଦୁଷ୍କର୍ମ ଅଭିଯୋଗ, ଥାନାରେ ଫେରିବାଲା ଅଟକ
  • ||
  • ରାଜଧାନୀ ଭୁବନେଶ୍ବରରେ ‘ଆମ ବସ୍‌’ ସେବା ଠପ୍‌,ବିନା କାରଣରେ ଡ୍ରାଇଭର୍‌ ଓ କଣ୍ଡକ୍ଟର୍‌ଙ୍କୁ ମାଡ଼ ଅଭିଯୋଗରେ ଆନ୍ଦୋଳନ
  • ||
  • ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲା, ଆଜି ଶେଷ ପର୍ଯ୍ୟାୟ ଶୁଣାଣି
  • ||
  • ରାୟାଗଡ଼ ଲୁଟେରାଙ୍କ ଆତଙ୍କ, ଘରେ ପଶି ଦମ୍ପତିଙ୍କୁ ଆକ୍ରମଣ କରି ଲୁଟ କଲେ ସୁନା ଓ ରୁପା ଅଳଙ୍କାର
  • ||
  • ଇଣ୍ଡିଗୋ ପରେ ୮ଟି ସହରକୁ ଉଡ଼ାଣ ବାତିଲ କଲା ଏୟାର ଇଣ୍ଡିଆ
  • ||
  • ରାଜଧାନୀରେ ଆତଙ୍କ। ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ୮ ଦୁ‍ର୍ବୃତ୍ତ
  • ||
  • ମଙ୍ଗଳବାର ବାହାରିବ ସିବିଏସ୍‌ଇ ରେଜଲ୍ଟ ,ପୂର୍ବାହ୍ନରେ ଦଶମ ଶ୍ରେଣୀ ଓ ଅପରାହ୍ନରେ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ
  • ||
  • ରାଜ୍ୟରେ ପ୍ରଚଣ୍ଡ ତାତି, ୧୬ ଯାଏ ଭୀଷଣ ଗରମ ଓ ଗୁଳୁଗୁଳି; ଆଜି ଆଣ୍ଡାମାନ ଛୁଇଁପାରେ ମୌସୁମୀ ବାୟୁ
  • ||

ଖେଳପଡ଼ିଆ ପାଇଁ ୫ ଏକର ଜମି ଦାନ କ​‌ଲେ ସାବିତ୍ରୀ ମାଝୀ: ଗାଁରେ ପିଲା ଖେଳିବେ, କ୍ରୀଡ଼ା ପ୍ରତିଭା ବିକଶିତ ହେବେ

Published By : Prameya | February 28, 2025 2:46 PM

ନୂଆପଡ଼ା/ସିନାପାଲି, ୨୮/୦୨: ଆଜିର  ଦିନରେ ଜମି ପାଇଁ ଭାଇ-ଭାଇ, ବାପା-ପୁଅ ମଧ୍ୟରେ  କଳିଝଗଡ଼ା ହେଉଛି । ଜୀବନ ବି ଯାଉଛି । ରକ୍ତ  ସମ୍ପର୍କୀୟଙ୍କୁ ଲୋକେ ଇଞ୍ଚେ ଜମି ଛାଡୁନାହାନ୍ତି । କିନ୍ତୁ  ଖେଳର ବିକାଶ ପାଇଁ ୯୫ ବର୍ଷୀୟା ବୃଦ୍ଧା ସାବିତ୍ରୀ ମାଝି  ୫ ଏକର ଜମିଦାନ କରି ଉଦାହରଣ ସୃଷ୍ଟି କରିଛନ୍ତି ।   ଗାଁରେ ପିଲାମାନେ ଖେଳିବେ । କ୍ରୀଡ଼ା ପ୍ରତିଭା ବିକଶିତ  ହେବେ । ଗାଁ ସୁନାମ ଅର୍ଜନ କରିବ । ଏଭଳି ମହତ୍‌  ଚିନ୍ତାଧାରା ରହି ବହୁମୂଲ୍ୟ ୫ ଏକର ଜମିକୁ ଖେଳିବା  ପାଇଁ ଛାଡ଼ି ଦେଇଛନ୍ତି ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ  ସିଙ୍ଗଝର ଗାଁର ସାବିତ୍ରୀ ।  

କ୍ରୀଡ଼ା ପ୍ରତିଭାଙ୍କୁ ପ୍ରୋତ୍ସାହନ ଯୋଗାଇ ଦେବାରେ  ସିଙ୍ଗଝର ଗାଁରେ ସ୍ୱତନ୍ତ୍ର ପରିଚୟ ରହିଛି । ଦୀର୍ଘ ୪୦  ବର୍ଷ ହେଲା ଏଠାର ବିଭିନ୍ନ କ୍ରୀଡ଼ା ପ୍ରତିଯୋଗିତାର  ଆୟୋଜନ ହେଉଛି । ପ୍ରତିବର୍ଷ ଗାଁରେ ଆନ୍ତଃରାଜ୍ୟ  କ୍ରିକେଟ୍‌ ଟୁର୍ଣ୍ଣାମେଣ୍ଟ ସଫଳତାର ସହ ଆୟୋଜନ କରି  ଜିଲ୍ଲା ଓ ରାଜ୍ୟ ବାହାରେ ପ୍ରଶଂସା ସାଉଁଟୁଛନ୍ତି ଅଞ୍ଚଳର  ଉତ୍ସାହୀ ଯୁବକ । ହେଲେ ଗାଁରେ ଖେଳପଡ଼ିଆ ନ  ଥିବାରୁ ବ୍ୟକ୍ତିଗତ ଚାଷଜମିରେ ସେମାନେ କ୍ରୀଡ଼ାଭ୍ୟାସ  କରୁଥିଲେ । ଏଥିପାଇଁ ଜମି ମାଲିକଙ୍କଠାରୁ ଗାଳିଗୁଲଜ  ଶୁଣୁଥିଲେ । ତଥାପି ବର୍ଷବର୍ଷ ଧରି ଖେଳ ଅଭ୍ୟାସ  ଜାରି ରଖିଥିଲେ ।   

ଖେଳ ପଡ଼ିଆ ପାଇଁ ସରକାର ଓ ଜିଲ୍ଲା ପ୍ରଶାସନ  ନିକଟରେ ଅନେକ ଥର ଆବେଦନ କରିଥିଲେ ବି  ସବୁଥର ନିରାଶ ହେବାକୁ ପଡ଼ିଥିଲା । କ୍ରୀଡ଼ା ପ୍ରତି  ପ୍ରଶାସନର ଅବହେଳା ସାବିତ୍ରୀଙ୍କୁ ଆନ୍ଦୋଳିତ  କରିଥିଲା । ତେଣୁ ଖେଳପଡ଼ିଆ ପାଇଁ ସେ ବ୍ୟକ୍ତିଗତ ୫  ଏକର ଚାଷଜମି ଦାନ କରିବାକୁ ନିଷ୍ପତ୍ତି ନେଇଥିଲେ ।  ଇତିମଧ୍ୟରେ ସିନାପାଲି ବିଡିଓଙ୍କ ସହାୟତାରେ ରାଜ୍ୟ  ସରକାରଙ୍କୁ ଜମି ହସ୍ତାନ୍ତର ପ୍ରକ୍ରିୟା ଶେଷ ହୋଇଛି। ଖେଳାଳିମାନେ ଜମି ସମତୁଲ କରି ପଡ଼ିଆରେ ପରିଣତ  କରିଛନ୍ତି । ସେଠାରେ ନିୟମିତ କ୍ରୀଡ଼ାଭ୍ୟାସ ଅଭ୍ୟାସ  କରୁଛନ୍ତି । ସାବିତ୍ରୀଙ୍କ ଏଭଳି ଉତ୍ସର୍ଗୀକୃତ ମନୋଭାବକୁ  ଅଞ୍ଚଳବାସୀ ଭୁରିଭୁରି ପ୍ରଶଂସା କରିଛନ୍ତି । ସାବିତ୍ରୀଙ୍କ  ବଦାନ୍ୟତା ପାଇଁ ଗାଁର ପ୍ରେମଚାନ୍ଦ ବୈଠାରୁ, ସଞ୍ଜୟ  ବୈଠାରୁ, ଭୁବନ ବୈଠାରୁ କୃତଜ୍ଞତା ଜଣାଇଛନ୍ତି ।  ସାବିତ୍ରୀଙ୍କ ମହନୀୟତା ପ୍ରଶଂସାଯୋଗ୍ୟ ବୋଲି ଜିଲ୍ଲା  କ୍ରୀଡ଼ା ଅଧିକାରୀ ରାଜେନ୍ଦ୍ର ବଢ଼େଇ କହିଛନ୍ତି ।  

ସୂଚନାଯୋଗ୍ୟ, ସିଙ୍ଗଝର ଗାଁର ପୂର୍ବତନ  ଗୌନ୍ତିଆ ସ୍ୱର୍ଗତ ନୀଳାମ୍ବର ମାଝିଙ୍କ ବିଧବା ପତ୍ନୀ  ସାବିତ୍ରୀ । ସ୍ୱାମୀଙ୍କ ଦେହାନ୍ତ ଦୀର୍ଘଦିନ ତଳୁ ହୋଇଗଲାଣି । ସାବିତ୍ରୀଙ୍କ ବଡ଼ ପରିବାର । ୧୦  ପୁଅଝିଅ । ସମସ୍ତେ ବିବାହ କରି ସାରିଲେଣି । ତଥାପି  ଖେଳପଡ଼ିଆ ପାଇଁ ଜମି ଦେବାରେ କେହି ଆକଟ  କରି ନ ଥିଲେ । ଗୌନ୍ତିଆ ନୀଳାମ୍ବରଙ୍କ ୮୦ ଏକର  ଜମି ରହିଛି । ସେଥିରୁ ୫ ଏକର ମହତ୍‌ କାର୍ଯ୍ୟରେ ଲାଗିଥିବାରୁ ସପରିବାର ଖୁସିବ୍ୟକ୍ତ କରିଛନ୍ତି । ଜମିଦାନ  ସମ୍ପର୍କରେ ସାବିତ୍ରୀ କହିଛନ୍ତି, କ୍ରୀଡ଼ାର ଉନ୍ନତି ପାଇଁ  ପୂର୍ବପୁରୁଷଙ୍କ ଜମିଦାନ କରି ଆତ୍ମସନ୍ତୋଷ ମିଳିଛି ।  ଗାଁର ପିଲାମାନେ ପଡ଼ିଆରେ ଅଭ୍ୟାସ କରିବେ ।  ବାହାରେ ଖେଳି ସୁନାମ ଆଣିବେ । ତା’ଠାରୁ ବଡ଼  କଥା କ’ଣ ଅଛି ବୋଲି ସାବିତ୍ରୀ କହିଛନ୍ତି । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.