ଆନନ୍ଦପୁର,୧୫।୧୦ : ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ବିଚ୍ ରାସ୍ତାରେ ଯୁବକଙ୍କୁ ଠେଙ୍ଗାରେ ପିଟିପିଟି ହତ୍ୟା । ଘଟଣା ପରେ ଗ୍ରାମରେ ଉତ୍ତେଜନା ଦେଖା ଦେଇଛି। ଉତ୍ତ୍ୟକ୍ତ ଲୋକେ ଅଭିଯୁକ୍ତଙ୍କ ଘରେ ନିଆଁ ଲଗେଇ ଦେଇଛନ୍ତି। ଉତ୍ତେଜନା ଦେଖି ଘଟଣା ସ୍ଥଳରେ ବ୍ୟାପକ ପୋଲିସ୍ ଫୋର୍ସ ମୁତୟନ କରାଯାଇଛି। ଆନନ୍ଦପୁର ଉପଖଣ୍ଡ ରାମଚନ୍ଦ୍ରପୁର ଥାନା ପଣ୍ଡୁଆ ଗାଁରେ ଏହି ଘଟଣା ଘଟିଛି।
ଆନନ୍ଦପୁର ଉପଖଣ୍ଡ ରାମଚନ୍ଦ୍ରପୁର ଥାନା ପଣ୍ଡୁଆ ଗାଁ ଛକରେ ମଙ୍ଗଳବାର ସନ୍ଧ୍ୟାରେ ନିଜ ବାଇକ୍ ଉପରେ ଜଣେ ଯୁବକ ବସିଥିଲେ। ସେହି ସମୟରେ ଗାଁ ର ଅନ୍ୟ ଜଣେ ଯୁବକ ତାଙ୍କୁ ପୂର୍ବ ଶତ୍ରୁତାକୁ ନେଇ ଠେଙ୍ଗାରେ ଆକ୍ରମଣ କରିଥିଲା। ବାରମ୍ବାର ମୁଣ୍ଡରେ ଠେଙ୍ଗା ପାହାର ଯୋଗୁଁ ଘଟଣା ସ୍ଥଳରେ ଯୁବକଙ୍କ ମୃତ୍ୟୁ ଘଟିଥିଲା । ଘଟଣା ପରେ ଗାଁ ଲୋକଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା । ଉତ୍ତ୍ୟକ୍ତ ଲୋକେ ଗାଁ ଛକ ଠାରେ ଟାୟାର ଜାଳି ରାସ୍ତା ରୋକ କରିବାସହ ଅଭିଯୁକ୍ତ ଘରେ ନିଆଁ ଲଗାଇଦେଇଛନ୍ତି । ତୁରନ୍ତ ଅଭିଯୁକ୍ତ କୁ ଗିରଫ ଦାବୀରେ ମୃତଦେହ ରଖି ଗ୍ରାମବାସୀ ବସି ରହିଛନ୍ତି। ଖବରପାଇ ଆନନ୍ଦପୁର ଏସଡିପିଓ, ରାମଚନ୍ଦ୍ରପୁର ଥାନା ଅଧିକାରୀ, ଆନନ୍ଦପୁର ଥାନା ଅଧିକାରୀ ଙ୍କ ସହ ପୋଲିସ୍ ଫୋର୍ସ ଗାଁ ରେ ପହଁଞ୍ଚି ପରିସ୍ଥିତି ଉପରେ ନଜର ରଖିଛନ୍ତି ।