ଆନନ୍ଦପୁର,୧୨/୧୨: ବିଲରେ ଧାନ କଟା କାମ ତଦାରଖ କରିବା ବେଳେ କାମୁଡିଲା ବିଷଧର ସାପ । ଚାଲିଗଲା ଚାଷୀଙ୍କ ଜୀବନ । ମୃତକ ଶରତ ସାମଲ ବୋଲି ଜଣା ପଡ଼ିଛି । କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଥାନା ଅନ୍ତର୍ଗତ ବାଙ୍ଖିଡି ଗାଁରେ ଏଭଳି ଘଟଣା ଘଟିଛି ।
ସୂଚନା ମୁତାବକ, ନିଜ ଧାନବିଲରେ ଧାନ କଟା କାମକୁ ତଦାରଖ କରୁଥିଲେ ଶରତ ସାମଲ । ଏହି ସମୟରେ ତାଙ୍କୁ ଏକ ବିଷଧର ସାପ କାମୁଡି ଦେଇଥିଲା । ଏହାର କିଛି ମୁହୁର୍ତ୍ତ ମଧ୍ୟରେ ସଜ୍ଞାହୀନ ହୋଇ ପଡ଼ି ଯାଇଥିଲେ । ଏହା ଦେଖି ସ୍ଥାନୀୟଲୋକେ ତୁରନ୍ତ ତାଙ୍କ ପରିବାରକୁ ଖବର ଦେଇଥିଲେ । ପରିବାର ଲୋକେ ଆସି ତାଙ୍କୁ ଉଦ୍ଧାର କରି ଆନନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ସେଠାରେ ଚିକିତ୍ସାରତ ଅବସ୍ଥାରେ ତାଙ୍କ ମୃତ୍ୟୁ ହୋଇଛି ।