କେନ୍ଦୁଝର ସଦର,୧୬/୧୨(ଆପ୍ର): ମୁଖ୍ୟ ମନ୍ତ୍ରୀ ମୋହନ ଚରଣ ମାଝୀ ତିନିଦିନିଆ କେନ୍ଦୁଝର ଗସ୍ତରେ ଆସିବେ। ମଙ୍ଗଳବାର ପୂର୍ବାହ୍ନ ୧୦ ଟାରେ କେନ୍ଦୁଝର ରାଇସୁଆଁ ଏୟାରପୋର୍ଟ ପହଞ୍ଚିବେ । ତିନିଦିନିଆ ଗସ୍ତ କାର୍ଯ୍ୟକ୍ରମରେ ବିଭିନ୍ନ ସମ୍ମିଳନୀରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।
ପ୍ରଥମେ ସପ୍ତମ ସର୍ବଭାରତୀୟ ସାନ୍ତାଳୀ ଲେଖକ ସମ୍ମିଳନୀରେ ଯୋଗ ଦେବେ। ସେଠାରୁ ବାହାରି ମୁକୁନା ସତ୍ୟନାରାୟଣ ଉଚ୍ଚ ବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ଉତ୍ସବରେ ଯୋଗ ଦେବେ। ପରେ ତାଳପଦା ଫୁଟବଲ୍ ମ୍ୟାଚରେ ଯୋଗ ଦେବେ। ଏହା ପରେ ଅଡିଟରୀୟମ କେନ୍ଦୁଝରରେ ଯୋଗ ଦେବା ପରେ ସର୍କିଟ ହାଉସରେ ରାତ୍ରି ଯାପନ କରିବାର କାର୍ଯକ୍ରମ ରହିଛି।
ଡିସେମ୍ବର ୧୮ ତାରିଖ ସକାଳରେ ସିଧମଠ ଯୋଗ ଦେବେ। ମଧ୍ୟାହ୍ନରେ ଅଡିଟୋରିୟମରେ ଯୋଗ ଦେବା ପରେ ସର୍କିଟ ହାଉସରେ ବିଶ୍ରାମ ନେଇ ସନ୍ଧ୍ୟା ୭ଟାରେ କାଳିପଡ଼ିଆରେ ଅନୁଷ୍ଠିତ ହେଉଥିବା ଗୋନାଶିକା ମହୋତ୍ସବରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ୧୯ ତାରିଖରେ ସରକାରୀ ମହତାବ ଉଚ୍ଚ ବିଦ୍ୟାଳୟ ଚମ୍ପୁଆ ହୀରକ ଜୟନ୍ତୀରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଏହା ପରେ ସେ ଭୁବନେଶ୍ବର ଅଭିମୁଖେ ପ୍ରତ୍ୟାବର୍ତ୍ତନ କରିବେ ମୁଖ୍ୟମନ୍ତ୍ରୀ।
କେନ୍ଦୁଝରରୁ ଚମ୍ପୁଆ ପ୍ରଥମ ଗସ୍ତ ଥିବାରୁ କେନ୍ଦୁଝରରୁ ରୀମୂଳି ଏଵଂ ରିମୁଳିରୁ ଚମ୍ପୁଆ ମରଣ ଜନ୍ତା ସାଜିଥିବା ରାସ୍ତାର ତୁରଂତ ମରାମତି ସ୍ଥାନୀୟ ଲୋକମାନେ ଆଶା ରଖିଛନ୍ତି। ସେହିପରି ଚମ୍ପୁଆ ସବ୍ଡିଜନ ଅନ୍ତର୍ଗତ କାନପୁର ଠାରେ ନିର୍ମାଣାଧୀନ ଥିବା ବୃହତ୍ ଜଳଭଣ୍ଡାରକୁ ଚଳିତ ଖରିଫ ସମୟରେ କାର୍ଯ୍ୟକ୍ଷମ ସମ୍ପୂର୍ଣ୍ଣ କରିବା ନେଇ ଲୋକେ ଆଶାବାଦୀ ଅଛନ୍ତି । ଅନୁରୂପ ଭାବେ ଧରଣୀଧର ସରକାରୀ ଭେଷଜ ମହାବିଦ୍ୟାଳୟ କେନ୍ଦୁଝରରୁ ମୁକୁନା ଦେଇ ରାଇକଳା ଢ଼ିପା ସାହିକୁ ପୂର୍ତ୍ତ ବିଭାଗ ଦ୍ଵାରା ଦୁଇ ଥାକିଆ ରାସ୍ତା ନିର୍ମାଣ, ମେଡିକାଲ କଲେଜରୁ ରେଳ ଲାଇନ କଡେ କଡେ ରେଳ ଷ୍ଟେସନକୁ ରାସ୍ତା ନିର୍ମାଣ, କେନ୍ଦୁଝରରୁ କଲିକତା ଚେନ୍ନାଇ, ମୁମ୍ବାଇ ଅଭିମୁଖେ ଦୃତ ଗାମୀ ରେଳ ଚଳାଚଳ ସହିତ ଧରଣୀଧର ସରକାରୀ ଭେଷଜ ମହାବିଦ୍ୟାଳୟକୁ ପୂର୍ଣ୍ଣ କାର୍ଯ୍ୟକ୍ଷମ କରିବାକୁ ନେଇ ମଧ୍ୟ ସ୍ଥାନୀୟ ଲୋକେ ବେଶ୍ ଆଶାବାଦୀ ଅଛନ୍ତି।
ଶିକ୍ଷାର ବିକାଶ ପାଇଁ ସେଣ୍ଡକାପ ପାର୍ଶ୍ବବର୍ତ୍ତି ଅଂଚଳରେ କେନ୍ଦ୍ରୀୟ ବିଦ୍ୟାଳୟର ଦ୍ୱିତୀୟ କ୍ୟାମ୍ପସ, ଜରାଜିଂହ୍ ହୋଇ ପଡିଥିବା କେନ୍ଦୁଝର ପୌରାଞ୍ଚଳର ବିଭିନ୍ନ ରାସ୍ତାର ଉନ୍ନତୀ କରଣ, ଜିଲ୍ଲାରେ ମେଗା ଷ୍ଟିଲ ପ୍ଲାଣ୍ଟ ସ୍ଥାପନ , ରାଇସୁଆଁ ନିକଟରେ ତୀରନ୍ଦାଜ ଷ୍ଟାଡିୟମ୍ ଅଗ୍ରଗତିର ସୂଚନା ମୁଖ୍ୟମନ୍ତ୍ରୀଙ୍କ ନିକଟରୁ ଶୁଣିବା ପାଇଁ ସ୍ଥାନୀୟ ଲୋକେ ବେଶ୍ ଉତ୍ସକତାର ସହିତ ଅପେକ୍ଷା କରିଛନ୍ତି।