ପ୍ରମୂଖ ଖବର
  • ଜାନୁଆରୀରେ ଆସିବ ସୁଭଦ୍ରା ଟଙ୍କା, ବଣ୍ଡା ଘାଟିରେ ସମସ୍ତ ମହିଳାଙ୍କ ଆକାଉଣ୍ଟକୁ ଯିବ କିସ୍ତି
  • ||
  • ସୁବର୍ଣ୍ଣପୁର : ଶିବ ମନ୍ଦିରରୁ ଚୋରି, ତାଲା କାଟି ଏକାଧିକ ମୂର୍ତ୍ତି ଲୁଟି ନେଲେ ଦୁର୍ବୃତ୍ତ
  • ||
  • ସୁବର୍ଣ୍ଣପୁର : ଟ୍ରେନ୍‌ ଧକ୍କାରେ ଚାଲିଗଲା ମହିଳାଙ୍କ ଜୀବନ
  • ||
  • ପଦ୍ମପୁର : ସ୍ତ୍ରୀର ତଣ୍ଟି କାଟିଦେଲା ନୃସଂଶ ସ୍ୱାମୀ, ଅଭିଯୁକ୍ତ ଫେରାର
  • ||
  • ପଟ୍ଟାମୁଣ୍ଡାଇ : ରାଜନଗରରୁ ପ୍ରାୟ ୧୮ ଫୁଟ ଲମ୍ୱର ଅଜଗର ଉଦ୍ଧାର, ଚିକିତ୍ସା ପରେ ଯିବ ଭିତରକନିକା
  • ||
  • ଭୁବନେଶ୍ୱର : ସୁନା ଦୋକାନରୁ ଲୁଟ୍‌, ଲକ୍ଷାଧିକ ଟଙ୍କାର ଅଳଙ୍କାର ଚୋରି କଲେ ଦୁର୍ବୃତ୍ତ
  • ||
  • ଚାନ୍ଦବାଲି : ନବ ବିବାହିତା ମହିଳାଙ୍କ ମୃତ୍ୟୁ, ହତ୍ୟା ଅଭିଯୋଗ କଲେ ବାପଘର ଲୋକେ
  • ||
  • ଖଲ୍ଲିକୋଟ : ଚାଷୀଙ୍କ ଚିନ୍ତା ବଢାଇଲା ଅଦିନିଆ ବର୍ଷା, ନଷ୍ଟ ହୋଇଗଲା ଫସଲ
  • ||
  • ଶନିବାର ଜିଏସ୍‌ଟି ପରିଷଦ ବୈଠକ: ଶସ୍ତା ହୋଇପାରେ ଅନ୍‌ଲାଇନ୍‌ ଖାଦ୍ୟ ଅର୍ଡର, କମିପାରେ ସ୍ୱାସ୍ଥ୍ୟ ବୀମା ପ୍ରିମିୟମ୍‌
  • ||
  • ଭୂକମ୍ପ ଝଟ୍‌କାରେ ଥରିଲା ନେପାଳ, ରିକ୍ଟର ସ୍କେଲରେ ତୀବ୍ରତା ୪.୮ ରେକର୍ଡ,କ୍ଷୟକ୍ଷତି ନେଇ ନାହିଁ ସୂଚନା
  • ||
  • ଜର୍ମାନୀରେ ଖ୍ରୀଷ୍ଟମାସ ମାର୍କେଟରେ ଲୋକଙ୍କ ଉପରେ ମାଡ଼ିଗଲା କାର୍‌, ୨ ମୃତ, ୬୫ ଆହତ,ଚାଳକ ଅଟକ
  • ||
  • ଆସିକା : ଲଗାଣ ବର୍ଷାରେ ନଷ୍ଟ ହୋଇଗଲା ଅମଳ ଧାନ, ଚିନ୍ତାରେ ପଡିଛନ୍ତି ଚାଷୀ
  • ||
  • ଜଗତସିଂହପୁର : ଅଦିନିଆ ବର୍ଷା ପାଇଁ ଚିନ୍ତାରେ ଚାଷୀ, ନଷ୍ଟ ୫୦ ହଜାର ହେକ୍ଟର ଜମିର ଫସଲ
  • ||
  • ଶୀତରେ ବର୍ଷା ଦାଉ: ଆଜି ୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି, ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ଯିବା ମନା
  • ||

ତେଲକୋଇରେ କ୍ରୋମାଇଟ୍ ଖଣିର ସନ୍ଧାନ; ଚାଲିଛି ନମୂନା ସଂଗ୍ରହ

Published By : Harapriya Sethi | December 20, 2024 11:59 AM

ତେଲକୋଇ,୨୦/୧୨: ଓଡିଶାର ଖଣିଖାଦାନ ଭରା ଜିଲ୍ଲା ହେଉଛି କେନ୍ଦୁଝର ଜିଲ୍ଲା । ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଲୁହାପଥର ଖଣି ରହିଥିବା ବେଳେ ନିକଟରେ ତେଲକୋଇ ବାଶଂପାଳ ବ୍ଲକରେ ସୁନା ଖଣିର ସନ୍ଧାନ ମିଳିଥିବା ନେଇ ବିଧାନ ସଭାରେ ସରକାର ସୂଚନା ଦେଇଥିଲେ। ଏବେ ପୁଣି କେନ୍ଦୁଝର ଜିଲ୍ଲା ତେଲକୋଇ ବ୍ଲକରେ କ୍ରୋମାଇଟ ଖଣିର ସନ୍ଧାନ ମିଳିଛି । 

ଓଡ଼ିଶା ଖଣି ଓ ଭୂତତ୍ତ୍ୱ ବିଭାଗ ପକ୍ଷରୁ ତେଲକୋଇ ବ୍ଲକର ବଳଭଦ୍ରପୁର ପଞ୍ଚାୟତର ଅଜୟପୁର ଗାଁର କୁଟାରିନାଳି ସାହି ନିକଟ ପାହାଡ଼, ବଳଭଦ୍ରପୁର ଗାଁର ରେହେଡା ପାହାଡ଼, କାଟେଣି ଗାଁ ନିକଟ ପାହାଡ଼ର ପଥରକୁ ଫଟାଇ ପଥର ତନଖି ପ୍ରକ୍ରିୟା ଚାଲୁଥିବା ଦେଖିବାକୁ ମିଳିଛି । ଏହା ସହ ପଥର ଖଣ୍ଡ ସବୁକୁ ନମ୍ବର ପକାଇ ସଂଗ୍ରହ କରାଯାଉଛି । ଭୂତତ୍ତ୍ୱ ବିଭାଗ ଅଧିକାରୀମାନେ ସପ୍ତାହେ ହେବ ବଳଭଦ୍ରପୁର ପଞ୍ଚାୟତର ବିସ୍ତୃତ ଅଞ୍ଚଳରେ କିଛି ଶ୍ରମିକଙ୍କୁ ନେଇ ପଥର ତନଖି କାର୍ଯ୍ୟ ଆରମ୍ଭ କରିଛନ୍ତି । ଏହାକୁ ନେଇ ଅଞ୍ଚଳବାସୀ ବେଶ ଖୁସି ଅଛନ୍ତି ।ଆଗକୁ ଖଣି କାର୍ଯ୍ୟକାରୀ ହେଲେ ଲୋକେ କାମ ପାଇବା ସହ ବେକାର ଯୁବକ ଯୁବତୀଙ୍କୁ କାମ ମିଳିବ ବୋଲି ଆଶା ବାନ୍ଧି ଛନ୍ତି । ଏହା ଦାଦନ ସମସ୍ୟାର ସମାଧାନ କରି ପାରିବ ବୋଲି ମତ ପ୍ରକାଶ କରିଛନ୍ତି । 

  • prameyanews
  • PrameyaOdia
  • prameya
  • Prameya Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.