ମାଲକାନଗିରି /କାଲିମେଳା, ୨୮/୧ : ଜମି ବିବାଦକୁ କେନ୍ଦ୍ର କରି ସାନ ଭାଇକୁ ଟାଙ୍ଗିଆରେ ହାଣିଲା ବଡ ଭାଇ । ମାଲକାନଗିରି ଜିଲ୍ଲାସ୍ଥ କାଲିମେଳା ଥାନା ଗୁମୁକା ପଞ୍ଚାୟତ ଅନ୍ତର୍ଗତ ତାଟିଗୁଡା ଗ୍ରାମରେ ଘଟିଛି ଏପରି ଘଟଣା। ମୃତକ ଜଣକ ହେଲେ ଭିମା ସୋଡି ।
ବଡ଼ ଭାଇ ମାଡା ସୋଡି ଏବଂ ସାନ ଭାଇ ଭିମାଙ୍କ ମଧ୍ୟରେ ସୋମବାର ରାତିରେ ଜମିଜମାକୁ କେନ୍ଦ୍ର କରି ଝଗଡା ହୋଇଥିଲା । ମଙ୍ଗଳବାର ଅପରାହ୍ନ ତିନିଟା ସମୟରେ ଜମିରେ ଥିବା ଲାଡୀରେ ସାନ ଭାଇ ଭିମାଙ୍କ ମୃତ ଶରୀର ପଡିଥିବା ପରିବାର ଲୋକ ଦେଖିଥିଲେ। ଖବର ପାଇ ଘଟଣା ସ୍ଥଳେ ପୋଲିସ ପହଞ୍ଚି ମୃତଦେହ ଜବତ କରିଛି । ମାଡା ସୋଡିଙ୍କୁ ଗିରଫ କରିବା ସହ ଟାଙ୍ଗିଆକୁ ମଧ୍ୟ ପୋଲିସ ଜବତ କରିଛି l କୋରାପୁଟରୁ ସାଇଣ୍ଟିଫିକ ଟିମ ଆସି ଘଟଣାର ତଦନ୍ତ କରିଛନ୍ତି।