ମାଲକାନଗିରି ୨୭/୦୧ : ମାଲକାନଗିରିରେ ଲାଲା ବାହିନୀଙ୍କ ବର୍ବର କାଣ୍ଡ। ଜଣେ ସାଧାରଣ ଆଦିବାସୀଙ୍କୁ ପୋଲିସ ଇନ୍ଫର୍ମର ସନ୍ଦେହରେ ଗଳା କାଟି ମାରିଲେ ମାଓବାଦୀ। ରକ୍ତାକ୍ତ ମୃତଦେହ ହେଲା ଉଦ୍ଧାର କଲା ପୋଲିସ।
ସୂଚନା ଅନୁଯାୟୀ, ଭୈରବଗଡ଼ ଥାନା ଅନ୍ତର୍ଗତ କେଶାମୁଣ୍ଡି ଗାଁର ଭଦ୍ରୁ ଶୋଡି ରବିବାର ରାତିରେ ଖାଇ ସାରି ଶୋଇଥିଲେ । ଏହି ସମୟରେ ୨୫ ରୁ ୩୦ ଜଣ ମାଓବାଦୀ ଭଦ୍ରୁଙ୍କ ଘରେ ପହଞ୍ଚି ତାଙ୍କୁ ଘର ବାହାରକୁ ଡାକିଥିଲେ । ସେ ବାହାରକୁ ଆସିବା ମାତ୍ରେ ମାଓବାଦୀମାନେ ଅତି ନିର୍ମମ ଭଦ୍ରୁଙ୍କ ଗଳାକାଟି ହତ୍ୟା କରିଥିଲେ । ତେବେ ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ସର୍ଚ୍ଚ ଅପରେସନକୁ ଜୋରଦାର କରିଛନ୍ତି ସୁରକ୍ଷାକର୍ମୀ । ଛତିଶଗଡ଼ ପୋଲିସ, ଓଡିଶା ପୋଲିସ ଏବଂ ସୁରକ୍ଷାକର୍ମୀଙ୍କ ମିଳିତ ଉଦ୍ୟମରେ ଜଙ୍ଗଲରେ କମ୍ବିଂ ଅଭିଯାନ ଜାରି ରହିଛି।
ଉଲ୍ଲେଖ ଯୋଗ୍ୟ ଯେ, ଚଳିତ ମାସରେ ଓଡ଼ିଶା-ଛତିଶଗଡ଼ ସୀମାନ୍ତ ଗରିଆବନ୍ଧ ଜଙ୍ଗଲରେ ମାଓଦମନ ଅଭିଯାନ କରାଯାଇଥିଲା। ଯେଉଁଥିରେ ୨୭ଜଣ ନକ୍ସଲ ନିହତ ହୋଇଛନ୍ତି । ୧୬ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା ବେଳେ ବିପୁଳ ଅସ୍ତ୍ରଶସ୍ତ୍ର ଜବତ ହୋଇଥିଲା।