ପ୍ରମୂଖ ଖବର
  • ବୌଦ୍ଧ : ସାପ୍ତାହିକ ବଜାରରେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ, ପୋଲିସର ତଦନ୍ତ ଆରମ୍ଭ
  • ||
  • ଯାଜପୁର : ୨ ଛାତ୍ରୀଙ୍କୁ ଧକ୍କା ଦେଲା ଟ୍ରକ୍, ଜଣେ ଗୁରୁତର
  • ||
  • ଇଣ୍ଡିଆ-ଇଂଲଣ୍ଡ ୱାନ୍‌ ଡେ ମ୍ୟାଚ୍‌ ପାଇଁ ବାରବାଟୀରେ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା, ଉନ୍ମୋଚନ କଲେ ଓଡ଼ିଆ ଥିମ୍‌ ସଙ୍ଗ୍‌
  • ||
  • ରାଜଧାନୀରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ଜଣେ ଅଟକ
  • ||
  • ବିଶ୍ବର ତୃତୀୟ ଆର୍ଥିକ ଶକ୍ତି ହେବାକୁ ଯାଉଛି ଭାରତ; ରାଷ୍ଟ୍ରପତି
  • ||
  • ସମ୍ବିଧାନର ନିର୍ମାତାଙ୍କୁ ଜଣାଇଲେ ସମ୍ମାନ
  • ||
  • ଆହତଙ୍କୁ ଆଶୁ ଆରୋଗ୍ୟ କାମନା କଲେ ରାଷ୍ଟ୍ରପତି
  • ||
  • ସଂସଦ ବଜେଟ୍ ଅଧିବେଶନ ଆରମ୍ଭ, ଉଭୟ ଗୃହକୁ ସମ୍ବୋଧନ କଲେ ରାଷ୍ଟ୍ରପତି, କଲେ ଶୋକ ପ୍ରକାଶ
  • ||
  • ବଜେଟ୍ ଅଧିବେଶନ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ ; କହିଲେ ଦେଶକୁ ଶକ୍ତି ଦେବ ଏ ବଜେଟ୍
  • ||
  • ସନ୍ଧ୍ୟାରେ ଚତୁର୍ଥ ଟି-ଟ୍ୱେଣ୍ଟି ଲଢ଼େଇ, ବ୍ୟାଟିଂ ତ୍ରୁଟି ସୁଧାରିବ ଭାରତ, ସିରିଜ ବରାବର ଲକ୍ଷ୍ୟରେ ଇଂଲଣ୍ଡ
  • ||
  • ହକି ଇଣ୍ଡିଆ ଲିଗ୍‌ ସେମ ମୁକାବିଲା: ସନ୍ଧ୍ୟାରେ ଟାଇଗର୍ସ - ଡ୍ରାଗନ୍ସ ଟକ୍କର, ଦ୍ୱିତୀୟ ମ୍ୟାଚ୍‌ରେ ସୁରମା- ତୁଫାନ୍ସ ଲଢ଼େଇ
  • ||
  • ଗଜପତି : ବିଦ୍ୟୁତ ଆଘାତରେ ଯୁବକ ମୃତ, କ୍ଷତିପୂରଣ ଦାବିରେ ଚାନ୍ଦିପୁଟରେ ରାସ୍ତା ଅବରୋଧ
  • ||
  • ଭୋଗରାଇ : ରାସ୍ତା କଡ଼ରୁ ବୃଦ୍ଧଙ୍କ ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ
  • ||
  • ଇସ୍ରାଇଲ୍ ଏୟାରଷ୍ଟ୍ରାଇକରେ ହମାସ୍ ସେନା ଡେପୁଟି କମାଣ୍ଡର ମହମ୍ମଦ ଦୈଫଙ୍କ ମୃତ୍ୟୁ, ସ୍ପଷ୍ଟ କଲା ହମାସ୍
  • ||
  • ଜମ୍ମୁ କାଶ୍ମୀର ପୁଞ୍ଚରେ ସୁରକ୍ଷାବାହିନୀର ଏନକାଉଣ୍ଟର, ସେନା ଗୁଳିରେ ଟଳିଲେ ୩ ଆତଙ୍କୀ
  • ||
  • ଶୁକ୍ରବାରଠୁ ସଂସଦର ବଜେଟ୍‌ ଅଧିବେଶନ: କାଲି ଆସିବ ସାଧାରଣ ବଜେଟ୍, ଆସିପାରେ ୧୬ ବିଲ୍
  • ||

ସମସ୍ତଙ୍କ ପାଇଁ ଶିକ୍ଷା ଉଦ୍ଦେଶ୍ୟରେ ମିନି ମାରାଥନ

Published By : Prameya | January 25, 2025 10:37 PM

ମାଲକାନଗିରି, ୨୫/୧(ଆପ୍ର ) :  ଶିକ୍ଷା ସମସ୍ତଙ୍କ ପାଇଁ ଉଦ୍ଦେଶ୍ୟରେ ମିନି ମାରାଥନ   । ମାଲକାନଗିରି ଜିଲ୍ଲା ସଦର ମହକୁମା ଷ୍ଟାଡିୟମ ଠାରୁ ମାଲ୍ୟାବନ୍ତ ହଷ୍ଟେଲ ପର୍ଯ୍ୟନ୍ତ  ଏହି ମିନି ମାରାଥନ  ଅନୁଷ୍ଠିତ ହୋଇ ଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଡିଏଫଓ ପ୍ରତାପ କୋଟାପାଲ୍ଲୀ , ସମ୍ମାନିତ ଅତିଥି ବେଦବର ପ୍ରଧାନ ଏବଂ ଜିଲ୍ଲା କ୍ରୀଡା ଅଧିକାରୀ ମାଧବ ପାଙ୍ଗି  ଯୋଗ ଦେଇ ସବୁଜ ପତାକା ଦେଖାଇ ମାରାଥନ ର ଶୁଭାରମ୍ଭ କରିଛନ୍ତି।

 ଏହି ଅବସରରେ ଆଓମା ଗୁରୁକୁଳ ପରିସରରେ ସାଧାରଣ ସଭା ଓ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇଥିଲା।ଏଥିରେ ମୂଖ୍ୟଅତିଥି ଭାବେ ଆଓମା ଗୁରୁକୁଳ ଅଧ୍ୟକ୍ଷ ରତ୍ନାକର ଦାସ, ସମ୍ମାନିତ ଅତିଥି ଭାବେ ଡାକ୍ତର ସୁବ୍ରତ ଜେନା, ସମ୍ମାନିତ ଅତିଥି ଭାବ ଗୋପୀକୃଷ୍ଣ ପଟ୍ଟନାୟକ, ଦେବ ବ୍ରତ ସାନା ଯୋଗ ଦେଇଥିଲେ। । ଏହି ମାରାଥନ ଆର୍ଟ ଅଫ ଗିଭିଂ ର ଏକ ପ୍ରୟାସ କାର୍ଯ୍ୟ ମାଧ୍ୟମରେ ଅର୍ଥପୂର୍ଣ୍ଣ ପରିବର୍ତ୍ତନ ଆଣି ବିଶ୍ବ କୁ ଏକତ୍ରିତ କରିବା ପାଇଁ ଉତ୍ସ ଉତ୍ସର୍ଗିକୃତ ଆନ୍ଦୋଳନ।ବିଭିନ୍ନ କଲେଜ ଏବଂ ଆଓମା ଗୁରୁକୁଳ ଅନୁଷ୍ଠାନରୁ ୩୦୦ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ଏବଂ ସ୍ଥାନୀୟ ଯୁବଗୋଷ୍ଠୀ ଏହି ମିନି ମାରାଥନରେ ଯୋଗ ଦେଇଥିଲେ। ମାଲକାନଗିରି ଜିଲ୍ଲା   ସଂଯୋଜକ ରୋମ୍ୟ ରଞ୍ଜନ ପରିଡା,  ସହ ସଂଯୋଯୋଜ ଉତ୍ତମ ସାହା,ସୁଶାନ୍ତ ସାମଲ,ବିନାଶ ମିଶ୍ର,ପ୍ରସାଦ ନାୟକ,ଛାତ୍ରଛାତ୍ରୀ ଅଭିବାବକ ସଂଘ ସଭାପତି ସୁବାସ ହଲବା ଏହି କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.