ମାଲକାନଗିରି, ୨୫/୧ : ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ରାଜ୍ୟ ପୋଲିସକୁ ମିଳିଛି ବଡ଼ ସଫଳତା । ସୀମାନ୍ତ ବିଜାପୁର ଜିଲ୍ଲା କୁସୁର ଥାନାସ୍ଥିତ ମଡ଼ମପଲି ଜଙ୍ଗଲରେ ଡିଆରଜି, ସିଆରପିଏଫ, କୋବ୍ରା ବାହିନୀ କୁମ୍ବି ଅପରେସନ କରୁଥିବା ସମୟରେ ଉକ୍ତ ଜଙ୍ଗଲରେ କିଛି ଲୋକ ସନ୍ଦେହ ଜନକ ଭାବେ ଗାତ ଖୋଲୁଥିବା ଦେଖିଥିଲେ । ସେମାନଙ୍କୁ ଗୋଡ଼ାଇ ଧରି ପଚରାଉଚରା କରିବାରୁ ଜଣା ପଡ଼ିଥିଲା କି ସେମାନେ ମାଓବାଦୀ ସଂଗଠନ ପାଇଁ କାମ କରୁଛନ୍ତି। ଜଙ୍ଗଲରେ ଯବାନମାନଙ୍କୁ ଟାର୍ଗେଟ କରି ସ୍ପାଇକ ହୋଲ ଖୋଲୁଥିବା ଜାଣି ପାରି ପୋଲିସ ୧୪ଜଣ ମାଓବାଦୀଙ୍କୁ ଗିରଫ କରିଛି । ଗିରଫ ମାଓବାଦୀମାନଙ୍କ ମୁଣ୍ଡ ଉପରେ ୩୬ଲକ୍ଷ ଟଙ୍କାର ପୁରସ୍କାର ଥିବା ଜଣା ପଡିଛି ।
ଶଙ୍ଖ ଭବନରେ ଜାତୀୟ ପତାକା ଉତ୍ତୋଳନ କଲେ ବିଜେଡି ସୁପ...