ପ୍ରମୂଖ ଖବର
  • କଳସ ଶୋଭାଯାତ୍ରା ବେଳେ ମାଡିଆସିଲ ଟ୍ରକ୍, ୩୦ରୁ ଅଧିକ ମହିଳା ଆହତ
  • ||
  • ଗଞ୍ଜାମ: ପିକଅପ୍ ଭ୍ୟାନ୍ ଧକ୍କାରେ ଚାଲିଗଲା ବୃଦ୍ଧଙ୍କ ଜୀବନ
  • ||
  • ଅନଗୁଳ ପୋକତୁଙ୍ଗା ରଗଡି ସାହିରେ ଦମ୍ପତିଙ୍କ ସନ୍ଦେହଜନକ ମୃତ୍ୟୁ
  • ||
  • କ୍ରିକେଟ୍‌ ଟୁର୍ଣ୍ଣାମେଣ୍ଟ ବେଳେ ଦୁଇ ଟିମ୍ ମଧ୍ୟରେ ଗଣ୍ଡଗୋଳ, ପଡିଆରେ ବୁଲିଥିଲା ବ୍ୟାଟ୍, ଓ୍ୱିକେଟ୍‌
  • ||
  • ରାଜନଗର ବନଖଣ୍ଡର ୫ଟି ରେଞ୍ଜରେ ଚାଲିଛି ଡଲଫିନ୍ ଗଣନା, ୯ଟି ଟିମ୍ ନିୟୋଜିତ
  • ||
  • ମହିଳା ହକି ଇଣ୍ଡିଆ ଲିଗ, ଓଡ଼ିଶା ୱାରିଅର୍ସ ଚାମ୍ପିଅନ୍, ୨-୧ ଗୋଲରେ ସୁରମାକୁ ହରାଇ ହାତେଇଲା ପ୍ରଥମ ଟ୍ରଫି
  • ||
  • ଆସନ୍ତା ୩ ଦିନ ଘନ କୁହୁଡ଼ି କରିବ କଲବଲ, ଆଜି ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ; ୫ ଦିନ ଶୁଖିଲା ପାଗ
  • ||

ଦିଲ୍ଲୀ ନିର୍ବାଚନ ଲାଗି କଂଗ୍ରେସ ପ୍ରସ୍ତୁତ କଲା ରଣନୀତିର ବ୍ଲୁ ପ୍ରିଣ୍ଟ !

Published By : Prameya | January 25, 2025 8:24 PM

ନୂଆଦିଲ୍ଲୀ, ୨୫/୧ : ଦିଲ୍ଲୀ ବିଧାନସଭା ନିର୍ବାଚନ ୨୦୨୫ରେ ଏଥର କଂଗ୍ରେସ ଖାତା ଖୋଲିବା ପ୍ରୟାସରେ ଲାଗି ପଡ଼ିଛି । କଂଗ୍ରେସ ପ୍ରଚାରର ଶେଷ ପର୍ଯ୍ୟାୟରେ ପୂରା ଶକ୍ତି ଲଗାଇ ଦେଇଛି । ପ୍ରାୟ ଗୋଟିଏ ଡର୍ଜନ ସିଟକୁ କବ୍ଜା କରିବାକୁ ରଣନୀତି ପ୍ରସ୍ତୁତ କରିଛି । ସୂଚନା ମୁତାବକ ଶୁକ୍ରବାର କଂଗ୍ରେସର ସଂଗଠନ ମହାସଚିବ କେସୀ ବେଣୁଗୋପାଳଙ୍କ ଦିଲ୍ଲୀ ପ୍ରଦେଶ କଂଗ୍ରେସର ବରିଷ୍ଠ ନେତାଙ୍କ ସହ ହୋଇଥିବା ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି ।

କଂଗ୍ରେସ ସେହି ସିଟରେ ଫୋକସ କରିବାକୁ ରଣନୀତି ପ୍ରସ୍ତୁତ କରିଛି ଯାହା ଉପରେ ପାର୍ଟିର ସ୍ଥିତି ମଜବୁତ ଅଛି । ତାହା ଅଧିକ ଅଳ୍ପସଂଖ୍ୟକ ଏବଂ ଦଳିତ ବହୁଳ ସିଟ୍ ଅଟେ । କଂଗ୍ରେସର ଟପ୍ ନଜରରେ ରହିଛି- ଓଖଲା, ବାବରପୁର, ସୀଲମପୁର, ମୁସ୍ତଫାବାଦ, ମଟିୟାମହଲ, ବଲ୍ଲୀମାରନ, ସୀମାପୁରୀ, ଚାନ୍ଦନୀ ଚୌକ, କସ୍ତୁରବନଗର, ବାଦଲୀ, ନୂଆ ଦିଲ୍ଲୀ, ନାଗଲୋଇ ଜାଟ, ଛତରପୁର ଏବଂ ପଟପଡ଼ଗଞ୍ଜ । 

ଏଥିରେ ଓଖଲା, ବାବରପୁର, ସୀଲମପୁର, ମୁସ୍ତଫାବାଦ, ମଟିୟାମହଲ, ବଲ୍ଲୀମାରାନ ମୁସଲିମ ବହୁଳ ସିଟ୍ ଅଟେ । ବଲ୍ଲୀମାରାନରୁ ପୂର୍ବତନ ମନ୍ତ୍ରୀ ହାରୁନ ୟୁସୁଫ ମୈଦାନରେ ଅଛନ୍ତି । ଓଖଲାରୁ ପୂର୍ବତନ ବିଧାୟକଙ୍କ ଝିଅ ଏବଂ ବର୍ତ୍ତମାନର କାଉନସିଲର ଅରୀବା ଖାନା ପ୍ରାର୍ଥୀ ଅଛନ୍ତି । ଏହିଭଳି ଭାବେ ମୁସ୍ତଫାବାଦରେ ପୂର୍ବତନ ବିଧାୟକଙ୍କ ଝିଅ ଅଲୀ ମେହନ୍ଦୀ ନିର୍ବାଚନ ଲଢୁଛନ୍ତି । ଓବିସି ପାର୍ଟି କାରଣରୁ ଓଖଲା ଏବଂ ମୁସ୍ତଫାବାଦରେ ମୁସଲିମ ଭୋଟର ରେସ ତ୍ରିକୋଣୀୟ ଅଟେ । ଏହା ବ୍ୟତୀତ ସୀଲମପୁରରୁ କଂଗ୍ରେସ ଆମ ଆଦମୀ ପାର୍ଟିରୁ ଆସିଥିବା ବର୍ତ୍ତମାନର ବିଧାୟକ ଅବ୍ଦୁଲା ରହମାନଙ୍କୁ ଓହ୍ଲାଇଛି । ମଟିୟାମହଲରୁ କଂଗ୍ରେସ କେଜରୀଓ୍ବାଲ ସରକାରର ପୂର୍ବତନ ମନ୍ତ୍ରୀ ରହିଥିବା ଆସିମ ଅହମଦ ଏବଂ ବାବରପୁରରୁ ହାଜୀ ଇଶରାକଙ୍କୁ ଟିକେଟ ଦିଆଯାଇଛି ଯାହା ପ୍ରଥମେ ସୀଲମପୁରରୁ ବିଧାୟକ ରହି ସାରିଛନ୍ତି ।

ସୀମାପୁରୀ ଦଳିତ ବହୁତ ସିଟ୍ ଅଟେ । ଯେଉଁଠାରୁ କଂଗ୍ରେସ ଏସସି ବିଭାଗର ରାଷ୍ଟ୍ରୀୟ ଅଧ୍ୟକ୍ଷ ରାଜେଶ ଲିଲୋଠିୟ ନିର୍ବାଚନ ଲଢୁଛନ୍ତି । ଏହା ବ୍ୟତୀତ କଂଗ୍ରେସର ବଡ଼ ନେତାଙ୍କ ସିଟ୍ ଭଳି ନୂଆଦିଲ୍ଲୀରୁ ପୂର୍ବତନ ସାଂସଦ ସନ୍ଦୀପ ଦିକ୍ଷୀତ, ବାଦଲୀରୁ ପ୍ରଦେଶ ଅଧ୍ୟକ୍ଷ ଦେବେନ୍ଦ୍ର ୟାଦବ, କସ୍ତୁରବା ନଗରରୁ ରାଷ୍ଟ୍ରୀୟ ସଚିବ ଅଭିଷେକ ଦତ୍ତ ପଟପଡ଼ଗଞ୍ଜରୁ ପୂର୍ବତନ ପ୍ରଦେଶ ଅଧ୍ୟକ୍ଷ ଅନୀଲ ଚୌଧୁରୀ, ଚାନ୍ଦନୀ ଚୌକରୁ ପୂର୍ବତନ ପ୍ରଦେଶ ଅଧ୍ୟକ୍ଷ ଜେପି ଅଗ୍ରଓ୍ବାଲଙ୍କ ଝିଅ ମୁଦିନ ଅଗ୍ରଓ୍ବାଲ, ନାଙ୍ଗାଲୋଇରୁ ପୂର୍ବତନ ରାଷ୍ଟ୍ରୀୟ ସଚିବ ରୋହିତ ଚୌଧୁରୀଙ୍କ ଲାଗି ପାର୍ଟି ପୂରା ଦମରେ ଲାଗି ପଡ଼ିଛି ।

କଂଗ୍ରେସ ସର୍ଭେରୁ ଏହା ସାମ୍ନାକୁ ଆସିଛି କି ଏହି ୧୦ରୁ ୧୫ସିଟରେ ସେ ମୁଖ୍ୟ ମୁକାବିଲାରେ ଅଛି । ଏଭଳି ସ୍ଥଳେ ପ୍ରଚାରର ଶେଷ ପର୍ଯ୍ୟାୟରେ ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ ଏବଂ ଖଡ଼ଗେଙ୍କ ସଭା ଏବଂ ରୋଡ଼ ଶୋ ଅଧିକ ଉକ୍ତ ସିଟରେ କରିବାର ଯୋଜନା ଅଛି । ରାହୁଲ ଗାନ୍ଧୀ ୨୮ଜାନୁଆରୀରେ ମଟିୟମହଲ, ୨୯ଜାନୁଆରୀରେ ସୀମାପୁରୀ ଏବଂ ଜାନୁଆରୀରେ ବାଦଲୀରେ ସଭା କରିପାରନ୍ତି । ପ୍ରିୟଙ୍କା ଗାନ୍ଧୀ ଓଖଲା ଏବଂ ନାଙ୍ଗଲୋଇରେ ରୋଡ଼ଶୋ କରିପାରନ୍ତି । ମୁସଲିମ ସିଟରେ ଇମରାନ ପ୍ରତାପଗଢୀ ଏବଂ ଜୋରଦାର ବୈଠକ ହେବ ଏବଂ ଦଳିତଙ୍କୁ କଂଗ୍ରେସର ରାଷ୍ଟ୍ରୀୟ ଅଧ୍ୟକ୍ଷ ଖଡ଼ଗେ ଦେଖିବେ । 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.