ପ୍ରମୂଖ ଖବର
  • ଖୋଲିଲା ମା’ ମଝିଘରିଆଣୀ ମନ୍ଦିରର ହୁଣ୍ଡି, କଡ଼ା ସୁରକ୍ଷାରେ ଚାଲିଛି ଟଙ୍କା ଗଣତି
  • ||
  • କଳସ ଶୋଭାଯାତ୍ରା ବେଳେ ମାଡିଆସିଲ ଟ୍ରକ୍, ୩୦ରୁ ଅଧିକ ମହିଳା ଆହତ
  • ||
  • ଗଞ୍ଜାମ: ପିକଅପ୍ ଭ୍ୟାନ୍ ଧକ୍କାରେ ଚାଲିଗଲା ବୃଦ୍ଧଙ୍କ ଜୀବନ
  • ||
  • ଅନଗୁଳ ପୋକତୁଙ୍ଗା ରଗଡି ସାହିରେ ଦମ୍ପତିଙ୍କ ସନ୍ଦେହଜନକ ମୃତ୍ୟୁ
  • ||
  • କ୍ରିକେଟ୍‌ ଟୁର୍ଣ୍ଣାମେଣ୍ଟ ବେଳେ ଦୁଇ ଟିମ୍ ମଧ୍ୟରେ ଗଣ୍ଡଗୋଳ, ପଡିଆରେ ବୁଲିଥିଲା ବ୍ୟାଟ୍, ଓ୍ୱିକେଟ୍‌
  • ||
  • ରାଜନଗର ବନଖଣ୍ଡର ୫ଟି ରେଞ୍ଜରେ ଚାଲିଛି ଡଲଫିନ୍ ଗଣନା, ୯ଟି ଟିମ୍ ନିୟୋଜିତ
  • ||
  • ମହିଳା ହକି ଇଣ୍ଡିଆ ଲିଗ, ଓଡ଼ିଶା ୱାରିଅର୍ସ ଚାମ୍ପିଅନ୍, ୨-୧ ଗୋଲରେ ସୁରମାକୁ ହରାଇ ହାତେଇଲା ପ୍ରଥମ ଟ୍ରଫି
  • ||
  • ଆସନ୍ତା ୩ ଦିନ ଘନ କୁହୁଡ଼ି କରିବ କଲବଲ, ଆଜି ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ; ୫ ଦିନ ଶୁଖିଲା ପାଗ
  • ||

୭୬ତମ ସାଧାରଣ ତନ୍ତ୍ର ଦିବସ ପାଳିତ

Published By : Prameya | January 26, 2025 10:07 PM

କାଶୀପୁର,୨୬/୧ : କାଶୀପୁର ବ୍ଲକର ସରକାରୀ ବେସରକାରୀ ଶିକ୍ଷାନୁଷ୍ଠାନ, ବ୍ଲକ, ତହସିଲ, ପୋଲିସ ଥାନା, ଫରେଷ୍ଟ ରେଞ୍ଜ ଅଫିସ, ବଣିକ ସଙ୍ଘ, ଡ୍ରାଇଭର ୟୁନିୟନ, ଯୁବ ସଙ୍ଘ ଏବଂ ଉତ୍କଳ ଆଲୁମିନା ପକ୍ଷରୁ ୭୬ତମ ସାଧାରଣ ତନ୍ତ୍ର ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ କାଶୀପୁର ବ୍ଲକ ସଦରସ୍ଥିତ ଡ୍ରାଇଭର ୟୁନିୟନ ସଭାପତି ଯୋଗୀ ଜୀବନ ନାଏକ ତତ୍ତ୍ୱାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ଯୁବ ଆଇନଜୀବୀ ଅମିତ ନାୟକ ଅତିଥି ଭାବେ ଯୋଗ ଦେଇ ପତାକା ଉତ୍ତୋଳନ କରିଥିଲେ । ଟିକିରିସ୍ଥିତ ସରସ୍ୱତୀ ବିଦ୍ୟାଳୟ ମନ୍ଦିରଠାରେ ଆୟୋଜିତ ଜାତୀୟ ଉତ୍ସବରେ ଗୋପାଳଚନ୍ଦ୍ର ସାହୁ, ଅଭୟ କୁମାର ଅତିଥି ଭାବେ ଯୋଗଦେଇ ପତାକା ଉତ୍ତୋଳନ କରିଥିଲେ। ଛାତ୍ରଛାତ୍ରୀମାନଙ୍କ ପକ୍ଷରୁ ଦେଶାତ୍ମବୋଧକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। 

ପ୍ରଧାନ ଆଚାର୍ଯ୍ୟ ପୁଷ୍ପକେତୁ ସାହୁଙ୍କ ତତ୍ତ୍ୱାବଧାନରେ ବିଦ୍ୟାଳୟର ସମସ୍ତ ଆଚାର୍ଯ୍ୟ ଆଚାର୍ଯ୍ୟା ପରିଚାଳନା କରିଥିଲେ । ସେହିପରି ଗୋକୁଳ ମୁଣ୍ଡା ପ୍ରାଥମିକ ବିଦ୍ୟାଳୟରେ ଉପେନ୍ଦ୍ର ପାତ୍ର, ଶମ୍ଭୁ ମାଝୀ ପତାକା ଉତ୍ତୋଳନ କରିଥିଲେ । ଏଥିରେ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ରବୀନ୍ଦ୍ର ତ୍ରିପାଠୀ, ସୌମ୍ୟ ରଞ୍ଜନ ସାହୁ, ସହକାରୀ ଶିକ୍ଷୟିତ୍ରୀ ସୁଦର୍ଶନୀ ଖୋସଲା ଏବଂ ଟିକିରି କ୍ଲଷ୍ଟର ସିଆରସିସି କାର୍ତ୍ତିକ ବେହେରା, ପରିଚାଳନା କମିଟିର ଲକ୍ଷ୍ମୀ କାନ୍ତ ପାତ୍ର ଟଙ୍କ ମାଝୀ, ଅର୍ଜୁନ ମାଝୀ, ତମାଳ ମାଝୀ ଉପସ୍ଥିତ ଥିଲେ । ସେହିପରି ଟିକିରି ବଣିକ ସଙ୍ଘ ପକ୍ଷରୁ ଆୟୋଜିତ ସାଧାରଣତନ୍ତ୍ର ଦିବସର ପତାକା ଉତ୍ତୋଳନ ଉତ୍ସବରେ ମାନବାଧିକାର କର୍ମୀ ରତ୍ନାକର ନାଏକ, ସମାଜସେବୀ କାମେଶ୍ୱର ସାହୁ ଅତିଥି ଭାବେ ଯୋଗ ଦେଇ ପତାକା ଉତ୍ତୋଳନ କରିଥିଲେ ।

ଅନୁଷ୍ଠାନ ପକ୍ଷରୁ ଅତିଥିଙ୍କୁ ସମ୍ମାନୀତ କରାଯାଇଥିଲା । ଏଥିରେ ବଣିକ ସଙ୍ଘ ସଭାପତି ମୁନା ବେହେରାଙ୍କ ସହିତନର ସିଂହ ଷଡ଼ଙ୍ଗୀ, ସୀମାଞ୍ଚଳ ଷଡଙ୍ଗୀ, କୈଳାସ ସାହୁ, ପ୍ରଫୁଲ୍ଲ ସାହୁ, ଇନ୍ଦ୍ରଜିତ ସାହୁ, ମୁକୁନ୍ଦ ବିଶୋଇ, ଚିତ୍ତରଞ୍ଜନ ପଣ୍ଡା, ଆଲୋକ ସାହୁ ପ୍ରମୁଖ ସହିତ ମହେନ୍ଦ୍ର ସ୍ୱାଇଁ, ଡମ୍ବୁରୁଧର ବେହେରା, କର୍ଣ୍ଣକନ୍ଦ ପାଣି, ମୁକୁନ୍ଦ ବିଶୋଇ ପ୍ରମୁଖ ଗଣ ମାଧ୍ୟମର ପ୍ରତିନିଧି ଉପସ୍ଥିତ ଥିଲେ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.