ଚଣ୍ଡିଖୋଲ,୨୬/୧ : ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ଆରୁହା ନିକଟରେ ଏକ ଅଭାବନୀୟ ଘଟଣା ଘଟିଛି । ଆରୂହା ହାଟ ନିକଟରେ ଥିବା ଆଦିବାସୀ ସାହିର ପିଲାମାନେ ଘର ନିକଟରେ ଥିବା ଏକ ବିଷାକ୍ତ ଫଳ ଖାଇ ଅସୁସ୍ଥ ହୋଇ ପଡିଛନ୍ତି ।
ପାଞ୍ଚ ଜଣ ଛୋଟ ଛୁଆ କୌତୁହଳ ବସତ ଏହି ବିଷାକ୍ତ ଫଳ ଖାଇ ଦେବା ପରେ ସନ୍ଧ୍ୟାରେ ଅସୁସ୍ଥ ହୋଇ ପଡିଥିଲେ। ତେବେ ବାନ୍ତି ହେବାରୁ ପିଲାମାନଙ୍କୁ ଧର୍ମଶାଳା ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। ମାତ୍ର ସମସ୍ତଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ କଟକ ସ୍ଥାନାନ୍ତର କରଯାଇଛି।