ପ୍ରମୂଖ ଖବର
  • ଖୋଲିଲା ମା’ ମଝିଘରିଆଣୀ ମନ୍ଦିରର ହୁଣ୍ଡି, କଡ଼ା ସୁରକ୍ଷାରେ ଚାଲିଛି ଟଙ୍କା ଗଣତି
  • ||
  • କଳସ ଶୋଭାଯାତ୍ରା ବେଳେ ମାଡିଆସିଲ ଟ୍ରକ୍, ୩୦ରୁ ଅଧିକ ମହିଳା ଆହତ
  • ||
  • ଗଞ୍ଜାମ: ପିକଅପ୍ ଭ୍ୟାନ୍ ଧକ୍କାରେ ଚାଲିଗଲା ବୃଦ୍ଧଙ୍କ ଜୀବନ
  • ||
  • ଅନଗୁଳ ପୋକତୁଙ୍ଗା ରଗଡି ସାହିରେ ଦମ୍ପତିଙ୍କ ସନ୍ଦେହଜନକ ମୃତ୍ୟୁ
  • ||
  • କ୍ରିକେଟ୍‌ ଟୁର୍ଣ୍ଣାମେଣ୍ଟ ବେଳେ ଦୁଇ ଟିମ୍ ମଧ୍ୟରେ ଗଣ୍ଡଗୋଳ, ପଡିଆରେ ବୁଲିଥିଲା ବ୍ୟାଟ୍, ଓ୍ୱିକେଟ୍‌
  • ||
  • ରାଜନଗର ବନଖଣ୍ଡର ୫ଟି ରେଞ୍ଜରେ ଚାଲିଛି ଡଲଫିନ୍ ଗଣନା, ୯ଟି ଟିମ୍ ନିୟୋଜିତ
  • ||
  • ମହିଳା ହକି ଇଣ୍ଡିଆ ଲିଗ, ଓଡ଼ିଶା ୱାରିଅର୍ସ ଚାମ୍ପିଅନ୍, ୨-୧ ଗୋଲରେ ସୁରମାକୁ ହରାଇ ହାତେଇଲା ପ୍ରଥମ ଟ୍ରଫି
  • ||
  • ଆସନ୍ତା ୩ ଦିନ ଘନ କୁହୁଡ଼ି କରିବ କଲବଲ, ଆଜି ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ; ୫ ଦିନ ଶୁଖିଲା ପାଗ
  • ||

ମନ୍ଦିର ଜମି ଜବରଦଖଲ ଉଚ୍ଛେଦକୁ ନେଇ ତୁମୁଳକାଣ୍ଡ, ଆଇଆଇସି ଓ ଏସଡିପିଓଙ୍କୁ ଘେରିଲେ ଗ୍ରାମବାସୀ

Published By : Prameya | January 26, 2025 10:20 PM

ବଲାଙ୍ଗୀର, ୨୬/୧ : ମନ୍ଦିର ଜମି ଜବରଦଖଲ ଉଚ୍ଛେଦକୁ ନେଇ ତୁମୁଳକାଣ୍ଡ । ଏଭଳି ଏକ ଘଟଣା ଘଟିଛି ବଲାଙ୍ଗୀର ଜିଲ୍ଲା ଲୋଇିସଂହା ଥାନା ଅଧୀନରେ। ଲୋଇସିଂହା ଥାନା ଅଧୀନରେ ଥିବା ଶ୍ରୀ ଯୋଗେଶ୍ବର ମନ୍ଦିରରେ ଉଚ୍ଛେଦର ପ୍ରତିବାଦରେ ଥାନା ଆଇଆଇସିଙ୍କ ସହ ବଲାଙ୍ଗୀର ସଦର SDPOଙ୍କୁ ଅଟକ ରଖିଲେ ଉତ୍ୟକ୍ତ ଗ୍ରାମବାସୀ ।

ସୂଚନା ଅନୁସାରେ, ସ୍ଥାନୀୟ ଗତକାଲି ମନ୍ଦିର ପରିସରରେ ଥିବା ଏକ ଦୋକାନ ଭାଙ୍ଗିବା ସହ ଉଚ୍ଛେଦ ହୋଇଥିଲା। ଯାହାର ପ୍ରତିବାଦ କରି ଦୋକାନୀ ଜଣକ ଥାନାକୁ ଆସିଥିଲେ । ହେଲେ ଏହି ସମୟରେ କିଛି ଗ୍ରାମବାସୀ ଦୋକାନ ଜାଳି ଦେଇଥିଲେ । ଯାହା ପରେ ମାମଲା ଆହୁରି ବିଗିଡ଼ିଥିଲା । ଘଟଣାରେ ପୋଲିସ ୬ଜଣକୁ ଗିରଫ କରିଥିଲା।

ଏହାପରେ ଗ୍ରାମବାସୀ ପ୍ରତିବାଦ କରିବା ସହ ଆଜି ଘଟଣାସ୍ଥଳରେ ପହଞ୍ଚିଥିବା ଆଇଆଇସି ଯାଜ୍ଞସେନୀ ନାଏକ ଏବଂ ବାଲାଙ୍ଗୀର ଏସଡିପିଓ ପ୍ରଦୀପ ସାହୁଙ୍କୁ ଅଟକ ରଖିଛନ୍ତି ଉତ୍ୟକ୍ତ ଗ୍ରାମବାସୀ। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.