ପ୍ରମୂଖ ଖବର
  • ଭିଜିଲାନ୍ସ ଜାଲରେ ବଣାଇ ITDAର ପ୍ରକଳ୍ପ ଅଧିକାରୀ ବିଶ୍ବଦର୍ଶୀ ସାହୁ, ଏକକାଳୀନ ୭ଟି ସ୍ଥାନରେ ରେଡ଼
  • ||
  • ଆଜିଠୁ ଟାଇଁ ଟାଇଁ ଖରା,୪ ଡିଗ୍ରୀ ବଢ଼ିବ ତାପମାତ୍ରା: ୨୩ ଜିଲ୍ଲାକୁ ଘନ କୁହୁଡ଼ି ଆଲର୍ଟ
  • ||

ବଣ୍ଡା ଜନଜାତିଙ୍କୁ ଆବାସ ଯୋଜନାରେ ସାମିଲ ପାଇଁ ଶପଥ କରାଇଲେ ଉନ୍ନୟନ ଅଧିକାରୀ

Published By : Prameya | January 28, 2025 9:48 PM

ମାଲକାନଗିରି,୨୮/୧: ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକସ୍ଥ ମୁଦୁଲିପଡ଼ା ଓ ଅଣ୍ଡରାହଲ ପଞ୍ଚାୟତରେ କେଉଁ ଆବାହନ କାଳରୁ ବହୁପୁରାତନ ଆଦିମ ବଣ୍ଡା ଜନଜାତି ପାରମ୍ପରିକ ଝାଟି ମାଟି ଘରେ ବସବାସ କରି ଆସୁଛନ୍ତି। ସରକାରଙ୍କ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସେମାନଙ୍କୁ ସାମିଲ କରି ପକ୍କା ଘର ଯୋଗାଇ ଦେବା ପାଇଁ ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯାଇ ସର୍ଭେ କାର୍ଯ୍ୟ ଚାଲିଥିବା ସମୟରେ ବଣ୍ଡା ଜନଜାତି ପାରମ୍ପରିକ ଝାଟି ମାଟି କୁଡ଼ିଆ ଘରକୁ ଛାଡିବା ପାଇଁ ଅମଙ୍ଗ ହୋଇ ପକ୍କା ଘରକୁ ନାପସନ୍ଦ କରିଥିବା ଜଣାପଡିଛି।

ମାଲକାନଗିରି ଜିଲ୍ଲାର ଆଦିମ ବଣ୍ଡା ଜନଜାତି ନିଜର କଳା ସଂସ୍କୃତି ଓ ପରମ୍ପରାକୁ ନେଇ ବେଶ ପରିଚିତ। ଜିଲ୍ଲାର ଖଇରପୁଟ ବ୍ଲକର ସମୁଦ୍ର ପତନଠାରୁ ପ୍ରାୟ ୫ହଜାର ଫୁଟରେ ବସବାସ କରନ୍ତି । ତେବେ ପୂର୍ବ ସରକାର ଏହି ଅଞ୍ଚଳକୁ ଅବିକଶିତରୁ ବିକଶିତ କରିବା ପାଇଁ ଅନେକ ପ୍ରୟାସ କରିଥିବାବେଳେ ଅଞ୍ଚଳରେ ଅନେକ ସମସ୍ୟାର ସମାଧାନ ହୋଇଛି ଏବଂ ବିକାଶ ପଥରେ ବଣ୍ଡା ଘଟି ଆଗକୁ ବଢିଛି । ତେବେ ଏହି ଅଞ୍ଚଳରେ ଲୋକଙ୍କ ନିକଟରେ ସରକାରୀ ସୁବିଧା ପହଞ୍ଚିବା ସତ୍ବେ ଏମାନେ ନିଜେ ରହୁଥିବା ଘରକୁ ବଦଳାଇବାକୁ ଚାହୁଁ ନ ଥିବାରୁ ଏବେ ମଧ୍ୟ ସେହି କଚ୍ଛା ଘରେ ରହି ଆସୁଥିଲେ। ତେବେ ରାଜ୍ୟରେ ବିଜେପି ସରକାର ଆସିବା ପରେ ସରକାରଙ୍କ ପକ୍ଷରୁ ଆବାସ ଯୋଜନାରେ ଦିଆ ଯାଉଥିବା ଅର୍ଥକୁ କେବଳ ଏହି ଜନଜାତିଙ୍କ ପାଇଁ ଅଧିକ ଅର୍ଥ ରାଶି ଯୋଗାଇ ଦେବାକୁ ନିର୍ଦେଶ ଦେବା ପରେ ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଥିଲ।। 

ପ୍ରଶାସନିକ କଳ ସମସ୍ତେ କିପରି ଏହି ଯୋଜନା ପାଇବେ ସେଥିପାଇଁ ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇବା ପରେ ଓ ସର୍ଭେ ଆରମ୍ଭ ହୋଇଥିଲ।। କିନ୍ତୁ ଏହି ଜନଜାତି ଶହ ଶହ ବର୍ଷ ଧରି ରହିଥିବା ନିଜ ଘରକୁ ଭାଙ୍ଗିବାକୁ ରାଜି ହେଉ ନାହାନ୍ତିା ନିଜର ପାରମ୍ପରିକ ଗୃହରେ ସେମାନେ ଖୁସିରେ ରହୁଥିବା କହୁଥିବାବେଳେ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ନରେଶ ଚନ୍ଦ୍ର ଶବର ସହ ସମସ୍ତ ଉନ୍ନତ ଅଧିକାରୀ ମୁଦୁଲିପଡା, ଅଣ୍ଡ୍ରାହାଲ ପ୍ରଭୃତି ଗ୍ରାମକୁ ପହଂଚି ଲୋକଙ୍କୁ ବୁଝାସୁଝା କରିବା ସହ କିଭଳି ତାଙ୍କ ଘରକୁ ପକ୍କା ଘର କରି ସେଥିରେ ରହିବା ପାଇଁ ପ୍ରସାସନକୁ ସହଯୋଗ କରିବେ ସେଥିପାଇଁ ଅନୁରୋଧ କରି ବୁଝାଇଥିଲେ । ତେବେ ଏଥିରେ ଅନେକ ବଣ୍ଡା ଜନଜାତିର ଲୋକେ ଅରାଜି ହୋଇଥିବାରୁ ସମସ୍ତଙ୍କୁ ବୁଝାସୁଝା କରି ଶପଥ ପାଠ କରାଯାଇଥିଲା ବୋଲି ଜଣା ପଡିଛି । ଗୃହ ନିର୍ମାଣରେ ସମସ୍ତେ ଯେପରି ସହଯୋଗ କରିବେ ସେଥିପାଇଁ ଏହି ଶପଥ ପାଠ କରା ଯାଇଥିଲ। ବହୁତ ବୁଝାଇଲା ପରେ ବଣ୍ଡା ଜନଜାତିର ଗ୍ରାମବାସୀ ଶେଷରେ ପକ୍କା ଘର ନେବା ପାଇଁ ରାଜି ହୋଇ ଥିବାର ଜଣାପଡିଛି। ଖୁବଶୀଘ୍ର ବଣ୍ଡା ଘାଟିରେ ଆବାସ ଯୋଜନା କାର୍ଯ୍ୟ କାରି କରାଯିବା ପାଇଁ ପ୍ରଶାସନ ପକ୍ଷରୁ ତତ୍ପର ତା ପ୍ରକାଶ ପାଇଛି।

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.