ପ୍ରମୂଖ ଖବର
  • ବିଶ୍ୱ ପୁଲିସ ଓ ଅଗ୍ନିଶମ କ୍ରୀଡ଼ାରେ ଇତିହାସ ରଚିଲା ଓଡ଼ିଶା ପୁଲିସ; ମିଳିଲା ୯ ସ୍ୱର୍ଣ୍ଣ, ୨ଟି ରୌପ୍ୟ ଓ ୩ଟି ବ୍ରୋଞ୍ଜ ପଦକ
  • ||
  • ଝାରସୁଗୁଡାରେ ବର୍ଷା ବିତ୍ପାତ, ୪ ବ୍ଲକରେ ଅତି ପ୍ରବଳ ବର୍ଷା ରେକର୍ଡ
  • ||
  • କଟକ : କାର୍‌ - ବାଇକ୍‌ ମୁହାଁମୁହିଁ ଧକ୍କା; ଜଣେ ଗୁରୁତର, ୨ ଆହତ
  • ||
  • ନୟାଗଡ଼ : ଟାଙ୍ଗିଆ ଚୋଟରେ ବୃଦ୍ଧଙ୍କ ମୃତ୍ୟୁ, ଅଭିଯୁକ୍ତ ଅଟକ
  • ||
  • ପୂଜାର୍ଚ୍ଚନା ପରେ ଖୋଲିଲା ହୀରାକୁଦର ୭ ନମ୍ବର ଗେଟ୍, ଛଡ଼ାଗଲା ଚଳିତ ବର୍ଷର ପ୍ରଥମ ବନ୍ୟାଜଳ
  • ||
  • ମହଣ ମହଣ ସୁନାରେ ଝଟକିବେ ଦାରୁବ୍ରହ୍ମ, ରଥାରୂଢ଼ ଶ୍ରୀଜିଉଙ୍କ ରାଜରାଜେଶ୍ୱର ବେଶ ଦର୍ଶନ କରିବେ ଶ୍ରଦ୍ଧାଳୁ
  • ||
  • ଆମେରିକା ଟେକ୍ସାସରେ ଭୟଙ୍କର ବନ୍ୟା ସ୍ଥିତି, ୪୩ ମୃତ ୨୩ ନିଖୋଜ
  • ||
  • ଟ୍ରମ୍ପଙ୍କୁ ସିଧା ଟକ୍କର ଦେବେ ଏଲନ ମସ୍କ; ନୂଆ ଦଳର କଲେ ଘୋଷଣା
  • ||
  • ଲଘୁଚାପ ରୂପ ନେଇପାରେ ଘୂର୍ଣ୍ଣିବଳୟ: ଆସନ୍ତା ୩ ଦିନ ପ୍ରବଳ ବର୍ଷା ସମ୍ଭାବନା, ୮ରୁ ଉପକୂଳରେ କମିବ
  • ||

ସାବାଡ୍ ହେବେ ଏଟିଏମ୍ ଲୁଟେରା, ସହରରେ ବୁଲିଲା ଏଟିଏମ୍ ପାଟ୍ରୋଲିଂ ଭେଇକିଲ୍

Published By : Rasmita Pradhan | January 30, 2025 7:49 AM

ଭୁବନେଶ୍ଵର, ୩୦/୦୧ : ପ୍ରଥମେ ପାଟ୍ରୋଲିଂ, ପରେ କନଭୟ ପାଟ୍ରୋଲିଂ, ଆଉ ଏବେ ଏଟିଏମ୍ ପାଟ୍ରୋଲିଂ। ଅପରାଧୀଙ୍କୁ ସାବାଡ଼୍ କରିବାକୁ କମିଶନରେଟ୍ ପୋଲିସର ମାଷ୍ଟର ପ୍ଲାନ୍। ରାଜଧାନୀରେ ବୁଲିଲା ଏଟିଏମ୍ ପାଟ୍ରୋଲିଂ ଭେଇକିଲ୍। କମିଶନରେଟ୍ ପୋଲିସ ପକ୍ଷରୁ ପ୍ରଥମ କରି ଏଟିଏମ୍ ପାଟ୍ରୋଲିଂ ଭେଇକିଲ୍ ଆରମ୍ଭ ହୋଇଛି। ଏହି ଗାଡି ସହର ସାରା ପଇଁତରା ମାରିବ ଏବଂ ଏଟିଏମ୍ ଚୋରଙ୍କୁ ସାବାଡ୍ କରିବ। 

ଏହି ଖବରଟିକୁ ପଢନ୍ତୁ-ଆଜିଠୁ ଟାଇଁ ଟାଇଁ ଖରା,୪ ଡିଗ୍ରୀ ବଢ଼ିବ ତାପମାତ୍ରା: ୨୩ ଜିଲ୍ଲାକୁ ଘନ କୁହୁଡ଼ି ଆଲର୍ଟ

ସୂଚନାନୁଯାୟୀ, ସବୁ ଏଟିଏମ୍ ପାଟ୍ରୋଲିଂ ଗାଡ଼ିରେ ବନ୍ଧୁକଧାରୀ ପୋଲିସମାନେ ସାମିଲ ହୋଇଛନ୍ତି। ଗାଡ଼ି ଗୁଡ଼ିକ ପ୍ରତ୍ୟେକ ଥାନାର ମୁଖ୍ୟରାସ୍ତା, ଗଳିକନ୍ଦି ଓ ନିଛାଟିଆ ଜାଗାରେ ଥିବା ସବୁ ଏଟିଏମ୍‌କୁ ରାତି ୧୨ଟାରୁ ସକାଳ ୬ଟା ପର୍ଯ୍ୟନ୍ତ ଜଗିବ। ଗତ ୨୩ତାରିଖରେ ଲିଙ୍ଗରାଜ ଥାନା ଶ୍ରୀରାମ ନଗରରେ ହୋଇଥିବା ଏଟିଏମ୍ ମେସିନ୍ ଲୁଟ୍ ଘଟଣା ପରେ ଏପରି କଡ଼ା ପାଟ୍ରୋଲିଂ ବ୍ୟବସ୍ଥା ହୋଇଥିବା ସୂଚନା ମିଳିଛି।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.