ପ୍ରମୂଖ ଖବର
  • ବୌଦ୍ଧ : ସାପ୍ତାହିକ ବଜାରରେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ, ପୋଲିସର ତଦନ୍ତ ଆରମ୍ଭ
  • ||
  • ଯାଜପୁର : ୨ ଛାତ୍ରୀଙ୍କୁ ଧକ୍କା ଦେଲା ଟ୍ରକ୍, ଜଣେ ଗୁରୁତର
  • ||
  • ଇଣ୍ଡିଆ-ଇଂଲଣ୍ଡ ୱାନ୍‌ ଡେ ମ୍ୟାଚ୍‌ ପାଇଁ ବାରବାଟୀରେ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା, ଉନ୍ମୋଚନ କଲେ ଓଡ଼ିଆ ଥିମ୍‌ ସଙ୍ଗ୍‌
  • ||
  • ରାଜଧାନୀରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ଜଣେ ଅଟକ
  • ||
  • ବିଶ୍ବର ତୃତୀୟ ଆର୍ଥିକ ଶକ୍ତି ହେବାକୁ ଯାଉଛି ଭାରତ; ରାଷ୍ଟ୍ରପତି
  • ||
  • ସମ୍ବିଧାନର ନିର୍ମାତାଙ୍କୁ ଜଣାଇଲେ ସମ୍ମାନ
  • ||
  • ଆହତଙ୍କୁ ଆଶୁ ଆରୋଗ୍ୟ କାମନା କଲେ ରାଷ୍ଟ୍ରପତି
  • ||
  • ସଂସଦ ବଜେଟ୍ ଅଧିବେଶନ ଆରମ୍ଭ, ଉଭୟ ଗୃହକୁ ସମ୍ବୋଧନ କଲେ ରାଷ୍ଟ୍ରପତି, କଲେ ଶୋକ ପ୍ରକାଶ
  • ||
  • ବଜେଟ୍ ଅଧିବେଶନ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ ; କହିଲେ ଦେଶକୁ ଶକ୍ତି ଦେବ ଏ ବଜେଟ୍
  • ||
  • ସନ୍ଧ୍ୟାରେ ଚତୁର୍ଥ ଟି-ଟ୍ୱେଣ୍ଟି ଲଢ଼େଇ, ବ୍ୟାଟିଂ ତ୍ରୁଟି ସୁଧାରିବ ଭାରତ, ସିରିଜ ବରାବର ଲକ୍ଷ୍ୟରେ ଇଂଲଣ୍ଡ
  • ||
  • ହକି ଇଣ୍ଡିଆ ଲିଗ୍‌ ସେମ ମୁକାବିଲା: ସନ୍ଧ୍ୟାରେ ଟାଇଗର୍ସ - ଡ୍ରାଗନ୍ସ ଟକ୍କର, ଦ୍ୱିତୀୟ ମ୍ୟାଚ୍‌ରେ ସୁରମା- ତୁଫାନ୍ସ ଲଢ଼େଇ
  • ||
  • ଗଜପତି : ବିଦ୍ୟୁତ ଆଘାତରେ ଯୁବକ ମୃତ, କ୍ଷତିପୂରଣ ଦାବିରେ ଚାନ୍ଦିପୁଟରେ ରାସ୍ତା ଅବରୋଧ
  • ||
  • ଭୋଗରାଇ : ରାସ୍ତା କଡ଼ରୁ ବୃଦ୍ଧଙ୍କ ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ
  • ||
  • ଇସ୍ରାଇଲ୍ ଏୟାରଷ୍ଟ୍ରାଇକରେ ହମାସ୍ ସେନା ଡେପୁଟି କମାଣ୍ଡର ମହମ୍ମଦ ଦୈଫଙ୍କ ମୃତ୍ୟୁ, ସ୍ପଷ୍ଟ କଲା ହମାସ୍
  • ||
  • ଜମ୍ମୁ କାଶ୍ମୀର ପୁଞ୍ଚରେ ସୁରକ୍ଷାବାହିନୀର ଏନକାଉଣ୍ଟର, ସେନା ଗୁଳିରେ ଟଳିଲେ ୩ ଆତଙ୍କୀ
  • ||
  • ଶୁକ୍ରବାରଠୁ ସଂସଦର ବଜେଟ୍‌ ଅଧିବେଶନ: କାଲି ଆସିବ ସାଧାରଣ ବଜେଟ୍, ଆସିପାରେ ୧୬ ବିଲ୍
  • ||

ପତ୍ନୀ ହତ୍ୟାକାରୀକୁ ଆଜୀବନ କାରାଦଣ୍ଡ

Published By : Prameya | January 27, 2025 10:17 PM

ମାଲକାନଗିରି, ୨୭/୧ :  ମାଲକାନଗିରି ଜିଲ୍ଲା ଓ ଦୌରା ଜଜ ଡ଼ଃ ପ୍ରସନ୍ନ କୁମାର ପଣ୍ଡା ଏକ ପତ୍ନୀ ହତ୍ୟା ମାମଲାର ବିଚାର କରି  ଅଭିଯୁକ୍ତ ସ୍ୱାମୀକୁ ଆଜୀବନ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଏଥି ସହିତ ୧୦ହଜାର ଟଙ୍କା ଜରିମାନା  ଦେବାକୁ ରାୟରେ ଦର୍ଶାଇଛନ୍ତି।  ମୋଟ ୧୩ଜଣ ସାକ୍ଷ୍ୟ ପ୍ରମାଣକୁ ଭିତ୍ତି କରି ଜିଲ୍ଲା ଜଜ ଏହି ଦଣ୍ଡାଦେଶ ଶୁଣାଇଛନ୍ତି।  

ମାଲକାନଗିରି ଥାନା ଅଧୀନ ପାଣ୍ଡ୍ରିପାଣି ପଞ୍ଚାୟତ ସିନ୍ଧିବେଟା ଗ୍ରାମର ରତନ ନାୟକ ଗତ ୨୦୧୯ ମସିହା ନଭେମ୍ବର ମାସ ୯ତାରିଖ ସନ୍ଧ୍ୟାରେ  ତାଙ୍କ ସ୍ତ୍ରୀ ଗଙ୍ଗାୟୀ ନାୟକଙ୍କ ସହ ତାଙ୍କ ଶଶୁର ଘର ପାଣ୍ଡ୍ରିପାଣି ଯାଇଥିଲେ।  ସେଠାରେ ଖାଇ ସାରି ନିଜ ଘରକୁ ଫେରି ବାରଣ୍ଡାରେ ଶୋଇ ପଡ଼ିଥିଲେ। କୌଣସି କାରଣକୁ ନେଇ ଉଭୟ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଝଗଡା ହୋଇଥିଲା।  ରତନ ଉତ୍ତ୍ୟକ୍ତ ହୋଇ ନିକଟରେ ଥିବା ଏକ ଟାଙ୍ଗିଆରେ ଗାଙ୍ଗେଇକୁ ଆକ୍ରମଣ କରିଥିଲେ।  ଘଟଣା ସ୍ଥଳରେ ଗାଙ୍ଗେଇଙ୍କ  ମୃତ୍ୟୁ ଘଟିଥିଲା । ଏ ସମ୍ପର୍କରେ ମାଲକାନଗିରି ଥାନାରେ ଗାଙ୍ଗେଇଙ୍କ ପୁଅ ଏତଲା ଦେଇଥିଲା।  ମାଲକାନଗିରି ପୁଲିସ ତଦନ୍ତ କରି ଅଭିଯୁକ୍ତ ରତନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ।  ଜିଲ୍ଲା ଦୌରା ଜଜ ଡ଼ଃ ପ୍ରସନ୍ନ କୁମାର ପଣ୍ଡା ସାକ୍ଷୀ ପ୍ରମାଣକୁ ଭିତ୍ତି କରି ଉପରୋକ୍ତ ରାୟ ପ୍ରଦାନ କରିଛନ୍ତି।  ଏହି  ମାମଲାକୁ ପିପି ମହେନ୍ଦ୍ର କୁମାର ନାଗ ପରିଚାଳନା କରିଥିଲେ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.