ନୂଆଦିଲ୍ଲୀ – ୟୁପିର ଉନ୍ନାବରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ବାହାଘରର ଖୁସିରେ ଶୋକର ଛାୟା ଖେଳି ଯାଇଛି। ବନ୍ଧୁଙ୍କ ବାହାଘର ରିସେପସନରେ ୨୪ ବର୍ଷିୟ ଅନୁଜ କଠେରିଆଙ୍କୁ ଡିଜେରେ ନାଚୁ ନାଚୁ ହୃଦଘାତ୍ ହୋଇଥିଲା। ତୁରନ୍ତ ଲୋକେ ତାଙ୍କୁ ହସ୍ପିଟାଲକୁ ନେଇ ଯାଇଥିଲେ। ସେଠାରେ କିନ୍ତୁ ଡାକ୍ତରମାନେ ତାଙ୍କୁ ମୃତ ଘୋଷିତ କରି ଥିଲେ। ପୋଷ୍ଟମର୍ଟମରେ ହାର୍ଟଆଟାକ୍ରେ ମୃତ୍ୟୁ ହୋଇଥିବା ସ୍ପଷ୍ଟ ହୋଇଛି।
ହସନଗଞ୍ଜ କୋତବାଲି କ୍ଷେତ୍ରର ଦାଉଜପୁର ନିବାସୀ ଘନଶ୍ୟାମ ସିଂହଙ୍କ ପୁଅ ଅଙ୍କିତଙ୍କର ବାହାଘର ଶୋଭାଯାତ୍ରା, ଶୁକ୍ରବାର ନଗର ପଞ୍ଚାୟତ ନ୍ୟୋତନିର ଦୟାନନ୍ଦ ନଗର ମୋହଲ୍ଲାରେ ରହୁଥିବା, ଗୁରୁ ପ୍ରସାଦ ସିଂହଙ୍କ ଘରକୁ ଆସିଥିଲା। ବିଳମ୍ୱିତ ରାତିରେ ରିସେପସନ ବେଳେ ବରର ସାଙ୍ଗ ଡିଜେରେ ଡ୍ୟାନ୍ସ କରୁଥିଲେ। ଏଥିରେ ଫରୁଖାବାଦର ହରସିଂହପୁର ଶାହି ଗାଁରେ ରହୁଥିବା ଅରବିନ୍ଦ କୁମାର କଠେରିଆଙ୍କର ପୁଅ ଅନୁଜ ମଧ୍ୟ ଥିଲେ। ଅନୁଜ ଡ୍ୟାନ୍ସ କରି କରି ହଠାତ୍ ଭୂଇଁ ଉପରେ ଖସି ପଡ଼ିଥିଲେ। ଏଥିରେ ଦୁଃଖର ବାତାବରଣ ଖେଳିଗଲା। ବରର ପରିବାର ତାଙ୍କୁ ମୋହାନର ଏକ ପ୍ରାଇଭେଟ୍ ହସ୍ପିଟାଲ ନେଇଗଲେ, ଯେଉଁଠି ଡାକ୍ତର ଅନୁଜଙ୍କୁ ମୃତ ଘୋଷିତ କରିଥିଲେ। ସୂଚନା ପାଇ ପହଞ୍ଚି ଥିବା ହସନଗଞ୍ଜ ପୁଲିସ ଆସି ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଇ ଥିଲା।
ଅନୁଜ ଦିଲ୍ଲାରେ ରହି ଚାକିରି କରୁଥିଲେ। ଅଙ୍କିତ ମଧ୍ୟ ଦିଲ୍ଲୀ କାଫେ ଚଲାଉ ଥିଲେ। ସେପଟେ ଦୁହିଁଙ୍କର ବନ୍ଧୁତା ହୋଇଥିଲା।