ପ୍ରମୂଖ ଖବର
  • ବୋରିଗୁମ୍ମା : ଗୋଟିଏ ଦିନରେ ୩ ଘରୁ ଚୋରି, ୨କୋଟି ଟଙ୍କାର ସୁନା ଅଳଙ୍କାର ସହ ନଗଦ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ
  • ||
  • ଭାସାମ୍ୟ ହରାଇ ଓଲଟିଲା ଓଏସଆରଟିସି ବସ୍‌, ୧୨ରୁ ଉର୍ଦ୍ଧ୍ୱ ଯାତ୍ରୀ ଆହତ
  • ||

'ତୁମକୁ ଯମୁନା ମାତାଙ୍କ ଅଭିଶାପ ଲାଗିଛି'; ଆତିଶୀଙ୍କୁ କାହିଁକି ଏମିତି କହିଲେ ଦିଲ୍ଲୀ ଉପରାଜ୍ୟପାଳ

Published By : Ankita S | February 10, 2025 1:54 PM

ନୂଆଦିଲ୍ଲୀ,୧୦/୦୨: ଦିଲ୍ଲୀରେ ଆମ୍ ଆଦମୀ ପାର୍ଟି ପରାସ୍ତ ହେବା ପରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ଆତିଶୀ ମାର୍ଲେନା । ରବିବାର ଉପରାଜ୍ୟପାଳଙ୍କୁ ଭେଟି ସେ ଇସ୍ତଫା ପତ୍ର ଦେଇଥିଲେ । ଯମୁନା ପ୍ରଦୂଷଣକୁ ନେଇ ଦିଲ୍ଲୀ ଉପରାଜ୍ୟପାଳ ଆତିଶୀଙ୍କୁ କଟାକ୍ଷ କରିଛନ୍ତି । ସେ କହିଛନ୍ତି ତୁମକୁ ଯମୁନା ମାତାଙ୍କ ଅଭିଶାପ ଲାଗିଗଲା ତେଣୁ ତୁମେ ପରାସ୍ତ ହେଲ ବୋଲି କହିଛନ୍ତି ଉପରାଜ୍ୟପାଳ ଭି କେ ସକ୍ସେନା ।

ଲଗାତାର ଦୁଇ ପାଳି ଦିଲ୍ଲୀରେ ସରକାର ଗଢି ଆସୁଥିବା ଅରବିନ୍ଦ କେଜ୍ରିୱାଲଙ୍କ ଆପ୍ ଆଦମୀ ପାର୍ଟିର ପରାଜୟକୁ ନେଇ ଉପରାଜ୍ୟପାଳ ଭି କେ ସକ୍ସେନା କହିଛନ୍ତି, 'ତୁମକୁ ଯମୁନା ମାତାଙ୍କ ଅଭିଶାପ ଲାଗିଗଲା । ସରକାରଙ୍କୁ ଯମୁନା ନଦୀ ସଫା କରିବା ଦିଗରେ ସକ୍ରିୟ ପଦକ୍ଷେପ ନେବାର ଥିଲା ହେଲେ କିଛି ନିଆଗଲା ନାହିଁ । ଯାହାର ପରିଣାମ ନିର୍ବାଚନରେ ଦେଖିବାକୁ ମିଳିଲା ।'

ଅରବିନ୍ଦ କେଜ୍ରିୱାଲ ମୁଖ୍ୟମନ୍ତ୍ରୀ ପଦ ଛାଡିବା ପରେ ଆତିଶୀ ଗତବର୍ଷ ସେପ୍ଟେମ୍ବର ୨୧ ତାରିଖରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ । ମାତ୍ର ସାଢେ ୪ ବର୍ଷ ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟଭାର ସମ୍ଭାଳିଥିଲେ ଆତିଶୀ । ସୁଷମା ସ୍ବରାଜ ଓ ଶିଲା ଦୀକ୍ଷିତଙ୍କ ପରେ ଆତିଶୀ ଦିଲ୍ଲୀର ତୃତୀୟ ମହିଳା ମୁଖ୍ୟମନ୍ତ୍ରୀ ଥିଲେ । କାଲକାଜୀ ଆସନୁ ପ୍ରାର୍ଥୀ ହୋଇଥିଲେ ମୁଖ୍ୟମନ୍ତ୍ରୀ । ସେ ବିଜେପିର ରମେଶ ବିଧୁଡୀଙ୍କୁ ୩୫୦୦ରୁ ଅଧିକ ଭୋଟରେ ହରାଇ ବିଜୟୀ ହୋଇଥିଲେ ହେଲେ ତାଙ୍କ ଦଳ ଆପକୁ ବହୁମତ ମିଳି ପାରିନଥିଲା । 

ଏହା ବି ପଢନ୍ତୁ...ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ଆତିଶୀ ମାର୍ଲେନା ; କିଏ ହେବ ପରବର୍ତ୍ତୀ ସିଏମ୍ ?

ଏବେ ଆଞ୍ଚଳିକ ଦଳକୁ ବିଜେପି ଚିନ୍ତା ଘାରିଛି । ସେ ଓଡିଶା ହେଉ ମହାରାଷ୍ଟ୍ର ଗୋଟିଏ ପରେ ଗୋଟିଏ ରାଜ୍ୟ ବିଜେପି ଖାତାକୁ ଯାଉଛି । ମହାରାଷ୍ଟ୍ରରେ ଏନସିପି ଓ ଶିବସେନା ଭାଙ୍ଗିବା ପରେ ବିଜେପି ନେତୃତ୍ବାଧୀନ ମହାୟୁତି ସରକାର ଗଠନ କରିଛି । ଏବେ ଏହି ତାଲିକାରେ ଯୋଡି ହୋଉଛି ଦିଲ୍ଲୀ । ଯାହାକୁ ନେଇ ଦଶନ୍ଧି ଦଶନ୍ଧି ଧରି ସତ୍ତାରେ ଥିବା ଆଞ୍ଚଳିକ ଦଳ ପାଇଁ ଚିନ୍ତାର କାରଣ ହୋଇଛି । ଦିଲ୍ଲୀରେ ହୋଇଥିବା ବିଧାନସଭା ନିର୍ବାଚନରେ ଆମ ଆଦମୀ ପାର୍ଟି ପରାସ୍ତ ହୋଇଛି । ୪୮ଟି ଆସନ ଜିତି ୨୭ ବର୍ଷ ପରେ ଦିଲ୍ଲୀ ଦଖଲ କରିଛି ଭାରତୀୟ ଜନତା ପାର୍ଟି । ଦିଲ୍ଲୀ ଫଳାଫଳ ପ୍ରକାଶ ପାଇବା ପରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ଆତିଶୀ । ଏବେ ନୂଆ ମୁଖ୍ୟମନ୍ତ୍ରୀ କିଏ ହେବେ ତାକୁ ନେଇ  ବିଜେପିର ମାନସ ମନ୍ଥନ ଜାରି ରହିଛି । ଆପ୍ ସୁପ୍ରିମୋ ଅରବିନ୍ଦ କେଜ୍ରିୱାଲଙ୍କୁ ହରାଇଥିବା ପରବେଶ ବର୍ମା ସିଏମ ରେସରେ ଆଗରେ ରହିଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.