ପ୍ରମୂଖ ଖବର
  • ବୋରିଗୁମ୍ମା : ଗୋଟିଏ ଦିନରେ ୩ ଘରୁ ଚୋରି, ୨କୋଟି ଟଙ୍କାର ସୁନା ଅଳଙ୍କାର ସହ ନଗଦ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ
  • ||
  • ବଣାଇ : ବିଦ୍ୟୁତ ଖୁଣ୍ଟକୁ ପିଟି ଓଲଟିଲା OSRTC ବସ୍‌, ୨୦ ଆହତ
  • ||

ସୋଆ କମ୍ୟୁନିଟି ରେଡିଓ ପକ୍ଷରୁ ବିଶ୍ୱ ରେଡ଼ିଓ ଦିବସ ପାଳିତ

Published By : Prameya | February 13, 2025 7:07 PM

ଭୁବନେଶ୍ୱର୧୩/୦୨: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଭଏସ୍‌ ଅଫ୍‌ ସୋଆ କମ୍ୟୁନିଟି ରେଡ଼ିଓ ୯୦.୪ ପକ୍ଷରୁ ଗୁରୁବାର ବିଶ୍ୱ ରେଡ଼ିଓ ଦିବସ ପାଳିତ ହୋଇଯାଇଛି । ବିଶ୍ୱ ରେଡ଼ିଓ ଦିବସର ଚଳିତ ବର୍ଷର ପ୍ରସଙ୍ଗ ରହିଛି ‘ରେଡ଼ିଓ ଓ ଜଳବାୟୁ ପରିବର୍ତନ’ । କମ୍ୟୁନିଟି ରେଡ଼ିଓର ସଦସ୍ୟ, ଛାତ୍ରଛାତ୍ରୀ ଏବଂ ସୋଆର ଫ୍ୟାକଲ୍ଟିମାନେ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । 

ଶ୍ରୋତା ମାନଙ୍କୁ ସୂଚନା ପ୍ରଦାନ କରିବା ଏବଂ ବିଭିନ୍ନ ପ୍ରସଙ୍ଗରେ ଶିକ୍ଷିତ ଓ ସଚେତନ କରାଇବାରେ ସୋଆ କମ୍ୟୁନିଟି ରେଡ଼ିଓର ଏକ ବଡ଼ ଭୂମିକା ରହିଛି । ରେଡ଼ିଓ ଦିବସରେ ଆମେ କେବଳ ରେଡ଼ିଓର ଅତୀତ ଏବଂ ବର୍ତମାନ ନୁହେଁ ମାତ୍ର ଭବିଷ୍ୟତରେ ଓ ଡିଜିଟାଲ୍‌ ଯୁଗରେ ଯୁବ ସମ୍ପ୍ରଦାୟ ରେଡ଼ିଓ ସହିତ କିପରି ଯୋଡ଼ି ହୋଇ ରହିପାରିବେ ସେଥିପାଇଁ ଆମର ପ୍ରୟାସ ରହିବ ବୋଲି ସୋଆ କମ୍ୟୁନିଟି ରେଡ଼ିଓର ଅଫିସର ଇନ୍‌ଚାର୍ଜ ଶ୍ରୀମତି ହନି ପଟ୍ଟନାୟକ କହିଛନ୍ତି।  

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.