ନୂଆଦିଲ୍ଲୀ ୧୧/୦୭: ପ୍ରତି ବର୍ଷ ଜୁଲାଇ ୧୧ ତାରିଖରେ ପାଳିତ ହୁଏ ବିଶ୍ୱ ଜନସଂଖ୍ୟା ଦିବସ । ବିଶ୍ୱ ଜନସଂଖ୍ୟାରେ ଦ୍ରୁତ ବୃଦ୍ଧି ବିଭିନ୍ନ ପ୍ରକାର ଆହ୍ୱାନ ଓ ସମସ୍ୟା ସାମ୍ନାକୁ ଆଣୁଛି । ଦାରିଦ୍ର୍ୟ, ଆର୍ଥିକ ଚିନ୍ତା, ସ୍ୱାସ୍ଥ୍ୟ ସମସ୍ୟା ଭଳି ବିଷୟ ଜନସଂଖ୍ୟା ବୃଦ୍ଧି ଦ୍ୱାରା ପ୍ରଭାବିତ ହେଉଛି । ଏ ସମସ୍ତ ବିଷୟର ସମାଧାନ ଦିଗରେ କାମ କରିବାକୁ ଏବଂ ବିଶ୍ୱରେ ସମସ୍ତଙ୍କର ଉତ୍ତମ ଭବିଷ୍ୟତ ପାଇଁ ପ୍ରୟାସ ଲାଗି ଧ୍ୟାନ ଦେବାକୁ ଏହି ଦିବସ ଜୋର ଦିଏ । ବିଶ୍ୱ ଜନସଂଖ୍ୟା ବିଷୟରେ ଏବଂ ଏ ସମ୍ପର୍କିତ ଆହ୍ୱାନଗୁଡ଼ିକ ବିଷୟରେ ଲୋକଙ୍କୁ ସଚେତନ ଓ ଶିକ୍ଷିତ କରିବା ଏହି ଦିବସ ପାଳନର ଉଦ୍ଦେଶ୍ୟ । ଏ ବର୍ଷର ଥିମ୍ ରହିଛି 'To Leave No One Behind, Count Everyone'।
୧୯୮୭ ମସିହା, ଜୁଲାଇ ୧୧ ତାରିଖରେ ବିଶ୍ୱ ଜନସଂଖ୍ୟା ୫୦୦ କୋଟି ପହଞ୍ଚିବା ପରେ ଡ. କେସି ଜାଚାରିୟାଙ୍କ ପ୍ରୟାସ ଓ ପ୍ରସ୍ତାବ କ୍ରମେ ୧୯୮୯ ମସିହାରେ ଜାତିସଂଘ ଦ୍ୱାରା ଏହି ଦିବସ ପ୍ରତିଷ୍ଠା ହୋଇଥିଲା ।