ପ୍ରମୂଖ ଖବର
  • ରାୟଗଡ଼ା : ଟ୍ରେଲର ଧକ୍କାରେ ମହିଳା କନେଷ୍ଟବଳଙ୍କ ମୃତ୍ୟୁ, ୨ ଗୁରୁତର
  • ||
  • 'ରାଜ୍ୟରେ ଏବେ ବନ୍ୟା ପରିସ୍ଥିତି ନାହିଁ, ବିପଦ ସଙ୍କେତ ତଳେ ଜଳସ୍ତର': ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ
  • ||
  • ବୌଦ୍ଧ : ଭାରସାମ୍ୟ ହରାଇ ଓଲଟିଲା ସିମେଣ୍ଟ ବୋଝେଇ ଟ୍ରକ୍‌, ଡ୍ରାଇଭର ଆହତ
  • ||
  • ବାହୁଡ଼ା ଯାତ୍ରା ପାଇଁ ଜନସମୁଦ୍ର ବଡ଼ଦାଣ୍ଡ, ଘଣ୍ଟଘଣ୍ଟା ନାଦରେ ପ୍ରକମ୍ପିତ ଶ୍ରୀକ୍ଷେତ୍ର
  • ||
  • ଜନ୍ମବେଦୀରୁ ବାହୁଡ଼ିବେ ଦାରୁବ୍ରହ୍ମ, ଶରଧାବାଲିରେ ରଥାରୂଢ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବୌଦ୍ଧ : ରେଳ ଧାରଣାରେ ଶୋଇ ରିଲ୍ସ ବନାଇଲେ ନାବାଳକ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ
  • ||
  • ନୌସେନାରେ ପ୍ରଥମ ମହିଳା ଫାଇଟର ପାଇଲଟ ହେଲେ ଆସ୍ଥା ପୁନିଆ, ମିଳିଲା ୱିଙ୍ଗ୍ ଅଫ୍‌ ଗୋଲ୍ଡ
  • ||
  • ବାହୁଡ଼ିବେ ଦାରୁଦିଅଁ, ସୁରକ୍ଷା ବଳୟରେ ଶ୍ରୀକ୍ଷେତ୍ର: ପହଣ୍ଡିରେ ୨, ରଥ ସୁରକ୍ଷାରେ ୬ ଆଇପିଏସ୍‌କୁ ଦାୟିତ୍ୱ
  • ||
  • ଆହୁରି ୩ ଦିନ ଭିଜିବ ଓଡ଼ିଶା, ବାହୁଡ଼ାରେ ବର୍ଷା ସମ୍ଭାବନା; ୬ ଜିଲ୍ଲାକୁ ଆଲର୍ଟ
  • ||

ଅଯୋଧ୍ୟାରେ ୩୧ ଅକ୍ଟୋବରରେ ପାଳନ ହେବ ଦିପାବଳୀ, ବୁଧବାର ହେବ ଦୀପୋତ୍ସବ...

Published By : Ladu Kishor | October 29, 2024 8:54 PM

()ଧାର୍ମିକ ମାନ୍ୟତା ଅନୁସାରେ ଦିପାବଳୀ ପୂଜା କାର୍ତ୍ତିକ ଅମାବାସ୍ୟା ଦିନ ସନ୍ଧ୍ୟା ସମୟରେ କରାଯାଇଥାଏ । ଦିପାବଳୀ ଉତ୍ସବକୁ ପାଞ୍ଚ ଦିନ ପର୍ଯ୍ୟନ୍ତ ପାଳନ କରାଯାଇଥାଏ, ଯାହାର ଆରମ୍ଭ ଧନତେରସରୁ ହୋଇଥାଏ । ଧନତେରସ ତ୍ରୟୋଦଶୀ ତିଥିକୁ ମନା ଯାଇଥାଏ । ଯାହାର ପର ଦିନ ଚତୁର୍ଦ୍ଦଶୀ ତିଥିରେ ଛୋଟ ଦିପାବଳୀ ପାଳନ କରାଯାଏ । ଦିପାବଳୀ ଆଲୋକ ଏବଂ ଖୁସିର ପର୍ବ । ଏହି ଉତ୍ସବ ଭଗବାନ ରାମଙ୍କ ୧୪ ବର୍ଷ ବନବାସର ସମାପ୍ତ ହୋଇ ଅଯୋଧ୍ୟା ଫେରିବାର ଖୁସିର ପ୍ରତୀକ । ଶ୍ରୀରାମ ଜନ୍ମଭୁମି ତୀର୍ଥକ୍ଷେତ୍ରର ସଦସ୍ୟ ଅନିଲ ମିଶ୍ରା ଦିପାବଳୀ ଉତ୍ସବର ତାରିଖକୁ ନିଶ୍ଚିତ କରି କହିଛନ୍ତି ଯେ, ୩୧ ଅକ୍ଟୋବର ଦିନ ଦିପାବଳୀ ପର୍ବ ପାଳନ କରାଯିବ। 

ଅଯୋଧ୍ୟାରେ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ପରେ ଏହା ହେଉଛି ପ୍ରଥମ ଦିପାବଳୀ। ଅଯୋଧ୍ୟାରେ ଏବେ ପର୍ଯ୍ୟନ୍ତ ହୋଇଥିବା ଦିପାବଳୀ ଭିତରେ ଏଥରର ଦିପାବଳୀକୁ ସବୁଠୁ ଅଧିକ ଉତ୍ସବ ମୁଖର କରିବାକୁ ପ୍ରସ୍ତୁତି ଚାଲିଛି । ଚଳିତବର୍ଷ ୩୫ ଲକ୍ଷରୁ ଅଧିକ ଦୀପ ଜଳାଇବାକୁ ସଙ୍କଳ୍ପ ନିଆଯାଇଛି । ଏଥିରୁ ୨୮ ଲକ୍ଷ ଦୀପ କେବଳ ସରଜୁ ନଦୀର ୫୫ ଘାଟରେ ପ୍ରଜ୍ବଳିତ ହେବ । ଅଯୋଧ୍ୟା ସମେତ ପୂରା ବିଶ୍ବର ନଜର ଏବେ ଅଯୋଧ୍ୟା ଉପରେ ରହିଛି । ଏହି ଦିନ ଶ୍ରୀରାମ ନଗରୀ ଅଯୋଧ୍ୟା ନୂଆ କିର୍ତ୍ତିମାନ ରଚିବାକୁ ଯାଉଛି । ଏହି ଅଲୌକିକ ମୂହୁର୍ତ୍ତକୁ ଅନୁଭବ କରିବାକୁ ଉତ୍ସବ ମୁଖର ହୋଇ ଚାହିଁ ରହିଛନ୍ତି।    

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.