ପ୍ରମୂଖ ଖବର
  • ଭୁବନେଶ୍ୱରରେ ନୂଆ ରାଜ୍ୟପାଳ ଡ. ହରିବାବୁ କମ୍ଭମପତି, ଏୟାରପୋର୍ଟରେ ଦିଆଗଲା ଗାର୍ଡ ଅଫ୍ ଅନର୍‌
  • ||
  • ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ବଢିଲା ସ୍ୱାଧୀନତା ସଂଗ୍ରାମୀଙ୍କ ଭତ୍ତା
  • ||
  • ରାଜଧାନୀରେ ନକଲି ସିମେଣ୍ଟ୍ ଫ୍ୟାକ୍ଟ୍ରି ଠାବ, ପାଉଁଶ ମିଶାଇ ଲୋକଙ୍କୁ କରୁଥିଲେ ବିକ୍ରି
  • ||
  • କରଞ୍ଜିଆ : ସ୍କୁଟିକୁ ଧକ୍କା ଦେଲା ଲୁହା ପଥର ବୋଝେଇ ଟ୍ରକ୍, ମାଆ ଆଗରେ ଚାଲିଗଲା ପୁଅର ଜୀବନ
  • ||
  • ଆନନ୍ଦପୁର : ଜଙ୍ଗଲରୁ ୨ ଶିକାରୀ ଗିରଫ, ମାରଣାସ୍ତ୍ର ସହ ଫାସ ଜବତ
  • ||
  • ବୋରିଗୁୁମ୍ମା : ନୂଆବର୍ଷରେ ଭୋଜି କରି ଯୁବକଙ୍କୁ ନିର୍ମମ ହତ୍ୟା, କାରଣ ଅସ୍ପଷ୍ଟ
  • ||
  • ବୌଦ୍ଧ : ୨୧୬ ଲିଟର ବିଦେଶୀ ମଦ ଜବତ, ଜଣେ ଗିରଫ
  • ||
  • ଅପରାହ୍ନରେ ଝାରସୁଗୁଡ଼ା ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ‘ଦୁଲ୍‌ଦୁଲି' କାର୍ଯ୍ୟକ୍ରମରେ ଦେବେ ଯୋଗ
  • ||
  • କଳାହାଣ୍ଡି : ଟ୍ୟାଙ୍କର ଧକ୍କାରେ ଯୁବକଙ୍କ ମୃତ୍ୟୁ ଘଟଣା, କ୍ଷତି ପୂରଣ ଦାବିରେ ଶବ ରଖି ରାସ୍ତା ଅବରୋଧ
  • ||
  • ଜଗା ଦର୍ଶନ ପାଇଁ ପୁରୀରେ ପ୍ରବଳ ଭିଡ଼, ବଡ଼ଦାଣ୍ଡରେ ଲାଗିଛି ଲମ୍ବା ଲାଇନ୍
  • ||
  • ସମ୍ୱଲପୁରରେ ଜବରଦଖଲ ଉଚ୍ଛେଦ, ୧୬୩ ଧାରା ଲାଗୁ
  • ||
  • ଘଟଗାଁରେ ଉଦ୍‌ଘାଟନ ହେବ ଅଟେଇ ଜଙ୍ଗଲ ସଫାରୀ, ବନ୍ୟଜନ୍ତୁ ଦେଖିବାର ମଜା ନେବେ ପର୍ଯ୍ୟଟକ
  • ||
  • ଆଜି ଓଡ଼ିଶାରେ ପହଞ୍ଚିବେ ନୂଆ ରାଜ୍ୟପାଳ, ପୁରୀ ଯାଇ ଶ୍ରୀଜିଉଙ୍କୁ କରିବେ ଦର୍ଶନ
  • ||
  • ସାଲେପୁର : ବାଇକ୍‌କୁ ପଛପଟୁ ଧକ୍କା ଦେଲା ବାଇକ୍: ଜଣେ ସଙ୍କଟାପନ୍ନ, ଦୁଇ ଗୁରୁତର
  • ||
  • ସୋର : ଇଶାନ ଗାଁରେ ଅଗ୍ନିକାଣ୍ଡ: ଜଳିଗଲା ୪ ବଖରା ଘର, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ
  • ||
  • ଜାନୁଆରୀରେ ଶୀତ କମ୍‌, ମାର୍ଚ୍ଚ ଯାଏଁ ଅଧିକ ବର୍ଷା, ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ
  • ||

ଧନତେରସରେ ଯମ ଦୀପ କ’ଣ ? କେମିତି ପ୍ରସନ୍ନ ହେବେ ଧନ ଲକ୍ଷ୍ମୀ ? କେଉଁ ସମୟରେ ଭଗବାନ କୁବେରଙ୍କୁ କରିବା ପୂଜା ? ଜାଣନ୍ତୁ ଏସବୁର ନିୟମ...

Published By : Prameya | October 28, 2024 9:37 PM

ହିନ୍ଦୁ ଧର୍ମରେ ଦିପାବଳୀର ଉତ୍ସବ ଧନତେରସରୁ ଆରମ୍ଭ ହୋଇଥାଏ । ଧନତେରସ ଦିନ ସନ୍ଧ୍ୟା ସମୟରେ ମା ଲକ୍ଷ୍ନୀ ଏବଂ ଭଗବାନ କୁବେରଙ୍କ ପୂଜାର ବିଧାନ ରହିଥାଏ । ଏହି ଦିନ ମୃତ୍ୟୁର ଦେବତା ଯମରାଜଙ୍କର ମଧ୍ୟ ପୂଜା କରାଯାଇଥାଏ ଏବଂ ସନ୍ଧ୍ୟାରେ ଦକ୍ଷୀଣ ଦିଗରେ ଯମଙ୍କ ନାମରେ ଦୀପ ଜଳାଯାଇଥାଏ । ଜାଣନ୍ତୁ ଧନତେରସରେ ଯମ ଦୀପ ଜଳାଇବାର ଶୁଭ ମୂହୁର୍ତ୍ତ ଏବଂ କାହିଁକି ଓ କେଉଁ ଦିଗରେ ଲଗାଇବାର ନିୟମ ...

ନିୟମ ରହିଛି କି, ଧନତେରସ ଦିନ ଯମ ନାମରେ ଦୀପ ଜଳାଇବା ଦ୍ବାରା ମା ଲକ୍ଷ୍ମୀଙ୍କ ସହ ଭଗବାନ କୁବେରଙ୍କ ଆଶିର୍ବାଦ ପ୍ରାପ୍ତ ହୋଇଥାଏ। ଏହା ସହ ଜୀବନରେ ଖୁସିର ଆଗମନ ହୋଇଥାଏ । ଆଉ ବ୍ୟକ୍ତିର ଜୀବନରେ ଅକାଳ ମୃତ୍ୟୁର ସମ୍ଭାବନା ରହିନଥାଏ । 

ଧନତେରସ ଦିନ ଘରର ଦକ୍ଷୀଣ ଭାଗରେ ଏକ ଚାରି ମୁହଁ ଥିବା ଦୀପ ଜଳାଇବା ଆବଶ୍ୟକ । ଏହି ୪ ମୁହଁ ଥିବା ଦୀପକୁ ଯମର ଦୀପ କୁହାଯାଏ । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଘରର ଦକ୍ଷୀଣ ଦିଗର ସ୍ବାମୀ ଯମ ହୋଇଥାନ୍ତି । 

ଧନତେରସ ଦିନ ଦୀପଦାନର ଶୁଭ ମୁହୂର୍ତ୍ତ ସନ୍ଧ୍ୟା ୬.୩୦ ମିନିଟ୍‌ରୁ ରାତି ୮ଟା ୧୨  ମିନିଟ୍ ପର୍ଯ୍ୟନ୍ତ ରହିବ । ବୃଷ କାଳରେ ଦୀପ ଦାନ ସନ୍ଧ୍ୟା ୬.୩୦ ମିନିଟ୍‌ରୁ ରାତି ୮.୨୬ ମିନିଟ୍ ରହିବ । 

ଧନତେରସ ଦିନ ସୂର୍ଯ୍ୟଦୟ ପରେ ଅଟାରେ ଚାରି ମୁହାଁ ଦୀପ ତିଆରି କରନ୍ତୁ। ଆଉ ଏଥିରେ ସୋରିଷ ତେଲ ଭରି ଦିଅନ୍ତୁ । ଏଥିରେ ଚାରୋଟି ବତୀ ଲଗାଇ ଘରର ଦକ୍ଷୀଣ ଭାଗରେ ମୁହଁ କରି ଜଳାନ୍ତୁ । ନିୟମ ରହିଛି କି ଏହି ଦିନ ମୁଖ୍ୟ ଦ୍ବାରରେ ଗାଇ ଘିଅ ଦୀପ ଜଳାଇବା ଦ୍ବାରା ମା ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି ।  

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.