ପ୍ରମୂଖ ଖବର
  • ଭଦ୍ରକ : ବିଦ୍ୟୁତ ଆଘାତରେ ମାମୁଁ -ଭଣଜା ମୃତ
  • ||
  • ବାଲେଶ୍ବର ଏଫଏମ କଲେଜ ପୀଡିତା ଛାତ୍ରୀଙ୍କ ମୃତ୍ୟୁ ଘଟଣା, ୟୁଜିସିର ଫ୍ୟାକ୍ଟ ଫାଇଣ୍ଡିଂ କମିଟି ଗଠନ
  • ||
  • ଆସନ୍ତାକାଲି ବାଲେଶ୍ବର ଜିଲ୍ଲା ବନ୍ଦ ଡାକରା ଦେଲା ବିଜେଡି, ସକାଳ ୬ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ବନ୍ଦ
  • ||
  • ସ୍ପେଶ ଡ୍ରାଗନ୍‌ର ସଫଳ ଅବତରଣ, ମହାକାଶରୁ ଫେରିଲେ ଶୁଭାଂଶୁ ଶୁକ୍ଳା ସମେତ ୪ ମହାକାଶଚାରୀ
  • ||
  • ଆସନ୍ତାକାଲି କେନ୍ଦ୍ର କ୍ୟାବିନେଟ୍ ବୈଠକ, ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ଗୁରୁତ୍ବପୂର୍ଣ୍ଣ ବୈଠକ
  • ||
  • ୩ ମାସ ବଢ଼ିଲା ରାସନ କାର୍ଡ ଇ-କେୱାଇସି ଅବଧି, ସୂଚନା ଦେଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର
  • ||
  • ନିରବୀ ଗଲା ସୌମ୍ୟାଶ୍ରୀଙ୍କ ସ୍ୱର, ଗାଁ ମଶାଣିରେ ପଞ୍ଚଭୂତରେ ଲୀନ ​ହୋଇଗଲା ପାର୍ଥିବ ଶରୀର
  • ||
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ମୃତ୍ୟୁ ଘଟଣା, ଆସନ୍ତା ୧୭ରେ ଓଡ଼ିଶା ବନ୍ଦ ଡାକରା ଦେଲା କଂଗ୍ରେସ
  • ||
  • ସ୍ପେସ୍‌ ଷ୍ଟେସନରୁ ଫେରୁଛନ୍ତି ଶୁଭାଂଶ ଶୁକ୍ଳା, ଆଜି କାଲିଫର୍ଣ୍ଣିଆ ତଟରେ ଜଳାବତରଣ
  • ||
  • ବୌଦ୍ଧ: ଟ୍ରକକୁ ପଛରୁ ଧକ୍କା ଦେଲା ବୋଲବମ୍ ଯାତ୍ରୀଙ୍କୁ ନେଇ ଯାଉଥିବା ପିକଅପ ଭ୍ୟାନ,୫ ଗୁରୁତର
  • ||
  • ଏଫ୍‌ଏମ୍‌ ଛାତ୍ରୀ ସୌମ୍ୟାଶ୍ରୀଙ୍କ ମୃତ୍ୟକୁ ନେଇ ଶୋକବ୍ୟକ୍ତ କଲେ କେନ୍ଦ୍ରମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ
  • ||
  • ସୃଷ୍ଟି ହେଲା ଅବପାତ: ଉତ୍ତର, ପଶ୍ଚିମରେ ଅତି ପ୍ରବଳ ବର୍ଷା ସମ୍ଭାବନା, ୫ ଜିଲ୍ଲାକୁ ସତର୍କ
  • ||

ରତନ ଟାଟାଙ୍କ ଇଚ୍ଛାପତ୍ରରେ ଡଗ୍‌କୁ ମଧ୍ୟ ମିଳିଲା ବହୁତ କିଛି , ଦେଶର ସବୁଠୁ ଧନୀ କୁକୁର ହେବ ଟିଟୋ

Published By : Prameya | October 25, 2024 4:43 PM

ନୂଆଦିଲ୍ଲୀ – ଦିବଙ୍ଗତ ପ୍ରସିଦ୍ଧ ଶିଳ୍ପପତି ରତନ ଟାଟାଙ୍କ ଇଚ୍ଛାପତ୍ରର ତଥ୍ୟ ସାମନାକୁ ଆସିଛି। ଏଥିରେ ସେ ଜର୍ମାନ ଶେଫର୍ଡ କୁକୁର ଟିଟୋ ପାଇଁ ଅନଲିମିଟେଡ୍‌ କେୟାରର ବନ୍ଦୋବସ୍ତ କରି ଦେଇ ଯାଇଛନ୍ତି। ରତନ ଟାଟା ୧୦ ହଜାର କୋଟି ଟଙ୍କାରୁ ଅଧିକ ସଂପତ୍ତି ଛାଡ଼ି ଯାଇଛନ୍ତି। ଉକ୍ତ ସଂପତ୍ତିର ଭାଗବାଣ୍ଟ ତାଙ୍କ ଭଉଣୀ ଶିରିନ ଓ ଡିଏନାଙ୍କ ବ୍ୟତୀତ ହାଉସ୍ ଷ୍ଟା୍‌ପ୍ ଓ ଅନ୍ୟ ଲୋକଙ୍କ ମଧ୍ୟରେ ହେବ। ହେଲେ ରତନ ଟାଟାଙ୍କ ଧନର ଯେତେ ଭାଗ ତାଙ୍କ କୁକୁରକୁ ମିଳିବ, ଏହାପରେ ସେ ଭାରତରେ ସବୁଠୁ ଧନୀ କୁକୁର ତାଲିକାରେ ରହିବ। ରତନ ଟାଟାଙ୍କର ଇଚ୍ଛାପତ୍ରରେ ତାଙ୍କର ସ୍ୱତନ୍ତ୍ର ବନ୍ଧୁ ଶାନ୍ତନୁଙ୍କ କଥା ମଧ୍ୟ କୁହାଯାଇଛି। 


ଟିଟୋକୁ ୫-୬ ବର୍ଷ ପୂର୍ବେ ପୋଷା ଭାବେ ଅଣାଯାଇଥିଲା। ରତନ ଟାଟାଙ୍କ ଇଚ୍ଛା ପତ୍ର ଅନୁସାରେ, ଟିଟୋର ଦେଖାଶୁଣାର ଦାୟିତ୍ୱ ତାଙ୍କର ଦୀର୍ଘ ଦିନ ଧରି ରୋଷେୟା ଥିବା ରାଜ୍ ଶା କରିବେ। ଟାଇମ୍ସ ଅଫ୍‌ ଇଣ୍ଡିଆ ଅନୁସାରେ, ଇଚ୍ଛା ପତ୍ରରେ ତିନି ଦଶକ ଯାଏ ରତନ ଟାଟାଙ୍କ ଚାକର ରହିଥିବା ସୁବୈୟା ପାଇଁ ମଧ୍ୟ ପ୍ରାବଧାନ କରିଯାଇଛନ୍ତି। ଉଲ୍ଲେଖନୀୟ ଯେ, ଟାଟା ଯେବେ ବି ବାହାରକୁ ଯାଉଥିଲେ ସେ ରଞ୍ଜନ ଓ ସୁବୈୟାଙ୍କ ପାଇଁ ଡିଜାଇନର ପୋଷାକ କିଣି ଆଣୁଥିଲେ।

ରତନ ଟାଟାଙ୍କ ଖାସ୍‌ ବନ୍ଧୁ ତଥା ଏଗଜିକ୍ୟୁଟିଭ୍‌ ଆସିଷ୍ଟାଣ୍ଟ ଶାନ୍ତନୁ ନାଇଡୁଙ୍କର କଥା ମଧ୍ୟ କୁହାଯାଇଛି। ଟାଟା ନାଇଡୁଙ୍କ ଉଦ୍ୟୋଗ ଗୁଡଫେଲୋରେ ନିଜର ଷ୍ଟକ୍‌କୁ ଛାଡ଼ି ଦେଇଛନ୍ତି । ପ୍ରସିଦ୍ଧ ଶିଳ୍ପପତିଙ୍କର ସଂପତ୍ତିରେ ଅଲିବାଗ୍‌ରେ ୨,୦୦୦ବର୍ଗ ଫୁଟ୍‌ର ସି-ଫେସ୍‌ ବଙ୍ଗଳା, ମୁମ୍ୱାଇରେ ଜୁହୁ ତାରା ରୋଡ୍‌ରେ ଦୁଇ ମହଲା ଘର, ୩୫୦ କୋଟି ଟଙ୍କାରୁ ଅଧିକର ଫିକ୍ସ ଡିପୋଜିଟ୍‌ ଓ ଟାଟା ସନ୍ସରେ ୦.୮୩ ପ୍ରତିଶତ ଷ୍ଟକ୍‌ ଓ ଟାଟା ଗ୍ରୁପ୍‌ରେ ୧୬୫ ବିଲିୟନ ଡଲାରର ସଂପତ୍ତି ସାମିଲ ଅଛି।

ପରମ୍ପରା ଅନୁସାରେ,ଟାଟ ସନ୍ସରେ ତାଙ୍କର ଷ୍ଟକ୍‌ ରତନ ଟାଟା ଏଣ୍ଡୋମେଣ୍ଟ ଫାଉଣ୍ଡେସନ (ଆରଟିଇଏଫ) କୁ ସ୍ଥାନାନ୍ତରିତ କରିଦିଆ ଯିବ, ଯାହା ଏକ ଧର୍ମାର୍ଥ ଟ୍ରଷ୍ଟ। ଟାଇମ୍ସ ଅଫ୍‌ ଇଣ୍ଡିଆର ରିପୋର୍ଟ ଅନୁସାରେ, ତାଙ୍କର ଇଚ୍ଛାପତ୍ରକୁ ବମ୍ୱେ ହାଇକୋର୍ଟଙ୍କ ଦ୍ୱାରା ପ୍ରୋବ୍‌ କରାଯିବାର ଆଶା ରହିଛି , ଏକ ପ୍ରକ୍ରିୟା ଯେଉଁଥିରେ ଅନେକ ମାସ ଲାଗିବ। ଜଣେ ପରୋପକାରୀ, ପଶୁ ପ୍ରେମୀ ଓ ଉତ୍ସାହୀ ଉଦ୍ୟୋଗୀ ଭାବେ ଜଣାଶୁଣା, ରତନ ଟାଟା ୯ ଅକ୍ଟୋବର, ୨୦୨୪ରେ ୮୬ ବର୍ଷ ବୟସରେ ଦୁନିଆକୁ ଅଲବିଦା କହି ଥିଲେ।   

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.