ପ୍ରମୂଖ ଖବର
  • ରାୟଗଡ଼ା : ଟ୍ରେଲର ଧକ୍କାରେ ମହିଳା କନେଷ୍ଟବଳଙ୍କ ମୃତ୍ୟୁ, ୨ ଗୁରୁତର
  • ||
  • 'ରାଜ୍ୟରେ ଏବେ ବନ୍ୟା ପରିସ୍ଥିତି ନାହିଁ, ବିପଦ ସଙ୍କେତ ତଳେ ଜଳସ୍ତର': ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ
  • ||
  • ବୌଦ୍ଧ : ଭାରସାମ୍ୟ ହରାଇ ଓଲଟିଲା ସିମେଣ୍ଟ ବୋଝେଇ ଟ୍ରକ୍‌, ଡ୍ରାଇଭର ଆହତ
  • ||
  • ବାହୁଡ଼ା ଯାତ୍ରା ପାଇଁ ଜନସମୁଦ୍ର ବଡ଼ଦାଣ୍ଡ, ଘଣ୍ଟଘଣ୍ଟା ନାଦରେ ପ୍ରକମ୍ପିତ ଶ୍ରୀକ୍ଷେତ୍ର
  • ||
  • ଜନ୍ମବେଦୀରୁ ବାହୁଡ଼ିବେ ଦାରୁବ୍ରହ୍ମ, ଶରଧାବାଲିରେ ରଥାରୂଢ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବୌଦ୍ଧ : ରେଳ ଧାରଣାରେ ଶୋଇ ରିଲ୍ସ ବନାଇଲେ ନାବାଳକ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ
  • ||
  • ନୌସେନାରେ ପ୍ରଥମ ମହିଳା ଫାଇଟର ପାଇଲଟ ହେଲେ ଆସ୍ଥା ପୁନିଆ, ମିଳିଲା ୱିଙ୍ଗ୍ ଅଫ୍‌ ଗୋଲ୍ଡ
  • ||
  • ବାହୁଡ଼ିବେ ଦାରୁଦିଅଁ, ସୁରକ୍ଷା ବଳୟରେ ଶ୍ରୀକ୍ଷେତ୍ର: ପହଣ୍ଡିରେ ୨, ରଥ ସୁରକ୍ଷାରେ ୬ ଆଇପିଏସ୍‌କୁ ଦାୟିତ୍ୱ
  • ||
  • ଆହୁରି ୩ ଦିନ ଭିଜିବ ଓଡ଼ିଶା, ବାହୁଡ଼ାରେ ବର୍ଷା ସମ୍ଭାବନା; ୬ ଜିଲ୍ଲାକୁ ଆଲର୍ଟ
  • ||

ଖେଳ ହେଲା କାଳ : ବୟଫ୍ରେଣ୍ଡଙ୍କୁ ସୁଟକେସ୍‌ରେ ବନ୍ଦ କରି ଶୋଇ ପଡ଼ିଲେ ପ୍ରେମିକା, ଉଠି ଦେଖିଲେ ତ ...

Published By : Prameya | October 28, 2024 7:50 PM

ନୂଆଦିଲ୍ଲୀ - ଆମେରିକାର ଫ୍ଲୋରିଡାରେ ଆଶ୍ଚର୍ଯ୍ୟକର ମାମଲା ସାମନାକୁ ଆସିଛି। ଜଣେ ମହିଳା ନିଜ ପ୍ରେମିକଙ୍କୁ ଖେଳ ଖେଳରେ ସୁଟକେସ୍‌ରେ ବନ୍ଦ କରି ଦେଇଥିଲେ ଏବଂ ସେଠାରେ ଶୋଇ ଯାଇ ଥିଲେ। ଯେବେ ନିଦରୁ ଉଠିଲେ, ତୁରନ୍ତ ସେ ସୁଟକେସକୁ ଖୋଲି ଥିଲେ। ଦେଖିଲେ ଭିତରେ ପ୍ରେମିକଙ୍କର ଅଣନିଃଶ୍ୱାସୀ ହୋଇ ମୃତ୍ୟୁ ହୋଇ ଯାଇଛି। ୪ବର୍ଷ ପରେ ମାମଲାରେ ମହିଳାଙ୍କୁ କୋର୍ଟ ଦୋଷୀ ସାବ୍ୟସ୍ତ କରିଛନ୍ତି। ପୁଲିସ ଶୁଣାଣି ବେଳେ କୋର୍ଟଙ୍କୁ ପ୍ରମାଣ ଭାବେ ଭିଡ଼ିଓ ବି ଦେଖାଇଛି। ଭିଡ଼ିଓ ମହିଳାଙ୍କ ଫୋନରୁ ରେକର୍ଡ ହୋଇଥିଲା। ଯେଉଁଥିରେ ପ୍ରେମିକ ଜଣଙ୍କ ଚିତ୍କାର କରୁଥିଲେ ଏବଂ ସୁଟକେସ୍‌ ଖୋଲିବାକୁ ଅନୁରୋଧ କରୁଥିଲେ , ଜବାବରେ ପ୍ରେମିକା ଜଣଙ୍କ ହସୁଥିଲେ।

ସଂପୃକ୍ତ ମହିଳାଙ୍କ ନାଁ ସାରା ବୁନେ। ପୋଲିସ୍‌ର କହିବାନୁସାରେ , ୪୭ ବର୍ଷର ସାରା କହିଛନ୍ତି କି,  ନିଜର ପ୍ରେମିକ ୪୨ ବର୍ଷିୟ ଜର୍ଜ ଟୋରେସ ଜୁନିୟରଙ୍କୁ ଖେଳ ଖେଳରେ ସୁଟକେସ୍‌ରେ ବନ୍ଦ କରି ଦେଲେ। ଏହା ପୂର୍ବରୁ ଦୁହେଁ ରୁମ୍‌ରେ ମଦ ପିଉ ଥିଲେ। ଆରେଞ୍ଜେ ଶେରିଫ୍‌ କାର୍ଯ୍ୟାଳୟ ଦ୍ୱାରା ଦାଏର ଆଫିଡେଭିଟ୍‌ ଅନୁସାରେ , ଦମ୍ପତି ଖୁବ୍‌ ମଦ୍ୟ ପାନ କରିଥିଲେ ଏବଂ ଏହାପରେ ଦୁହେଁ ସ୍ଥିର କଲେ ଏକ ନିଆରା ଖେଳ ଖେଳିବେ । ଏଥିରେ ସେ ସୁଟକେସ୍‌ ଭିତରେ ପାର୍ଟନରକୁ ବନ୍ଦ କରିବାର ଖେଳ ଖେଳିବାକୁ ସ୍ଥିର କଲେ। 

ଯେବେ ସାରା ଟୋରେସଙ୍କୁ ନୀଳ ସୁଟକେସ୍‌ରେ ବନ୍ଦ କଲେ ତ ସେ ଦେଖିଲେ କି, ତାଙ୍କର ଦୁଇଟି ଆଙ୍ଗୁଠି ବାହାରକୁ ବାହାରି ଥିଲା ସେ ନିଶ୍ଚିତ ହୋଇ ଶୋଇ ଗଲେ। ଉଠିବା ପରେ ସାରା ଟୋରେସଙ୍କୁ ସୁଟକେସ ଭିତରେ ବେହୋସ ଭାବେ ପାଇଲେ ଏବଂ ତୁରନ୍ତ ୯୧୧କୁ କଲ୍‌ କଲେ। ଯେବେ ପୋଲିସ ତାଙ୍କ ଘରେ ପହଞ୍ଚିଲେ ତ ଦେଖିଲେ କି ଟୋରେସ ନୀଳ ସୁଟକେସ୍‌ର ପାଖରେ ଶୋଇ ପଡ଼ିଥିଲେ। ସାରା ଆରମ୍ଭରେ କହିଛନ୍ତି କି, ତାଙ୍କୁ ଜଣା ନାହିଁ କି ସେ ସୁଟକେସ୍‌ ଭିତରେ କେମିତି ଫସି ଗଲେ। 

ମାମଲାରେ ପୋଲିସ ପକ୍ଷରୁ କୋର୍ଟକୁ ଭିଡ଼ିଓ ପ୍ରଦାନ କରାଗଲା। ପ୍ରମାଣରେ ସାରାଙ୍କ ଫୋନରେ ମିଳିଥିବା ଭିଡ଼ିଓରୁ ଜଣାପଡିଲା କି, ଟୋରେସ ସୁଟକେସ୍‌ ଭିତରୁ ବାହାରକୁ ବାହାରିବାକୁ ଅନୁରୋଧ କରୁ ଥିଲେ, କିନ୍ତୁ ଜବାବରେ ଖାଲି ହସୁ ଥିଲେ। 

ପୋଲିସ କିନ୍ତୁ ଏହାର ଖୁଲାସା କରି ନାହିଁ କି, ସାରା ଏ ସବୁ ନିଶାସକ୍ତ ଅବସ୍ଥାରେ କରିଛନ୍ତି ନା ଜାଣିଶୁଣି। ଭିଡ଼ିଓରେ ଟୋରେସଙ୍କୁ ଏହା କହୁ ଥିବାର ଶୁଣିବାକୁ ମିଳୁଛି ଯେ, ସେ ନିଃଶ୍ୱାସ ନେଇ ପାରୁ ନାହାନ୍ତି। ଜବାବରେ ସାରା ତାଙ୍କୁ କହୁଛନ୍ତି, ତୁମକୁ ଏହି ଦଣ୍ଡ ମିଳିବ, ଯେତେବେଳେ ତୁମେ ଧୋକା ଦେଉଛ ତ ମୋତେ ବି ଏମିତି ଅନୁଭବ ହୁଏ। 

୧୦ ଦିନର ଶୁଣାଣି ପରେ ଜୁରି ବୁନେଙ୍କୁ ସେକେଣ୍ଡ ଡିଗ୍ରୀ ହତ୍ୟାର ଦୋଷୀ ସାବ୍ୟସ୍ତ କଲେ। ଜୁରି ଗତ ୨୫ ଅକ୍ଟୋବରରେ ମାମଲାରେ ମହିଳାଙ୍କ ବିରୋଧରେ ଫାଇନାଲ ଶୁଣାଣି କରି ଥିଲେ। ମହିଳାଙ୍କୁ ସଜାର ଘୋଷଣା ଆଗାମୀ ୨ଡିସେମ୍ୱରରେ କରାଯିବ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.