ନୂଆଦିଲ୍ଲୀ – ଜୟା କିଶୋରୀ ଗାଈର ଚମଡାରେ ତିଆରି ମହଙ୍ଗା ବ୍ୟାଗ୍ ବ୍ୟବହାର କରିବାକୁ ନେଇ ଦେଇଛନ୍ତି ସଫେଇ। ସେ କହିଛନ୍ତି ଯେ, ଯେଉଁଭଳି ଭାବେ ମାମଲାକୁ ସୋସିଆଲ ମିଡ଼ିଆରେ ଭାଇରାଲ କରାଯାଇଛି, ସତ କିନ୍ତୁ ଏହାର ପୂରା ବିପରୀତ। ଜୟା କିଶୋରୀ କହିଛନ୍ତି , ସେ ଏହି ବ୍ୟାଗକୁ ଅନେକ ବର୍ଷରୁ ବ୍ୟବହାର କରୁଛନ୍ତି। ଏହା ସଂପୂର୍ଣ୍ଣ ଭାବେ କଷ୍ଟମାଇଜ୍ଡ ଫାବ୍ରିକ୍ ସ୍ତରୀୟ ବ୍ୟାଗ୍। ଆଧ୍ୟାତ୍ମିକ ବକ୍ତା ଭାବେ ପ୍ରସିଦ୍ଧ ଜୟା ଏହା ମଧ୍ୟ କହିଛନ୍ତି କି, ସେ ଗତ ୨୨ ବର୍ଷରୁ ପୂଜା ପାଠ କରୁଛନ୍ତି ଏବଂ ଏହି ତପସ୍ୟାକୁ ଭାଙ୍ଗିବେ ନାହିଁ। ସେ କହିଛନ୍ତି , ମୁଁ ନିଜ ପ୍ରଶଂସକଙ୍କୁ ବିଶ୍ୱାସ ଦେବାକୁ ଚାହୁଁଛି କି, ମୁଁ କେବେ ବି ଭୁଲ୍ କାମ କରିନାହିଁ ଏବଂ ଆଗକୁ ବି ଭୁଲ କରିବି ନାହିଁ।
ଉଲ୍ଲେଖନୀୟ ଯେ , ଜୟା କିଶୋରୀଙ୍କର ଏକ ଭିଡ଼ିଓ ଭାଇରାଲ ହେଉଥିଲା , ଯେଉଁଥିରେ ସେ ଡିଓର ବୁକ୍ ଟୋଟ୍ କମ୍ପାନୀର ବ୍ୟାଗ୍ ସହ ନଜର ଆସି ଥିଲେ । ଏହି ବ୍ୟାଗ୍ ଦାମ୍ ୨ ଲକ୍ଷରୁ ଅଧିକ କୁହାଯାଉଛି ଏବଂ ଏହା ମଧ୍ୟ ଦାବି କରାଯାଇଛି କି, ଏହାକୁ ତିଆରି କରିବାରେ ଗାଈର ଚମଡ଼ାର ବ୍ୟବହାର କରାଯାଇଛି।
ଜୟା କିଶୋରୀ କହିଛନ୍ତି ଯଦି ମୋ କଥା ଶୁଣିବାର ଅଛି ,ମୁଁ ଆପଣଙ୍କ ପରିଶ୍ରମ କରିବା ଓ ଅର୍ଥ କମାଇବାକୁ କହିଛି , ତାହା ଆପଣ କରନ୍ତୁ। ଲୋକଙ୍କୁ ଟ୍ରୋଲ୍ କରିବା ବନ୍ଦ କରନ୍ତୁ। ସେ କହିଛନ୍ତି ,ଏହି ବ୍ୟାଗ୍ ଅନେକ ବର୍ଷରୁ ମୋ ପାଖରେ ଅଛି। ଏହା ଆଜିର ନୁହେଁ । ଜୟା କିଶୋରୀ ଏହା ମଧ୍ୟ ଅଭିଯୋଗ ଲଗେଇଛନ୍ତି ଯେ, ଏହା କୌଣସି ଏଜେଣ୍ଡା ହୋଇପାରେ। ନୁହେଁତ କିଛି ପେଡ୍ ପିଆର୍ ପବ୍ଲିସିଟି ହୋଇପାରେ। ଏହାକୁ କିଏ ଓ କାହିଁକି କରୁଛି ମୋତେ ଜଣା ନାହିଁ ।
ଜୟା କିଶୋରୀ କହିଛନ୍ତି ଏମିତି ନୁହେଁ କି ଏହି ବ୍ୟାଗ୍ ପ୍ରଥମ ଥର ଦେଖିବାକୁ ମିଳିଛି । ଅନେକ ଥର ମୁଁ ନିଜେ ଫ୍ଲାଇଟ୍ର ଅପେକ୍ଷା କରି ନିଜ ଜିନିଷର ଫଟୋ ପୋଷ୍ଟ କରିଛି, ଯେଉଁଥିରେ ଏହି ବ୍ୟାଗ୍ ମଧ୍ୟ ଥିଲା। ସେ କହିଛନ୍ତି କି ପ୍ରଥମେ କେବେ ଏହି କଥା ଉଠି ନଥିଲା, କିନ୍ତୁ ଆଜି ହଠାତ୍ ଏହି କଥା ଉଠୁଛି ଏବଂ ଏହା ଉପରେ ବାରମ୍ୱାର ଜୋର ଦେବା କିଛି ତ ଇଙ୍ଗିତ କରୁଛି। ଜୟା କିଶୋରୀ ଏହାସହ ଆଶ୍ୱସ୍ତ କରିଛନ୍ତି ଯେ, ଯେଉଁ ଲୋକ ମୋତେ ଜାଣନ୍ତି , ତାଙ୍କୁ ଭରସା ଦେଉଛି କି କେବେ କିଛି ଭୁଲ୍ କରିବି ନାହିଁ ,ଏହା ମୋର ଗ୍ୟାରେଣ୍ଟି।
ଜୟ କିଶୋରୀ ଆହୁରି କହିଛନ୍ତି ଆଧ୍ୟାତ୍ମିକତାର ଅର୍ଥ ଯେ ଆପଣ ଜିନିଷକୁ କିଣନ୍ତୁ, କିନ୍ତୁ ଜିନିଷ ଆପଣଙ୍କୁ ନକିଣୁ। ଏହା ପୂର୍ବରୁ ଜୟା କିଶୋରୀ କହିଛନ୍ତି କହି ଦେଖି ବ୍ରାଣ୍ଡର ୟୁଜ କରିନଥାଏ । ଲୋକେ ଦେଖିଥାନ୍ତି ଏବଂ ତାଙ୍କୁ । ଯାହା ପସନ୍ଦ ଆସେ ,ତାକୁ ପସନ୍ଦ କରିଥାନ୍ତି। ସେ କହିଛନ୍ତି ମୁଁ ଆପଣ ସମସ୍ତଙ୍କ ଭଳି ଲୋକଟିଏ। ମୋତେ ବି କିଛି ଜିନିଷ ପସନ୍ଦ ଆସି ଯାଏ , ହେଲେ ମୋର କିଛି ସିଦ୍ଧାନ୍ତ ଅଛି। ଜୟା କିଶୋରୀ କହିଛନ୍ତି ମୁଁ କେବେ ବି ଲେଦର ବ୍ୟବହାର କରେ ନାହିଁ । ମୋର କୌଣସି ବି ଜିନିଷରେ ଲେଦର (ଚମଡ଼ା ) ନାହିଁ।