ପ୍ରମୂଖ ଖବର
  • କଳାହାଣ୍ଡି : ସାଇ ମନ୍ଦିରରୁ ଚୋରି, ୧୭ କେଜିରୁ ଉର୍ଦ୍ଧ୍ୱ ରୁପା ଅଳଙ୍କାର ଲୁଟି ନେଲେ ଦୁର୍ବୃତ୍ତ
  • ||
  • ଭଞ୍ଜନଗର : ବାଣ ଭିଡୁଥିବା ବେଳେ ଜଣେ ଆହତ, ବିସ୍ଫୋରଣରେ ଖଣ୍ଡ ବିଖଣ୍ଡିତ ହେଲା ହାତ
  • ||
  • ପୁରୀ : ଦୁର୍ନୀତି ନିବାରଣ ସଚେତନତା ଶପଥ ପାଠ ଅନୁଷ୍ଠିତ, କାର୍ଯ୍ୟକ୍ରମରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ
  • ||
  • ଉମରକୋଟ : ଅବକାରୀ ବିଭାଗର ଚଢ଼ାଉ; ୬୫୦ ଲିଟର ଦେଶୀ ମଦ ଜବତ, ଜଣେ ଗିରଫ
  • ||
  • ସାଲେପୁର : ପ୍ରହରାଜପୁର ଦରଘାରୁ ଲୁଟ୍‌, ହୁଣ୍ଡି ଭାଙ୍ଗି ଲକ୍ଷାଧିକ ଟଙ୍କା ଚୋରି କଲେ ଦୁର୍ବୃତ୍ତ
  • ||
  • କୋଣାର୍କ : ବେଆଇନ ଗୋରୁ ଚାଲାଣ ବେଳେ ମାଡ଼ି ବସିଲା ବିଶ୍ବହିନ୍ଦୁ ପରିଷଦ; ୪ ଗାଈ ଉଦ୍ଧାର, ୨ ଅଟକ
  • ||
  • ଜଳେଶ୍ୱର : ରଘୁନାଥପୁର ପଞ୍ଚାୟତରେ ମାଙ୍କଡ ପଲଙ୍କ ଉତ୍ପାତ, ୧୫ ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଭଦ୍ରକ : ବାତ୍ୟା ‘ଦାନା’ ଦେଇଗଲା ଦୁଃଖ, ପାଣି ଘେରରେ ଆର ଏନ ବେତରା ଗ୍ରାମ ପଞ୍ଚାୟତର ଲୋକେ
  • ||
  • ମୋହନା : କୃଷ୍ଣପୁର ଗାଁରେ ବାଘ ଆତଙ୍କ ! ଜଙ୍ଗଲରୁ ମିଳିଲା ଗାଈର ଅଧା ଅଂଶ ନଥିବା ମୃତଦେହ
  • ||
  • ଚାନ୍ଦବାଲି : ବାତ୍ୟା 'ଦାନା' ଉଜାଡି ଦେଲା ପରିବା ଚାଷୀଙ୍କ ଜୀବିକା, ନଷ୍ଟ ହେଲା ଏକର ଏକର ଜମିର ଚାଷ
  • ||
  • ଦୀପାବଳି, ଛଟ୍‌ ଲାଗି ୭୦୦୦ ସ୍ୱତନ୍ତ୍ର ଟ୍ରେନ୍‌: ଯାତ୍ରୀ ସୁରକ୍ଷା, ଟିକେଟିଂ ଉପରେ ବିଶେଷ ଧ୍ୟାନ
  • ||
  • କାର୍ତ୍ତିକ ମାସର ଦ୍ୱିତୀୟ ସୋମବାରରେ ବାବା ଧବଳେଶ୍ୱର ପୀଠରେ ଭକ୍ତଙ୍କ ଭିଡ଼, ମହାଦେବଙ୍କୁ ଜଳ ଲାଗି କଲେ ଶ୍ରଦ୍ଧାଳୁ
  • ||
  • ସମ୍ୱଲପୁରରେ ମୋ ବସ୍‌ ବନ୍ଦ, ବିଭିନ୍ନ ଦାବି ନେଇ ଧାରଣାରେ ବସିଲେ ମହିଳା କର୍ମଚାରୀ
  • ||
  • ଆସନ୍ତା ୩୦ରେ ବିଏମ୍‌ସି ବୈଠକ: ପୁଣି ଇସି କର୍ପୋରେଟରଙ୍କ ମେଳି, ହୋଟେଲରେ କଲେ ଗୁପ୍ତ ଆଲୋଚନା
  • ||
  • ଖଲ୍ଲିକୋଟ :କମଳା ପଦର ଗାଁରେ ଅଗ୍ନିକାଣ୍ଡ, ସଟ୍‌ ସର୍କିଟରୁ ଗ୍ୟାସ୍‌ ଟାଙ୍କି ଫାଟି ଜଳିଗଲା ୧୨ ବଖରା ଘର
  • ||

ଧମାକା କରିବାକୁ ଆସୁଛନ୍ତି ଶାହରୁଖ–ସଲମାନ : ‘କରଣ ଅର୍ଜୁନ’ର ରି-ରିଲିଜ୍‌ ପାଇଁ ଘୋଷଣା କଲେ ହ୍ରିତିକ

ମୁମ୍ୱାଇ – ବଲିଉଡ୍‌ ଷ୍ଟାର ହ୍ରିତିକ ରୋଶନଙ୍କ ପିତା ଫିଲ୍ମମେକର ରାକେଶ ରୋଶନ, ୩୦ ବର୍ଷ ପୂର୍ବେ ସେହି କମାଲ କରି ଥିଲେ, ଯାହାକୁ ସ୍କ୍ରିନରେ ବାରମ୍ୱାର ଦୋହରାଇବାର ଆଶା ପ୍ରତି ଭାରତୀୟ ସିନେମା ଲଭରଙ୍କର ରହିଥାଏ। ରାକେଶଙ୍କର ଫିଲ୍ମ କରଣ ଅର୍ଜୁନ ( ୧୯୯୫) ରେ ଶାହରୁଖ ଖାନ ଓ ସଲମାନ ଖାନ ଏକାଠି ପରଦାରେ ନଜର ଆସି ଥିଲେ।  

ଏହାସହ ଫିଲ୍ମରେ କାଜୋଲ ,ମମତା କୁଲକର୍ଣ୍ଣି , ରାଖି ଓ ଅମରେଶ ପୁରୀ ମଧ୍ୟ ମହତ୍ତ୍ୱପୂର୍ଣ୍ଣ ଚରିତ୍ରରେ ଥିଲେ। ଏହାସହ ଏହି ଫିଲ୍ମରେ ରାଜେଶ ରୋଶନଙ୍କର ଖୁବ୍‌ ଭଲ ମ୍ୟୁଜିକ୍‌ ମଧ୍ୟ ଥିଲା, ଯିଏକି ଅନେକ ଚିରସବୁଜ ହିଟ୍ସ ବଲିଉଡ୍‌କୁ ଦେଇଛନ୍ତି। ଏବେ କରଣ ଅର୍ଜୁନ ର ଯାଦୁ ଅଲମୋଷ୍ଟ ୩୦ ବର୍ଷ ପରେ ଆଉଥରେ ଥିଏଟରକୁ ଫେରୁଛି। ଏହି ଫିଲ୍ମ ଖୁବ୍‌ ଶୀଘ୍ର ହିଁ ହଲ୍‌ରେ ରି-ରିଲିଜ ହେବାକୁ ଯାଉଛି। 

ନିଜ ପିତାଙ୍କର ସବୁଠୁ ଆଇକନିକ ଫିଲ୍ମ ଗୁଡି଼କ ମଧ୍ୟରେ ଗୋଟିଏ , କରଣ ଅର୍ଜୁନ  ଆଉ ଥରେ ରିଲିଜ୍‌ ହେବାର ଘୋଷଣା ହ୍ରିତିକ ସୋସିଆଲ ମିଡ଼ିଆରେ ସେୟାର କରିଛନ୍ତି। ଫିଲ୍ମର ନୂଆ , ଏକ ମିନିଟ୍ ଅବଧିର ଟିଜର ସହ ହ୍ରିତିକ୍‌ ପୋଷ୍ଟ ସେୟାର କରିଛନ୍ତି ଏବଂ ଲେଖିଛନ୍ତି , ଯେବେ କରଣ ଅର୍ଜୁନ  ପ୍ରଥମ ଥର ବଡ଼ ପରଦାକୁ ଏକାଠି ଆସିଲେ , ଏହାପରେ ସିନେମା କେବେ ପୂର୍ବଭଳି ଆଉ ହେଲା ନାହିଁ। କରଣ ଅର୍ଜୁନ ଙ୍କର ପୁର୍ନଜନ୍ମ ନେବାର ସମୟ ପୁଣି ଥରେ ସାରା ବିଶ୍ୱର ସିନେମା ହଲ୍‌ରେ ଆସି ଗଲା , ତାହା ୨୨ ନଭେମ୍ୱର ୨୦୨୪ରୁ। 

କରଣ ଅର୍ଜୁନ ର ହିରୋ , ସୁପରଷ୍ଟାର ସଲମାନ ମଧ୍ୟ ଫିଲ୍ମର ନୂଆ ଟିଜର ସେୟାର କରିଛନ୍ତି। ସେ ଟିଜର ସେୟାର କରି ଲେଖିଛନ୍ତି , ରାଖି ଜୀ ସତ କହିଥିଲେ ଫିଲ୍ମରେ, ମୋ କରଣ ଅର୍ଜୁନ ପୁଣି ଆସିବେ । ୨୨ ନଭେମ୍ୱରରେ ସାରା ବିଶ୍ୱର ସିନେମା ହଲ୍‌ ଗୁଡ଼ିକରେ।

ହିନ୍ଦୀ ସିନେମାର ଆଇକନିକ୍‌ ହିଟ୍‌ କରଣ ଅର୍ଜୁନ ଫିଲ୍ମ। ଶାହରୁଖ ଓ ସଲମାନଙ୍କ ଅଭିନୀତ ଏହି ଫିଲ୍ମ ବକ୍ସ ଅଫିସରେ ଖୁବ୍ ଆୟ କରି ଥିଲା ଏବଂ ୧୯୯୫ ମସିହାର ସବୁଠୁ ହିଟ୍‌ ଫିଲ୍ମ ମଧ୍ୟରେ ଗୋଟିଏ ଥିଲା। ସେହି ବର୍ଷ ଏହା ଦିଲୱାଲେ ଦୁଲହନିଆ ଲେ ଜାଏଙ୍ଗେ  ପରେ , ସବୁଠୁ ବଡ଼ ଥିଲା। ରିପୋର୍ଟ କୁହେ କି ,କରଣ ଅର୍ଜୁନ ନିଜ ସମୟରେ ଗୋଲଡେନ ଜୁବୁଲି ସେଲିବ୍ରେଟ୍‌ କରି ଥିଲା। ଅତି କମ୍‌ରେ ୭୬ଟି ସ୍ଥାନରେ ଏହି କରଣ ଅର୍ଜୁନ  ୫୦ ସପ୍ତାହ ଯାଏ ଚାଲି ଥିଲା। ୨୬ ସ୍ଥାନରେ ଏହି ଫିଲ୍ମ ୭୬ ସପ୍ତାହ ଯାଏ ଚାଲି ଥିଲା। 

କରଣ ଅର୍ଜୁନ  ବିଷୟରେ ଆଉ ଏକ ସ୍ମତିମୟ କଥା ଯେ, ରାକେଶ ରୋଶନଙ୍କ ପୁଅ , ହ୍ରିତିକ ରୋଶନ ଉକ୍ତ ଫିଲ୍ମରେ ତାଙ୍କର ଆସିଷ୍ଟାଣ୍ଟ ଡାଇରେକ୍ଟର ମଧ୍ୟ ଥିଲେ। ସେତେବେଳେ ହ୍ରିତିକ୍‌ଙ୍କ ଅଭିନେତା ହେବାର କୌଣସି ପ୍ଲାନ ନଥିଲା। ହେଲେ ୨୦୦୦ରେ ସେ ଫିଲ୍ମ ‘ କହୋ ନା ପ୍ୟାର ହୈ’ ରୁ ବଲିଉଡ୍‌ରେ ପାଦ ରଖି ଥିଲେ ଏବଂ ଆଜି ତାଙ୍କୁ କରଣ ଅର୍ଜୁନର ଷ୍ଟାର୍ସ ଶାହରୁଖ-ସଲମାନଙ୍କ ସହ ସୁପରଷ୍ଟାର ଲିଷ୍ଟରେ ଗଣାଯାଉଛି।  

ବଲିଉଡ୍‌ ହଙ୍ଗାମାର ଏକ ରିପୋର୍ଟ ଅନୁସାରେ , ରି-ରିଲିଜ୍‌ରେ କରଣ ଅର୍ଜୁନ  ଏକ ନୂଆ କମାଲ କରିବାକୁ ଯାଉଛନ୍ତି , ଏହି ରି-ରିଲିଜ ହେବାର ସବୁଠୁ ବଡ଼ ଫିଲ୍ମ ହେବ , କାରଣ ଏହା କେବଳ ଇଣ୍ଡିଆରେ ନୁହେଁ , ଇଣ୍ଟରନ୍ୟାସନାଲ  ମାର୍କେଟସରେ ମଧ୍ୟ ଆଉ ଥରେ ରିଲିଜ ହେବାକୁ ଯାଉଛି। ଏବେ ଦେଖିବାକୁ ରହିଲା ‘କରଣ ଅର୍ଜୁନ’ ରି-ରିଲିଜ୍‌ରେ କଣ କମାଲ କରୁଛି। 

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.