ପ୍ରମୂଖ ଖବର
  • କଟକ: କୋର୍ଟରେ ହାଜର ହେଲେ ଅନୁଭବ ମହାନ୍ତି, ଘରୋଇ ହିିଂସା ମାମଲାରେ ଜାରି ହୋଇଥିଲା NBW
  • ||
  • ଓଡିଶା ବିଧାନସଭାକୁ ମିଳିଲା ନୂଆ ବାଚସ୍ପତି, ରଣପୁର ବିଧାୟିକା ସୁରମା ପାଢ଼ୀ ହେଲେ ବାଚସ୍ପତି
  • ||
  • ତୀର୍ଥଯାତ୍ରୀ ବସ ଉପରକୁ ଆତଙ୍କୀ ହମଲା ଘଟଣା, ଅଭିଯୁକ୍ତ ଗିରଫ
  • ||
  • ବିଶ୍ୱକପ୍‌ର ସୁପର-୮ ରାଉଣ୍ଡ୍‌: ଟିମ୍‌ ଇଣ୍ଡିଆ ପାଇଁ ଆଫଗାନ ସ୍ପିନ୍‌ ଚ୍ୟାଲେଞ୍ଜ, ଫୋକସ୍‌ରେ କୋହଲିଙ୍କ ଫର୍ମ
  • ||
  • ପଟିଆ ଛକ ନିକଟ ଲକି ଇଣ୍ଡିଆ ଆପାର୍ଟମେଣ୍ଟରେ ଅଗ୍ନିକାଣ୍ଡ, ଦୀର୍ଘ ଘଣ୍ଟା ପରେ ନିଆଁକୁ ଆୟତ୍ତ କଲା ଅଗ୍ନିଶମ ବାହିନୀ
  • ||
  • ବାଲେଶ୍ୱରରେ ସୁଧୁରୁଛି ସ୍ଥିତି: ସକାଳୁ କର୍ଫ୍ୟୁ କୋହଳ, ୧୧ଟା ସୁଦ୍ଧା କାମ ସାରି ଘରକୁ ଫେରିବାକୁ ନିବେଦନ
  • ||
  • ୨୭ରେ ଉତ୍ତର ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ସମ୍ଭାବନା, ପ୍ରବଳ ବର୍ଷିବ: ମାଲକାନଗିରିରେ ମୌସୁମୀ ସକ୍ରିୟ
  • ||

ରଥଯାତ୍ରା ପାଇଁ ବଡ଼ଦାଣ୍ଡରୁ ଖୋଲା ହେଲା ଏସି ଟନେଲ୍‌

ପୁରୀ,୦୬/୦୬ : ବଡ଼ଦାଣ୍ଡରୁ ଖୋଲା ହେଲା ଏସି  ସେଡ୍‌ । ୩ କୋଟିରୁ ଅଧିକ ଟଙ୍କାରେ ନିର୍ମିତ ଏସି ସେଡ୍‌କୁ  ଖୋଲିବା ପ୍ରକ୍ରିୟା ବୁଧବାରଠାରୁ ଆରମ୍ଭ ହୋଇଛି । ମାତ୍ର  ୫ ମାସ ପାଇଁ ଏହା ଭକ୍ତଙ୍କ କାମରେ ଲାଗିପାରିଛି । 

ଗତ ନୂଆବର୍ଷରେ ଏହି ଏସି ଟନେଲ୍‌ର ଶୁଭାରମ୍ଭ ହୋଇଥିଲା । ତେବେ ଆଗକୁ ରଥଯାତ୍ରା ଆସୁଥିବାରୁ ଏସି ଟନେଲ୍‌  ଖୋଲାଯାଇଛି । ଖରାରେ ସିଝୁଥିବା ଭକ୍ତଙ୍କୁ ଆଶ୍ୱସ୍ତି ଦେବାକୁ ଏହି ସେଡ୍‌ ନିର୍ମାଣ କରାଯାଇଥିଲା । ହେଲେ ଏହା ଆଶାତୀତ ଲାଭ ଦେଇନଥିଲା । ଅଧିକାଂଶ ସମୟରେ ସେଡ୍‌ ଫାଙ୍କା ପଡୁଥିଲା । ଅଧିକ ଭକ୍ତ ଗହଳି ହେଲେ ଧାଡ଼ି ଅଧିକ ଲମ୍ବୁଥିଲା । ସେତେବେଳେ ଏହି ଏସି ସେଡ୍‌ରେ ଭକ୍ତ ଅପେକ୍ଷା କରୁଥିଲେ । ଏଥିରେ ଥିବା ବ୍ୟାରିକେଡେ୍‌ରେ ଭକ୍ତଙ୍କ ପାଇଁ  ବସିବା ବ୍ୟବସ୍ଥା ମଧ୍ୟ ଥିଲା । ଏହା ଭକ୍ତଙ୍କୁ ବର୍ଷାରୁ ମଧ୍ୟ ସୁରକ୍ଷା ଦେଉଥିଲା । ତେବେ ଏହାଯୋଗୁ ବଡ଼ଦାଣ୍ଡରେ ଅଧିକାଂଶ  ସମୟରେ ଟ୍ରାଫିକ ଜାମ୍‌ ସମସ୍ୟା ଦେଖାଯାଉଥିଲା । 

ରଥକାଠ  ଆସିବା ପରେ ଗୋଟିଏ ପାଶ୍ୱର୍ରେ ରଥକାଠ ଓ ଅନ୍ୟ ପଶ୍ୱର୍ରେ  ଏସିସେଡ୍‌ ଥିବା କାରଣରୁ ଗାଡ଼ି ମଟର ଯିବାକୁ ବାଟ ସଂକୀର୍ଣ୍ଣ ହୋଇଯାଇଥିଲା । ଫଳରେ ପାଖାପାଖି ମାସେ ହେବ ଏହି  ସ୍ଥାନରେ ଦୈନିକ ନାହିଁ ନଥିବା ଗାଡ଼ିମୋଟର ଭିଡ଼ ଦେଖିବାକୁ  ମିଳୁଥିଲା । ରଥକୁ ଆହୁରି ୧ ମାସ ବାକି ଅଛି । ଇତିମଧ୍ୟରେ  ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିବ ବୋଲି ମଧ୍ୟ ପୂର୍ବ  ସୂଚନା ଅଛି । ଏଣୁ ରଥଯାତ୍ରା କିଛି ଦିନ ପୂର୍ବରୁ ଏହି ସେଡ୍‌  ଭାଙ୍ଗିଥିଲେ ଆଉ କିଛି ଦିନ ପାଇଁ ଲୋକେ ସେବା ପାଇଥାନ୍ତେ  ବୋଲି ବିଭିନ୍ନ ମହଲରେ ଚର୍ଚ୍ଚା ହେଉଛି । ରାଜ୍ୟରେ ସରକାର  ଭାଙ୍ଗିଥିବା କାରଣରୁ ବିଜେଡି ସରକାର ଦ୍ୱାରା ପ୍ରସ୍ତୁତ ହୋଇଥିବା ଏହି ଏସି ସେଡ୍‌କୁ ତରବରିଆ ଭାବେ ଭାଙ୍ଗି ଦିଆଯାଉଛି ବୋଲି ମଧ୍ୟ ଅନେକ ଚର୍ଚ୍ଚା କରୁଛନ୍ତି । ତେବେ ରଥଯାତ୍ରା ପରେ ପୁଣି ଏହି ଟନେଲ ପ୍ରସ୍ତୁତ କରାଯିବ କି ନାହିଁ  ସେନେଇ କୌଣସି ଅଧିକାରୀ ସ୍ପଷ୍ଟ ସୂଚନା ଦେଇନାହାନ୍ତି ।

  • PrameyaOdia
  • prameya
  • Ratha Yatra 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.