ପ୍ରମୂଖ ଖବର
  • ବୋରିଗୁମ୍ମା : ଗୋଟିଏ ଦିନରେ ୩ ଘରୁ ଚୋରି, ୨କୋଟି ଟଙ୍କାର ସୁନା ଅଳଙ୍କାର ସହ ନଗଦ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ
  • ||
  • ଭାସାମ୍ୟ ହରାଇ ଓଲଟିଲା ଓଏସଆରଟିସି ବସ୍‌, ୧୨ରୁ ଉର୍ଦ୍ଧ୍ୱ ଯାତ୍ରୀ ଆହତ
  • ||

ଷଣ୍ଢ ଆକ୍ରମଣରେ ଚାଲିଗଲା ମହିଳାଙ୍କ ଜୀବନ, ୫ ଆହତ

Published By : Harapriya Sethi | February 10, 2025 11:35 AM

ଭୁବନେଶ୍ୱର, ୧୦/୦୨: ରାଜଧାନୀ ଉପକଣ୍ଠ ରୋକଟ ଗ୍ରାମରେ ଷଣ୍ଢ ଆତଙ୍କ । ପାଗଳ ଷଣ୍ଢ ଆକ୍ରମଣରେ ଚାଲିଗଲା ମହିଳାଙ୍କ ଜୀବନ । ମହିଳାଙ୍କ ଶବ ରଖି ରାସ୍ତାରୋକ କଲେ ଗ୍ରାମବାସୀ । ବିଏମ୍‌ସି ଉକ୍ତ ପାଗଳ ଷଣ୍ଢ ଆୟତ୍ତ ନକରିବା ଯାଏଁ ରାସ୍ତାରୋକ ଜାରି ରଖିବେ ଗ୍ରାମବାସୀ । ରାଜଧାନୀ ଭୁବନେଶ୍ୱରର ଉପକଣ୍ଠ ରୋକଟ ଗ୍ରାମରେ ଏଭଳି ଘଟଣା ଘଟିଥିବାର ଖବର ଆଶିଛି । 

ସୂଚନା ମୁତାବକ, ପାଗଳ ଷଣ୍ଢ ପାଇଁ ରୋକଟ ଗ୍ରାମବାସୀ ଆତଙ୍କିତ । ଷଣ୍ଢ ଆକ୍ରମଣରେ ଜଣେ ମହିଳାଙ୍କ ଜୀବନ ଚାଲିଯାଇଥିବା ବେଳେ ଏହି ଘଟଣାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ଗ୍ରାମବାସୀ । ଏକ ଘଣ୍ଟାରୁ ଅଧିକ ସମୟ ହେବ ଇଞ୍ଜିଣା ରୋକଟ ଏବଂ ମଞ୍ଚେଶ୍ୱରକୁ ସଂଯୋଗ କରୁଥିବା ରାସ୍ତାରେ ନିଆଁ ଲଗାଇବା ସହ ମହିଳାଙ୍କ ମୃତଦେହ ରଖି ରାସ୍ତା ଅବରୋଧ କରିଛନ୍ତି ଗ୍ରାମବାସୀ । ଏନେଇ ଖବର ପଇବା ପରେ ଘଟଣା ସ୍ଥଳରେ ମଞ୍ଚେଶ୍ୱର ପୋଲିସ ପହଞ୍ଚି ସ୍ଥିତି ନିୟନ୍ତ୍ରଣ କରିବାକୁ ଚେଷ୍ଟା କରିଛି । 

ଏହି ଘଟଣା ପରେ ଉକ୍ତ ପାଗଳ ଷଣ୍ଢକୁ ଆୟତ୍ତ କରିବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି । ବିଏମ୍‌ସି ଷଣ୍ଢଟିକୁ ଟ୍ରାଙ୍କୁଲାଇଜ୍‌ ନ କରିବା ଯାଏଁ ରାସ୍ତାରୋକ ଜାରି ରହିବ ବୋଲି ଗ୍ରାମବାସୀ କହିଛନ୍ତି । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.