ପ୍ରମୂଖ ଖବର
  • ୪୫ ଦିନରେ ତ୍ରିବେଣୀ ସଙ୍ଗମରେ ବୁଡ଼ ପକାଇଛନ୍ତି ୬୬ କୋଟିରୁ ଅଧିକ ଶ୍ରଦ୍ଧାଳୁ: ୟୁପି ସିଏମ୍
  • ||
  • ସନ୍ଧ୍ୟାରେ ଶ୍ରୀଲିଙ୍ଗରାଜଙ୍କୁ ଦର୍ଶନ କରିବେ ମୁଖ୍ୟମନ୍ତ୍ରୀ, ସାଂସ୍କୃତିକ କାର୍ଯ୍ୟକ୍ରମରେ ହେବେ ସାମିଲ
  • ||
  • ଝାରସୁଗୁଡ଼ା ଇକୋ ପାର୍କରେ ଅଗ୍ନିକାଣ୍ଡ, ଜଳିଗଲା ୨୨ ହଜାରରୁ ଉର୍ଦ୍ଧ୍ୱ ଗଛ
  • ||
  • କଟକ : ବିଚାରାଧୀନ କଏଦୀଙ୍କ ସନ୍ଦେହଜନକ ମୃତ୍ୟୁ, ହତ୍ୟା ଅଭିଯୋଗ ଆଣିଲେ ପରିବାରଲୋକେ
  • ||
  • ବଲାଙ୍ଗୀର : ବରକୁ ହତ୍ୟା ଷଡ଼ଯନ୍ତ୍ର ଘଟଣା: ମୁଖ୍ୟ ଅଭିଯୁକ୍ତ ଗିରଫ
  • ||
  • ପୁରୀ : ବାଲିକପିଳେଶ୍ୱର ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼, ରାତି ୩ଟାରେ ଉଠିବ ମହାଦୀପ
  • ||
  • ବାଲେଶ୍ୱର : ରାସ୍ତା କଡ଼ରୁ ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
  • ||
  • ଶିବରାତ୍ରୀ ପାଇଁ ବାବା ଧବଳେଶ୍ୱରଙ୍କ ପୀଠରେ ଭକ୍ତଙ୍କ ସମାଗମ, ରାତି ୧ଟାରେ ଉଠିବ ମହାଦୀପ
  • ||
  • ଶ୍ରୀଲିଙ୍ଗରାଜ ପୀଠରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼, ଠେଲାପେଲା ଭିତରେ ୨ ମହିଳା ଗୁରୁତର
  • ||
  • ଭଦ୍ରକ : ଦୁର୍ଘଟଣାଗ୍ରସ୍ତ ହୋଇ ଓଭର୍ ବ୍ରିଜ୍‌ରୁ ତଳକୁ ଖସିଲା ଦୁଇ ଟ୍ରକ୍‌, ୩ ଗୁରୁତର
  • ||
  • ଜାଗର ପାଇଁ ଚଳଚଞ୍ଚଳ ଲୋକନାଥଙ୍କ ପୀଠ, ଭୋର ୩ଟାରେ ଉଠିବ ମହାଦୀପ
  • ||

ପୃଥକ ସ୍ଥାନରେ ମହୁମାଛି ଆକ୍ରମଣ : ମହିଳା ମୃତ, ୪୦ ଆହତ

Published By : Prameya | February 26, 2025 7:23 PM

ଭୁବନେଶ୍ବର,୨୬।୨ :   ଶୈବପୀଠକୁ   ଯାଇଥିବା ବେଳେ ଶ୍ରଦ୍ଧାଳୁଙ୍କୁ  ମହୁମାଛି ଆକ୍ରମଣ। ଏଥିରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ୪୦ ଜଣ ଆହତ ହୋଇଛନ୍ତି। ସୁନ୍ଦରଗଡ କିଞୀରିକେଲା ଥାନା ତିଲଡେଗା ଓ ବୋରିଗୁମ୍ମା କାମତାଠାରେ ଏଭଳି ଘଟଣା ଘଟିଛି। 

ସୁନ୍ଦରଗଡ କିଞୀରିକେଲା ଥାନା ତିଲଡେଗା   ଶିବ ମନ୍ଦିରକୁ ଯାଉଥିବା ରାସ୍ତାରେ ମହୁମାଛି ଆକ୍ରମଣରେ ଜଣେ ମହିଳାଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ୧୦ ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ତିନି ଜଣ  ଗୁରୁତର ଅଛନ୍ତି। ମୃତ ମହିଳା ଜଣଙ୍କ ହେଲେ ଗାଈଡେରା ଗ୍ରାମର ଦେବକୀ ରଣା ।

ସୁନ୍ଦରଗଡ କିଞୀରିକେଲା ଥାନା ତିଲଡେଗା   ଶିବ ମନ୍ଦିରକୁ ଯାଉଥିବା ରାସ୍ତା ନିକଟ ଜଙ୍ଗଲରେ ଜଣେ ବ୍ୟକ୍ତିକୁ  ମହୁ ମାଛି ମାରଣାନ୍ତକ ଆକ୍ରମଣ କରିବା ସହ ଗାଁ ମୁହାଁ ହୋଇଥିଲେ। ପଲ ପଲ ମହୁ ମାଛି   ଉଡ଼ି ବୁଲୁ ଥିବା ବେଳେ ବାଇକରେ ଯାଉଥିବା ଲୋକଙ୍କୁ ଆକ୍ରମଣ କରିଥିଲେ ମହୁମାଛି । ଶିବ ମନ୍ଦିର କୁ ବାଇକ ରେ ଯାଉଥିବା  ଲୋକଙ୍କୁ ମଧ୍ୟ ଆକ୍ରମଣ କରିଥିଲେ ମହୁମାଛି  । 

ସେହିପରି  ବୋରିଗୁମ୍ମା କାମତା ଶୈବପୀଠ ରେ ଶିବ ଦର୍ଶନ ପାଇଁ ଶ୍ରଦ୍ଧାଳୁ ଲମ୍ବା ଲାଇନ ରେ ଠିଆ ହୋଇଥିଲେ।  ମନ୍ଦିର ନିକଟରେ ଥିବା ବରଗଛ ରେ ଥିବା ମହୁମାଛି ହଠାତ ଆସି ଶ୍ରଦ୍ଧାଳୁଙ୍କ ଆକ୍ରମଣ କରିଥିଲେ। ସମସ୍ତ ପ୍ରାଣ ବିକଳରେ ଦୌଡ଼ିବାକୁ ଲାଗିଲେ।ସେଥି ମଧ୍ୟରୁ ପ୍ରାୟ ୩୦ରୁ ଉର୍ଦ୍ଧ୍ବ ଲୋକଙ୍କୁ ଆକ୍ରମଣ କରିଥିଲେ ମହୁମାଛି।ସଂଗେ ସଂଗେ ଆହତ ଙ୍କୁ କୁମୁଲି ମେଡ଼ିକାଲ ରେ ଭର୍ତ୍ତି କରାଯାଇଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.