ଭୁବନେଶ୍ବର,୨୬।୨ : ଲିଙ୍ଗରାଜ ମନ୍ଦିରରେ ମହାଦୀପ ଉଠିଲା। ରାତି୧୦ଟା ୪୧ ମିନିଟରେ ଲିଙ୍ଗରାଜ ମହାପ୍ରଭୁଙ୍କ ମହାଦୀପ ଉଠିଛି। ସମର୍ଥା ସେବାୟତ ମହାଦୀପ ଧରି ମନ୍ଦିର ଚୂଡ଼ାରେ ସ୍ଥାପନ କରିଛନ୍ତି । ପୂର୍ବରୁ ୧୦ଟାରେ ମହାଦୀପ ଉଠିବ ବୋଲି ନିଷ୍ପତ୍ତି ନିଆଯାଇଥିଲା। ତେବେ ଏଥିରେ ସାମାନ୍ୟ ବିଳମ୍ବ ହୋଇଥିଲା। ମହାଦୀପ ଉଠିବା ବେଳେ ହର ହର ମହାଦେବ ଧ୍ବନିଂରେ ମନ୍ଦିର ପ୍ରକମ୍ପିତ ହୋଇଥିଲା।
ନିର୍ଦ୍ଧାରିତ ନୀତିନିର୍ଘଣ୍ଟ ଅନୁଯାୟୀ ଭୋର ୩ଟାରେ ଠାକୁରଙ୍କ ପହୁଡ଼ ଖୋଲାଯାଇଥିଲା । ମଙ୍ଗଳଆଳତି ଓ ଅବକାଶ ନୀତି ସାଢ଼େ ୩ଟା ସୁଦ୍ଧା ଶେଷ ହୋଇ ଶ୍ରଦ୍ଧାଳୁଙ୍କ ପାଇଁ ସାହାଣମେଲା ଦର୍ଶନ ଦିନ ୧୧ଟା ଯାଏ ରହିଥିଲା । ଏହାପରେ ଅପରାହ୍ଣ ୩ଟା ୪୫ ଓ ରାତି ୧୦ଟାରେ ଘଣ୍ଟାଏ ଲେଖାଏଁ ସାହାଣମେଲା ଦର୍ଶନର ସୁଯୋଗ ମିଳିଥିଲା । ବୁଧବାର ରାତି ୧୦ଟାରେ ମହାଦୀପ ଉଠିବାର ନୀତି ନିର୍ଦ୍ଧାରିତ ଥିଲା। ଆଉ ସାମାନ୍ୟ ବିଳମ୍ବ ପରେ ମହାଦୀପ ରାତି ୧୦ଟା ୪୧ରେ ଉଠିଛି।