ପ୍ରମୂଖ ଖବର
  • ସନ୍ଧ୍ୟାରେ ଶ୍ରୀଲିଙ୍ଗରାଜଙ୍କୁ ଦର୍ଶନ କରିବେ ମୁଖ୍ୟମନ୍ତ୍ରୀ, ସାଂସ୍କୃତିକ କାର୍ଯ୍ୟକ୍ରମରେ ହେବେ ସାମିଲ
  • ||
  • ଝାରସୁଗୁଡ଼ା ଇକୋ ପାର୍କରେ ଅଗ୍ନିକାଣ୍ଡ, ଜଳିଗଲା ୨୨ ହଜାରରୁ ଉର୍ଦ୍ଧ୍ୱ ଗଛ
  • ||
  • କଟକ : ବିଚାରାଧୀନ କଏଦୀଙ୍କ ସନ୍ଦେହଜନକ ମୃତ୍ୟୁ, ହତ୍ୟା ଅଭିଯୋଗ ଆଣିଲେ ପରିବାରଲୋକେ
  • ||
  • ବଲାଙ୍ଗୀର : ବରକୁ ହତ୍ୟା ଷଡ଼ଯନ୍ତ୍ର ଘଟଣା: ମୁଖ୍ୟ ଅଭିଯୁକ୍ତ ଗିରଫ
  • ||
  • ପୁରୀ : ବାଲିକପିଳେଶ୍ୱର ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼, ରାତି ୩ଟାରେ ଉଠିବ ମହାଦୀପ
  • ||
  • ବାଲେଶ୍ୱର : ରାସ୍ତା କଡ଼ରୁ ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
  • ||
  • ଶିବରାତ୍ରୀ ପାଇଁ ବାବା ଧବଳେଶ୍ୱରଙ୍କ ପୀଠରେ ଭକ୍ତଙ୍କ ସମାଗମ, ରାତି ୧ଟାରେ ଉଠିବ ମହାଦୀପ
  • ||
  • ଶ୍ରୀଲିଙ୍ଗରାଜ ପୀଠରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼, ଠେଲାପେଲା ଭିତରେ ୨ ମହିଳା ଗୁରୁତର
  • ||
  • ଭଦ୍ରକ : ଦୁର୍ଘଟଣାଗ୍ରସ୍ତ ହୋଇ ଓଭର୍ ବ୍ରିଜ୍‌ରୁ ତଳକୁ ଖସିଲା ଦୁଇ ଟ୍ରକ୍‌, ୩ ଗୁରୁତର
  • ||
  • ଜାଗର ପାଇଁ ଚଳଚଞ୍ଚଳ ଲୋକନାଥଙ୍କ ପୀଠ, ଭୋର ୩ଟାରେ ଉଠିବ ମହାଦୀପ
  • ||

ଝାରସୁଗୁଡ଼ା ଇକୋ ପାର୍କରେ ଅଗ୍ନିକାଣ୍ଡ, ଜଳିଗଲା ୨୨ ହଜାରରୁ ଉର୍ଦ୍ଧ୍ୱ ଗଛ

Published By : Harapriya Sethi | February 26, 2025 2:05 PM

ଭୁବନେଶ୍ୱର,୨୬/୦୨: ଝାରସୁଗୁଡା ସହର ନିକଟସ୍ଥ ମାଳିମୁଣ୍ଡାରେ ଥିବା ଇକୋ ପାର୍କରେ ଲାଗିଲା ନିଆଁ । ଜଳିଗଲା ୨୨ ହଜାରରୁ ଅଧିକ ଗଛ । ନିଆଁ ଲାଗିବାର କାରଣ ଅସ୍ପଷ୍ଟ ରହିଥିବାବେଳେ କେହି ଦୃବୃତ୍ତ ନିଆଁ ଲଗାଇ ଦେଇଥିବା ଅନୁମାନ କରୁଛି ବନବିଭାଗ । 

ସୂଚମା ମୁତାବକ, ଇକୋ ପାର୍କରେ ୨୦୧୭ ରୁ ୨୦୨୧ ମଧ୍ୟରେ ୧୫ ହଜାର ଗଛ ଲଗାଯାଇଥିଲା । ପରବର୍ତ୍ତୀ ସମୟରେ ପାଖାପାଖି ଆଉ ୭ ହଜାର ବୃକ୍ଷ ରୋପଣ ହୋଇଥିଲା । ଏହିଭଳି ମୋଟ ୨୨ ହଜାର ଗଛ ଲଗାଇ ଥିଲା ବନ ବିଭାଗ । ବିଗତ ୭ ଦିନ ମଧ୍ୟରେ ୩ ଥର ନିଆଁ ଲାଗି ପ୍ରାୟ ୨୨ ହଜାର ଗଛ ପୋଡି ନଷ୍ଟ ହୋଇଛି । ଏଥିରେ ଆମ୍ବ, ଲିମ୍ବ, ଶିଶୁ, ଶାଗୁଆନ ଭଳି ଗଛ ପୋଡି ଯାଇଥିବା ବେଳେ ହଜାର ହଜାର ଗଛର ଡାଳ ଏବଂ ପତ୍ର ମଧ୍ୟ ପୋଡ଼ି ଯାଇଛି । ଫଳରେ ଏହି ଗଛ ବଞ୍ଚିବା ଆଶା ମଧ୍ୟ ମରି ହୋଇଯାଇଛି । ଏହାକୁ ନେଇ ଗଛ ଜଗିବା ଦାୟିତ୍ୱରେ ଥିବା କର୍ମଚାରୀ ପ୍ରତିକ୍ରିୟା ଦେଇ ପରୋକ୍ଷରେ ବନ ବିଭାଗକୁ ଦାୟୀ କରିଛନ୍ତି । 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.