ଭୁବନେଶ୍ବର,୧୮।୨ : କୁଚିଣ୍ଡା ବିଡ଼ିଓଙ୍କ ଗାଡି ଧକ୍କାରେ ସ୍କୁଟି ଆରୋହୀ ମୃତ। କୁଚିଣ୍ଡା ଥାନା ମନ୍ତ୍ରୀମୁଣ୍ଡାଠାରେ ଘଟିଛି ଘଟଣା। ମୃତକ ଜଣକ ହେଲେ କୁଚିଣ୍ଡା ଥାନା କୁଣ୍ଡେସରର ଶଙ୍କର ମୁଣ୍ଡା।
କୁଚିଣ୍ଡା ବିଡ଼ିଓ ଜୟନ୍ତ ସାହୁ ନିଜ ସରକାରୀ ଗାଡ଼ିରେ କୁସୁମୀରୁ କୁଚିଣ୍ଡା ଆସୁଥିଲେ। ମନ୍ତ୍ରୀମୁଣ୍ଡା ନିକଟରେ ସ୍କୁଟି ସହ ମୁହାଁମୁହିଁ ଧକ୍କା ହୋଇଥିଲା। ଏଥିରେ ସ୍କୁଟି ଚାଳକ କୁଣ୍ଡେସରର ଶଙ୍କର ମୁଣ୍ଡାଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି କୁଚିଣ୍ଡା ଡାକ୍ତରଖାନାକୁ ବ୍ୟବଛେଦ ପାଇଁ ପଠାଇଛି। ବୋଲେରୋ ସହ ଡ୍ରାଇଭରକୁ ଅଟକ ରଖି ପୋଲିସ ଘଟଣାର ତଦନ୍ତ କରୁଛି।