ଝାରସୁଗୁଡା,୯।୨ : ମହାନଦୀକୁ ମାଛ ଧରିବାକୁ ଯାଇଥିବାବେଳେ ପାଣିରେ ବୁଡି ଜଣେ ମତ୍ସ୍ୟଜୀବୀ ମୃତ l ମୃତ ମାଛ ଧରାଳି ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକ ଠେବରା ଗ୍ରାମର ସୁଶାନ୍ତ ଭୁଏ(୨୬) ।
ସୁଶାନ୍ତ ନିଜ ସ୍ତ୍ରୀ ଚନ୍ଦ୍ରକାନ୍ତିଙ୍କ ସହ ରବିବାର ସନ୍ଧ୍ୟାରେ ମାଛ ଧରିବା ପାଇଁ ମହାନଦୀର ପଣ୍ଡରୀ ଡୁଙ୍ଗୁରିକୁ ଯାଇଥିଲେ l ସେ ଡ଼ଙ୍ଗାରେ ବସିଥିବାବେଳେ ହଠାତ ଅଚେତ ହୋଇ ପାଣିକୁ ଖସି ପଡିଥିଲେ l ସୁଶାନ୍ତଙ୍କୁ ସେଠାରେ ଥିବା ଅନ୍ୟ ମତ୍ସ୍ୟଜୀବୀଙ୍କ ସହାୟତାରେ ଉଦ୍ଧାର କରାଯାଇ ଲଖନପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଅଣାଯାଇଥିଲା। ସୁଶାନ୍ତଙ୍କୁଡାକ୍ତର ମୃତ ଘୋଷଣା କରିଛନ୍ତି।