ପ୍ରମୂଖ ଖବର
  • ଭିଜିଲାନ୍ସ ପଞ୍ଝାରେ ସରକାରୀ ବାବୁ, ୨୦ ହଜାର ଟଙ୍କା ଲାଞ୍ଚ ନେଇ ଧରାପଡ଼ିଲେ ଏଆରଆଇ
  • ||
  • ଜନତା ମଇଦାନରେ ପହଞ୍ଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ୨୭ ପ୍ରବାସୀଙ୍କୁ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିବେ
  • ||
  • ଫେବ୍ରୁଆରୀ ୧୧ରେ ବିଶ୍ୱପ୍ରସିଦ୍ଧ ଯୋରନ୍ଦା ମାଘମେଳା
  • ||
  • ଭୋଗରାଇ : ଚଢାଉ ବେଳେ ଅବକାରୀ ଟିମ୍‌ ଉପରେ ଆକ୍ରମଣ ଘଟଣା: ୨ ଗିରଫ
  • ||
  • ମର୍ସିଡିଜ୍‌କୁ ପଛରୁ ପିଟିଲା 'ମୋ ବସ୍‌', ଅଳ୍ପକେ ବର୍ତ୍ତିଲେ ଚାଳକ
  • ||
  • ବାରିପଦା : ରାସ୍ତା କଡ଼ରୁ ଯୁବକଙ୍କ ମୃତଦେହ ଉଦ୍ଧାର, ପରିଚୟ ଅସ୍ପଷ୍ଟ
  • ||
  • ଅନୁଗୁଳ : ଶୌଚ ପାଇଁ ଯାଇଥିବା ବେଳେ ଆକ୍ରମଣ କଲା ଦନ୍ତା, ଚାଲିଗଲା ବୃଦ୍ଧଙ୍କ ଜୀବନ
  • ||
  • କୁମ୍ଭୀର ଗଣନା ପାଇଁ ଜାନୁଆରୀ ୧୪ରୁ ବନ୍ଦ ରହିବ ଭିତରକନିକା ଜାତୀୟ ଉଦ୍ୟାନ
  • ||
  • ଶିମିଳିପାଳରେ ଶୀତ ଲହରି ଜାରି, ଘନ କୁହୁଡ଼ି ପାଇଁ ଗାଡ଼ି ଚଳାଚଳ ବାଧାପ୍ରାପ୍ତ
  • ||
  • ରାୟଗଡା : ଏସ୍‌କେ ମାର୍ଟରେ ଲାଗିଲା ନିଆଁ, ଜଳିଗଲା ଲକ୍ଷାଧିକ ଟଙ୍କାର ଲୁଗା
  • ||
  • ମିରଟ ସୋହେଲ ଗାର୍ଡେନ ଅଞ୍ଚଳରେ ଚାଞ୍ଚଲ୍ୟ ଘଟଣା, ବକ୍ସ ଖଟ ଭିତରୁ ୫ ଜଣଙ୍କ ମୃତଦେହ ଉଦ୍ଧାର
  • ||
  • ରଣପୁର : ପିକ୍‌ନିକ୍‌ ବସ୍‌ ଦୁର୍ଘଟଣାଗ୍ରସ୍ତ: ଜଣେ ମୃତ, ୩୦ରୁ ଉର୍ଦ୍ଧ୍ୱ ଆହତ
  • ||
  • ଦୁଇ ଦିନ ପରେ କମିବ ଶୀତ, ଶନିବାର ୩ ଜିଲ୍ଲାରେ ଘନ କୁହୁଡି ନେଇ ଆଲର୍ଟ: ସବୁଠୁ ଥଣ୍ଡା ଜି.ଉଦୟଗିରି
  • ||

ବିଶାଲ ଦାସଙ୍କ ନାଁରେ ମାମଲା ରୁଜୁ ଘଟଣା ; ବିଶାଲଙ୍କ ସମେତ ୧୪ଜଣଙ୍କୁ ଛାଡ଼ିଲା ପୋଲିସ

Published By : Prameya | January 10, 2025 5:49 PM

ଝାରସୁଗୁଡ଼ା, ୧୦/୧ : ବିଶାଲ ଦାସ ଓ ଅନ୍ୟ ୧୪ଜଣ ସହଯୋଗୀଙ୍କୁ ଛାଡିଲା ଛତିଶଗଡ଼ ପୋଲିସ। ବିଶାଲଙ୍କ ସହ ସହଯୋଗୀଙ୍କ ନାଁରେ ସରେଇପାଲି ପୋଲିସ କରିଥିଲା ମାମଲା। ବ୍ୟକ୍ତିଗତ ମୁଚାଲିକାରେ ଛାଡିଲା ପୋଲିସ। ବିଶାଲ ଓ ଅନ୍ୟ ସହଯୋଗୀଙ୍କୁ ଛାଡିବାକୁ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କୁ ଲେଖିଥିଲେ ଚିଠି। 

ପ୍ରକାଶ ଯେ, ବିଶାଲ ଏବଂ ଅନ୍ୟ ସହଯୋଗୀଙ୍କ ନାଁରେ ଛତିଶଗଡ଼ ସରାଇପାଲି ଥାନାରେ ରୁଜୁ ହୋଇଥିଲା ମାମଲା । ଭାରତୀୟ ନ୍ୟାୟ ସଂହିତାର ଧାରା ୩୩୧(୪) ଏବଂ ୧୯୧(୨) ଅନୁଯାୟୀ ମାମଲା ରୁଜୁ ହୋଇଥିଲା l ଝାରସୁଗୁଡ଼ା ଜିଲ୍ଲା କିର୍ମିରା ବ୍ଲକ ଅଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା ଭୋଟ୍ ପୂର୍ବରୁ ଛାତିଶଗଡ଼ ସରେଇପାଲି ଥାନାରେ ଅଟକ ହୋଇଥିଲେ ପିଆରଆଇ ମେମ୍ବର l ଗୁରୁବାର ରାତି ୧୧ଟାରୁ ୧୨ ଜଣ ପିଆରଆଇ ମେମ୍ବର ଅଟକ ଥିବାବେଳେ ସେମାନଙ୍କ ଠାରୁ ସୂଚନାପାଇ ଝାରସୁଗୁଡା ପୂର୍ବତନ ବିଧାୟିକା ଦୀପାଳି ଦାସଙ୍କ ଭାଇ ବିଶାଲ ଦାସ ପିଆରଆଇ ମେମ୍ବରମାନଙ୍କୁ ଆଣିବା ପାଇଁ ଛତିଶଗଡ଼ ଯାଇଥିଲେ l 

ତେବେ ରାତି ୨ଟାରେ ବିଶାଲ ସେଠାରେ ପହଞ୍ଚିବା ପରେ ପୋଲିସ ପିଆରଆଇ ମେମ୍ବରଙ୍କ ସହ ବିଶାଳ ଦାସଙ୍କୁ ମଧ୍ୟ ଅଟକ କରିଥିବା ଦୀପାଳି ଅଭିଯୋଗ କରିଛନ୍ତି l ଏହି ଘଟଣାକୁ ନେଇ ଦୀପାଳି ଦାସ ଏକ ସାମ୍ବାଦିକ ସମ୍ମିଳନୀ କରିବା ସହ ଜିଲ୍ଲା ପ୍ରଶାସନକୁ ଏକ ଦାବିପତ୍ର ଦେଇଛନ୍ତି l ସେ କହିଛନ୍ତି ଗୁରୁବାର ରାତିରୁ ଭାଇ ବିଶାଳ ଦାସଙ୍କ ସହ କିର୍ମିରା ବ୍ଲକର ସରପଞ୍ଚ ସମିତି ମେମ୍ବର ମାନଙ୍କୁ ଛତିଶଗଡ଼ର ପୋଲିସ ଷ୍ଟେସନରେ ଅଟକ କରାଯାଇଥିଲା l ଓଡ଼ିଶା ପୋଲିସ ଛତିଶଗଡ଼ ଯାଇ ସେଠାକାର ପୋଲିସ ସହାୟତାରେ କୌଣସି ସର୍ଚ୍ଚ ୱାରେଣ୍ଟ ବିନା ପିଆରଆଇ ମେମ୍ବରଙ୍କୁ ଅଟକ ରଖିଥିଲେ l  

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.