ପ୍ରମୂଖ ଖବର
  • ରକ୍ତ ରଞ୍ଜିତ ହେଲା ଶୁଳିଆ ପୀଠ,ପାରମ୍ପରିକ ଅସ୍ତ୍ରଶସ୍ତ୍ର ଧରି ଶୋଭାଯାତ୍ରାରେ ପହଞ୍ଚିବା ପରେ ପର୍ବ ପାଳିତ
  • ||
  • ନେପାଳରେ ୭.୧ ତ୍ରୀବତାର ଭୂକମ୍ପ, ଥରିଲା ଉତ୍ତର ଭାରତ
  • ||
  • ବରଗଡ଼ ଧନୁଯାତ୍ରା ଚତୁର୍ଥ ଦିବସ: ଗୋପ କୃଷ୍ଣମୟ, ମଥୁରାରେ କଂସ ଭୟ
  • ||
  • ବୁଧବାରଠୁ ପ୍ରବାସୀ ଭାରତୀୟ ଦିବସ ମହାକୁମ୍ଭ, ଆସୁଛନ୍ତି ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ, ସହରରେ ଟ୍ରାଫିକ୍ କଟକଣା
  • ||

ଝାରସୁଗୁଡ଼ାରେ ସିଏମ୍‌ଙ୍କ ସୁରକ୍ଷା ବ୍ୟବସ୍ଥାରେ ବଡ଼ ତ୍ରୁଟି, ମୁଖ୍ୟମନ୍ତ୍ରୀଙ୍କ ଉପରେ ଖସିପଡ଼ିଲା ଡ୍ରୋନ୍

Published By : Prameya | January 5, 2025 12:56 PM

ଝାରସୁଗୁଡ଼ା, ୫।୧: ଝାରସୁଗୁଡ଼ାରେ ସିଏମ୍‌ଙ୍କ ସୁରକ୍ଷା ବ୍ୟବସ୍ଥାରେ ବଡ଼ ତ୍ରୁଟି । ସାମ୍ନାକୁ ଆସିଲା ମୁଖ୍ୟମନ୍ତ୍ରୀଙ୍କ ପାଖରେ ଖସି ପଡ଼ିଥିବା ଡ୍ରୋନ୍‌ର ଭିଡିଓ । ୩ ଦିନ ତଳେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଝାରସୁଗୁଡ଼ା ଗସ୍ତ କରିଥିବା ବେଳେ ଏହି ସମୟରେ ସୁରକ୍ଷା ବ୍ୟବସ୍ଥାରେ ଏକ ବଡ଼ ଧରଣର ତ୍ରୁଟି ସାମ୍ନାକୁ ଦେଖାଦେଇଛି । ଯାହାର ଭିଡିଓ ବେଶ୍‌ ଭାଇରାଲ୍‌ ହେବାରେ ଲାଗିଛି । ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଝାଡ଼େଶ୍ୱର ମନ୍ଦିରକୁ ପ୍ରବେଶ କରିବା ସମୟରେ ଏକ ଡ୍ରୋନ୍‌ଟି ଠିକ୍ ତାଙ୍କ ପାଖରେ ଖସିପଡ଼ିଥିଲା । ଏପରିକି ଏହି ଡ୍ରୋନ୍‌ଟି ଅତର୍କିତ ଭାବେ ପଡ଼ିବାରୁ ଖୋଦ୍‌ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଓ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ମଧ୍ୟ ଚମକି ପଡ଼ିଥିବାର ଦୃଶ୍ୟ ଏବେ ଭାଇରାଲ ହେଉଛି । 

ତେବେ ତୁରନ୍ତ ପିଏସ୍ ଓ ଉପସ୍ଥିତ ପୁଲିସ ଉକ୍ତ ଡ୍ରୋନ୍‌କୁ ପାଦରେ ଏଡ଼ାଇ ଦେଇଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ସ୍ୱଭାବିକ ଢଙ୍ଗରେ ଚାଲିଥିଲା । କୌଣସି ବ୍ୟକ୍ତି ଫଟୋ ଉଠାଇବା ଉଦ୍ଦେଶ୍ୟରେ ଏହି ଡ୍ରୋନ୍‌ ଉଡ଼ାଇଥିବା ନେଇ ଜଣାପଡ଼ିଛି । କିନ୍ତୁ, ମୁଖ୍ୟମନ୍ତ୍ରୀଙ୍କ ମୁଣ୍ଡ ଉପରେ ଏଭଳି ଡ୍ରୋନ୍‌ ଉଡ଼ାଇବାକୁ କିଏ ଅନୁମତି ଦେଲା ତାକୁ ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

  • prameyanews
  • PrameyaOdia
  • prameya
  • Prameya Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.