ପ୍ରମୂଖ ଖବର
  • ଆଗକୁ ବଢିବ ରାତି ତାପମାତ୍ରା, ଆହୁରି କମିବ ଶୀତ
  • ||
  • ରାଜ୍ୟରେ ବାର୍ଡ-ଫ୍ଲୁ ଭୟ, ଜନସ୍ୱାସ୍ଥ୍ୟ ବିଭାଗର ସ୍ଥିତି ସମୀକ୍ଷା
  • ||

ଦିବ୍ୟଜ୍ୟୋତିଙ୍କ ନିଆରା ପ୍ରୟାସ, ସଂଗ୍ରହ କରିଛନ୍ତି ୭୦ ଟି ଦେଶର ୪୫୦ଟି ମୁଦ୍ରା ଏବଂ ୩୦ଟି ନୋଟ୍‌

Published By : Prameya | January 6, 2025 4:44 PM

କଟକ, ୬।୧: କେବଳ ଭାରତ ନୁହେଁ । ଅଷ୍ଟ୍ରେଲିଆ, ଇଂଲଣ୍ଡ, ଫ୍ରାନ୍ସ, ନେପାଳ ପରି ଅନେକ ଦେଶର ମୁଦ୍ରା ଓ ନୋଟ୍‌ ସଂଗ୍ରହ କରିଛନ୍ତି । ବାହାର ଦେଶର ମୁଦ୍ରା ଓ ନୋଟ୍‌ ସଂଗ୍ରହ କରିବା ତାଙ୍କର ନିଶା । ଦୀର୍ଘ ୧୫ ବର୍ଷ ହେଲା ସେ ସଂଗ୍ରହ କରି ଆସୁଛନ୍ତି ବାହାର ଦେଶମାନଙ୍କର ମୁଦ୍ରା ଓ ନୋଟ୍‌ । ସେ ସଂଗ୍ରହ କରିଛନ୍ତି ୭୦ ଟି ଦେଶର ୪୫୦ ଟି ମୁଦ୍ରା ଏବଂ ୩୦ଟି ନୋଟ୍‌ । ୨୪ ବର୍ଷ ବୟସରେ ମୁଦ୍ରା ଓ ନୋଟ୍‌ ସଂଗ୍ରହ କରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିପାରିଛନ୍ତି କଟକ ବିରିବାଟୀସ୍ଥିତ ଡିହସାହି ଗ୍ରାମର ଦିବ୍ୟଜ୍ୟୋତି ଜେନା ।  

ଏ ସମ୍ପର୍କରେ ଦିବ୍ୟଜ୍ୟୋତି କହନ୍ତି, ସେ ଯେତେବେଳେ ନୟାବଜାରସ୍ଥିତ ସେଣ୍ଟ୍‌ ଜାଭିୟର ସ୍କୁଲ୍‌ରେ ପଢୁଥିଲେ, ଗ୍ରୀଷ୍ମ ଛୁଟିରେ ସାର୍‌ ମୋତେ ବିଭିନ୍ନ ଦେଶର ମୁଦ୍ରା ସଂଗ୍ରହ କରିବାକୁ କହିଥିଲେ । ଅଳ୍ପ କିଛି ଦେଶର ମୁଦ୍ରା ସଂଗ୍ରହ କରି ମୁଁ ଶ୍ରେଣୀରେ ପ୍ରଶଂସିତ ହୋଇଥିଲି । ଏହାପରେ ମୋ ମନରେ ଉତ୍ସାହ ବୃଦ୍ଧି ପାଇଥିଲା । ସେବେଠାରୁ ମୁଁ ଦେଶ ବିଦେଶର ମୁଦ୍ରା ଓ ନୋଟ୍‌ ସଂଗ୍ରହ କରିବା ଆରମ୍ଭ କରିଥିଲି । ପରେ ଏହା ମୋର ଏକ ନିଶାରେ ପରିଶତ ହୋଇଗଲା । 

ପରିବାର ସଦସ୍ୟ, ବନ୍ଧୁବାନ୍ଧବ ଓ ସାଙ୍ଗସାଥୀ ଯଦି କେହି ବିଦେଶ ବୁଲିବାକୁ ଯାଉଥିଲେ, ସେଠାକାର ମୁଦ୍ରା କିମ୍ବା ନୋଟ୍‌ ଆଣିବାକୁ ମୁଁ କହୁଥିଲି । ସେମାନେ ମଧ୍ୟ ମୋ ପାଇଁ ସେଠାକରୀ ମୁଦ୍ରା ଓ ନୋଟ୍‌ ନେଇ ଆସୁଥିଲେ । ସେଗୁଡ଼ିକୁ ମୁଁ ଏକ ସ୍ୱତନ୍ତ୍ର ଆଲ୍‌ବମ୍‌ କରି ସେଥିରେ ସାଇତି ରଖିଛି ବୋଲି କହିଛନ୍ତି ଦିବ୍ୟଜ୍ୟୋତି । ଇତି ମଧ୍ୟରେ ଅଷ୍ଟ୍ରେଲିଆ, ଇଂଲଣ୍ଡ, ଫ୍ରାନ୍ସ, ନେପାଳ, ଥାଇଲାଣ୍ଡ, ଭୁଟାନ୍‌, ପାକିସ୍ତାନ, ଶ୍ରୀଲଙ୍କା, ଇଣ୍ଡୋନେସିଆ, କାନାଡ଼ା, ମେକ୍ସିକୋ, ଆମେରିକା, ସିଙ୍ଗାପୁର, ମାଲଦୀପ୍‌ ଭଳି ୭୦ ଟି ଦେଶର ୪୫୦ ଟି ମୁଦ୍ରା ଏବଂ ୩୦ଟି ନୋଟ୍‌ ସଂଗ୍ରହ କରି ଏବେ ତିନୋଟି ଆଲ୍‌ବମ୍‌ରେ ସାଇତି ରଖିଛି । କେବଳ ସେତିକି ନୁହେଁ, ୩୦ରୁ ଅଧିକ ପୁରୁଣା ଡାକ ଟିକଟ ମଧ୍ୟ ସଂଗ୍ରହ କରିଛି ବୋଲି ସେ କହିଛନ୍ତି ।

 

 

 

 

  • prameyanews
  • PrameyaOdia
  • prameya
  • Prameya Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.