ପ୍ରମୂଖ ଖବର
  • ୪୫ ଦିନରେ ତ୍ରିବେଣୀ ସଙ୍ଗମରେ ବୁଡ଼ ପକାଇଛନ୍ତି ୬୬ କୋଟିରୁ ଅଧିକ ଶ୍ରଦ୍ଧାଳୁ: ୟୁପି ସିଏମ୍
  • ||
  • ସନ୍ଧ୍ୟାରେ ଶ୍ରୀଲିଙ୍ଗରାଜଙ୍କୁ ଦର୍ଶନ କରିବେ ମୁଖ୍ୟମନ୍ତ୍ରୀ, ସାଂସ୍କୃତିକ କାର୍ଯ୍ୟକ୍ରମରେ ହେବେ ସାମିଲ
  • ||
  • ଝାରସୁଗୁଡ଼ା ଇକୋ ପାର୍କରେ ଅଗ୍ନିକାଣ୍ଡ, ଜଳିଗଲା ୨୨ ହଜାରରୁ ଉର୍ଦ୍ଧ୍ୱ ଗଛ
  • ||
  • କଟକ : ବିଚାରାଧୀନ କଏଦୀଙ୍କ ସନ୍ଦେହଜନକ ମୃତ୍ୟୁ, ହତ୍ୟା ଅଭିଯୋଗ ଆଣିଲେ ପରିବାରଲୋକେ
  • ||
  • ବଲାଙ୍ଗୀର : ବରକୁ ହତ୍ୟା ଷଡ଼ଯନ୍ତ୍ର ଘଟଣା: ମୁଖ୍ୟ ଅଭିଯୁକ୍ତ ଗିରଫ
  • ||
  • ପୁରୀ : ବାଲିକପିଳେଶ୍ୱର ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼, ରାତି ୩ଟାରେ ଉଠିବ ମହାଦୀପ
  • ||
  • ବାଲେଶ୍ୱର : ରାସ୍ତା କଡ଼ରୁ ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
  • ||
  • ଶିବରାତ୍ରୀ ପାଇଁ ବାବା ଧବଳେଶ୍ୱରଙ୍କ ପୀଠରେ ଭକ୍ତଙ୍କ ସମାଗମ, ରାତି ୧ଟାରେ ଉଠିବ ମହାଦୀପ
  • ||
  • ଶ୍ରୀଲିଙ୍ଗରାଜ ପୀଠରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼, ଠେଲାପେଲା ଭିତରେ ୨ ମହିଳା ଗୁରୁତର
  • ||
  • ଭଦ୍ରକ : ଦୁର୍ଘଟଣାଗ୍ରସ୍ତ ହୋଇ ଓଭର୍ ବ୍ରିଜ୍‌ରୁ ତଳକୁ ଖସିଲା ଦୁଇ ଟ୍ରକ୍‌, ୩ ଗୁରୁତର
  • ||
  • ଜାଗର ପାଇଁ ଚଳଚଞ୍ଚଳ ଲୋକନାଥଙ୍କ ପୀଠ, ଭୋର ୩ଟାରେ ଉଠିବ ମହାଦୀପ
  • ||

ଦୃଢ ଇଛାଶକ୍ତି ଓ ନିରନ୍ତର ସାଧନା ଦ୍ୱାରା ନିଜ ସ୍ୱପ୍ନକୁ ସାକାର କରିହେବ : ପଦ୍ମଶ୍ରୀ କୁମକୁମ ମହାନ୍ତି

Published By : Prameya | February 26, 2025 8:47 PM

ଭୁବନେଶ୍ୱର, ୨୬/୦୨: ଦୃଢ଼ ଇଚ୍ଛାଶକ୍ତି ଓ ନିରନ୍ତର ସାଧନା ଦ୍ବାରା ନିଜ ସ୍ବପ୍ନକୁ ସାକାର କରିହେବ । ଆନ୍ତର୍ଜାତିକ ଖ୍ୟାତି ସମ୍ପନ୍ନ ଓଡ଼ିଶୀ ନୃତ୍ୟଶିଳ୍ପୀ ଓ ଗୁରୁ ପଦ୍ମଶ୍ରୀ କୁମକୁମ୍ ମହାନ୍ତି  ଉତ୍କଳ ବିଶ୍ବବିଦ୍ୟାଳୟରେ ଅନୁଷ୍ଠିତ ମିଟ ଦି ଆଲୁମିନି କାର୍ଯ୍ୟକ୍ରମରେ ଯୋଗ ଦେଇ ଏହି ମତ ଦେଇଛନ୍ତି। 

ଉତ୍କଳ ବିଶ୍ୱବିଦ୍ୟାଳୟ ପୁରାତନ ଛାତ୍ରସଂଘ ଓ ଆଲୁମ୍ନି କନେକ୍ଟର ଯୌଥ ପ୍ରୟାସରେ  ଅଷ୍ଟାଦଶ   " ମିଟ ଦି ଆଲୁମ୍ନି କାର୍ଯ୍ୟକ୍ରମ ସ୍ନାତକୋତ୍ତର ପରିଷଦ ହଲରେ ଆୟୋଜିତ  ହୋଇଥିଲା।  ଏଥିରେ  ଆନ୍ତର୍ଜାତିକ ଖ୍ୟାତିସମ୍ପନ୍ନ ଓଡିଶୀ ନୃତ୍ୟଶିଳ୍ପୀ ତଥା ଗୁରୁ ପଦ୍ମଶ୍ରୀ କୁମକୁମ ମହାନ୍ତି ଯୋଗ ଦେଇ  ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ନିଜ ଜୀବନର  ବହୁ ମହାର୍ଘ ଅଭିଜ୍ଞତା ବାଣ୍ଟିଥିଲେ। ଓଡିଶୀ ନୃତ୍ୟ କ୍ଷେତ୍ରରେ  ସଫଳତା ପଛରେ ତାଙ୍କର ନୃତ୍ୟକୁ ଭଲ ପାଇବା,ନିଷ୍ଠା ଓ ସାଧନା ଥିଲା ବୋଲି ସେ କହିଥିଲେ। 

ଜଣେ ବିବାହିତା ମହିଳା ତଥା ସର୍ବଭାରତୀୟ ଡାକ ସେବାର ଉଚ୍ଚ ଅଧିକାରୀ ହେବା ସତ୍ତ୍ୱେ ସେ କିପରି ସବୁଗୁଡିକରେ ସମନ୍ୱୟ ରଖି ଓଡିଶୀ ନୃତ୍ୟ ସାଧନା, ଅଭିନୟ ସହିତ ଗୁରୁ ପଦ୍ମଭୂଷଣ କେଳୁଚରଣ ମହାପାତ୍ରଙ୍କ ସହିତ ଜାତୀୟ ତଥା ଆନ୍ତର୍ଜାତିକ ସ୍ତରରେ ଏହାର ପ୍ରଚାର ପ୍ରସାର କରୁଥିଲେ ସେ  ବିଷୟରେ ସମ୍ୟକ ସୂଚନା ଦେଇଥିଲେ। ଦୃଢ ଇଛାଶକ୍ତି ଓ ନିରନ୍ତର ସାଧନା ଦ୍ୱାରା ନିଜ ସ୍ୱପ୍ନକୁ ସାକାର କରିହେବ ବୋଲି ଶ୍ରୀମତୀ ମହାନ୍ତି ପିଲାମାନଙ୍କୁ ଅନୁପ୍ରାଣିତ କରିଥିଲେ। 

ପ୍ରାରମ୍ଭରେ ପୁରାତନ ଛାତ୍ରସଂଘର ସଭାପତି ତଥା ଓଡିଶା ଲୋକସେବା ଆୟୋଗର ପୂର୍ବତନ ଅଧ୍ୟକ୍ଷ ଡକ୍ଟର ସତ୍ୟଜିତ ମହାନ୍ତି ସ୍ୱାଗତ ଭାଷଣ ଦେଇଥିଲେ। ଛାତ୍ରସଂଘର ସାଧାରଣ ସମ୍ପାଦକ ଦେବେନ୍ଦ୍ର ପ୍ରସାଦ ଦାସ ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ଆଲୁମ୍ନି କନେକ୍ଟ ସଂଯୋଜକ ଡକ୍ଟର ଆଶିଷ ଚନ୍ଦ୍ର ପାଠୀ ଧନ୍ୟବାଦ ଅର୍ପଣ କରିଥିଲେ। ସଂଘର ଉପସଭାପତି ରଘୁନାଥ ପୃଷ୍ଟି କାର୍ଯ୍ୟକ୍ରମଟିକୁ ପରିଚାଳନା କରିଥିଲେ।

ଉକ୍ତ କାର୍ଯ୍ୟକ୍ରମଟିରେ ଓଡିଶୀ ସଂଗୀତ କଣ୍ଠଶିଳ୍ପୀ ତଥା ବିଶ୍ୱବିଦ୍ୟାଳୟର ଅର୍ଥନୀତି ପ୍ରଫେସର ମିତାଲି ଚିନାରା ଓ ପୁରାତନ ଛାତ୍ରସଂଘର ସହ ସମ୍ପାଦକ ଡକ୍ଟର ବୀରକିଶୋର ଦାଶ, କାର୍ଯ୍ୟନିର୍ବାହୀ ସଦସ୍ୟବୃନ୍ଦ ତପନ କୁମାର ଜେନା, ଡକ୍ଟର ମନୋରଞ୍ଜନ ଭୂୟାଁ, ଡକ୍ଟର ନାରାୟଣ ତ୍ରିପାଠୀ, ଲକ୍ଷ୍ମୀଧର ଚାନ୍ଦ ଓ ବିଶ୍ୱଜିତ ନାୟକ,ଅନାଦି ଦାସ, ପ୍ରଦୋଷ ରଞ୍ଜନ ଦାସ, ଜୟପ୍ରକାଶ ପଟ୍ଟନାୟକ ଓ ମନୋଜ କୁମାର ରାୟ ପ୍ରମୁଖ ଉପସ୍ଥିତ ଥିଲେ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.