ଭୁବନେଶ୍ୱର, ୯।୩: ବାରିପଦା ମୁଖ୍ୟ ଚିକିତ୍ସାଳୟରେ ପିଲା ଚୋରି ଅଭିଯୋଗ । ପିଲା ଚୋରି ଅଭିଯୋଗରେ ଜଣେ ମହିଳାଙ୍କୁ ଅଟକ ରଖାଯାଇଥିବା ଜଣାପଡ଼ିଛି । ମହିଳାଙ୍କ ପରିଚୟ ମିଳିଥିବା ବେଳେ ସେ ଜଣକ ରାସଗୋବିନ୍ଦପୁର ଥାନା ଅନ୍ତର୍ଗତ ଝିଙ୍କିରିଆ ଗ୍ରାମର ୨୫ ବର୍ଷୀୟ ସନ୍ଧ୍ୟାରାଣୀ ମହାନ୍ତ । ଚୋରି ହୋଇଥିବା ୨ ଜଣ ଶିଶୁ ଶୁନଗଡ଼ିଆ ଅଞ୍ଚଳର ସେଖ୍ କମରୁଦ୍ଦିନଙ୍କର ବୋଲି ଜଣାପଡ଼ିଛି ।
କହିରଖୁ କି, କମରୁଦ୍ଦିନଙ୍କ ସ୍ତ୍ରୀ ଶାରୀରିକ ଅସୁସ୍ଥ ଥିବାରୁ ସେ ମେଡିକାଲରେ ଭର୍ତ୍ତି ହୋଇଥିଲେ । ବେଡ୍ରେ ଶୋଇଥିବା ବେଳେ ପିଲା ଦୁଇଟି ତାଙ୍କ ସ୍ତ୍ରୀ ପାଖରେ ଥିଲେ । କିଛି ସମୟ ପାଇଁ କମରୁଦ୍ଦିନ ବାହାରକୁ ଚାଲିଯାଇଥିଲେ । ସେହି ସମୟର ସୁଯୋଗ ନେଇ ବାରିପଦା ମୁଖ୍ୟ ଚିକିତ୍ସାଳୟରୁ ମହିଳା ଜଣକ ୨ ଶିଶୁଙ୍କୁ ଚୋରି କରି ନେଇଥିଲେ । ଯାହା ପରେ ପରିବାର ଲୋକେ ପୋଲିସର ଜିମା ଦେଇଥିଲେ । ମହିଳାଙ୍କୁ ପୋଲିସ ଅଟକ ରଖିଥିବା ବେଳେ ଘଟଣା ବାବଦରେ ଅଧିକ ପଚରାଉଚରା ଜାରି ରଖିଛି । ମହିଳା ଜଣକ ମୟୁରଭଞ୍ଜ ଜିଲ୍ଲାର ବୋଲି କହିଛନ୍ତି ।