ପ୍ରମୂଖ ଖବର
  • ବାଲେଶ୍ବର : OSSC ପରିଚାଳିତ ପରୀକ୍ଷାର ପ୍ରଶ୍ନପତ୍ର ସିଲ୍‌ ଖୋଲାଥିବା ଛାତ୍ରଛାତ୍ରୀଙ୍କ ଅଭିଯୋଗ, ଖଣ୍ଡନ କଲେ କର୍ତ୍ତୃପକ୍ଷ
  • ||
  • ଧର୍ମଗଡ଼ : କେନାଲ ପାଣି ଦାବିରେ ତାତିଲେ ଚାଷୀ, ଧର୍ମଗଡ ତମ୍ବାଛଡା ମୁଖ୍ୟ ରାସ୍ତା ଅବରୋଧ
  • ||
  • ଭୁବନେଶ୍ବର : ମିଠା ଦୋକାନୀଙ୍କୁ ଦାଦାବଟି ମାଗିଲା ଜେଲ ଫେରନ୍ତା, ଅଭିଯୁକ୍ତ ଗିରଫ
  • ||
  • ଖୋର୍ଦ୍ଧା : ପାଣିରେ ଭାସୁଛି ବ୍ୟକ୍ତିଙ୍କ ଗଳିତ ମୃତଦେହ, ପରିଚୟ ଅସ୍ପଷ୍ଟ
  • ||
  • ଆଜିଠୁ ଅନଲାଇନରେ ପଞ୍ଜୀକରଣ କରିପାରିବେ ହବିଷ୍ୟାଳି, ଶାରୀରିକ ଓ ମାନସିକ ଭାବେ ଅସୁସ୍ଥ ଥିଲେ ମିଳିବନି ଅନୁମତି
  • ||
  • ଧର୍ମଗଡ : ଅଜଣା ଗାଡ଼ି ଧକ୍କାରେ ବ୍ୟକ୍ତିଙ୍କ ମୃତ୍ୟୁ, ପରିଚୟ ଅସ୍ପଷ୍ଟ
  • ||
  • ଆନନ୍ଦପୁର : ଗଣେଶ ପୂଜା ବିସର୍ଜନ ବେଳେ ଢେଲା ମାଡକୁ ନେଇ ଉତ୍ତେଜନା ଘଟଣା, ୨ ଗିରଫ
  • ||
  • ବାସୁଦେବପୁରର ବିଭିନ୍ନ ସ୍ଥାନରେ ଅବକାରୀ ବିଭାଗର ଚଢ଼ାଉ; ବିପୁଳ ପରିମାଣର ମଦ ଜବତ, ୫ ଗିରଫ
  • ||
  • ଛତ୍ରପୁର : ରୁଟି ବ୍ୟବସାୟୀଙ୍କୁ ପଛପଟୁ ଧକ୍କା ଦେଲା ଅଜଣା ଗାଡି, ଜଣେ ଗୁରୁତର
  • ||
  • ରବିବାର ତିନିଦିନିଆ ଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ମାଓ ମୁକାବିଲା ସମୀକ୍ଷା ବୈଠକରେ ହେବେ ସାମିଲ
  • ||
  • ଜଗତସିଂହପୁରରେ ମୂର୍ତ୍ତି ଚୋରୀ ରାକେଟ ସକ୍ରିୟ, ଜଣେ ଅଭିଯୁକ୍ତ ଏବଂ ତାଙ୍କ ମା ଅଟକ
  • ||
  • କୋଣାର୍କ : ମୃତଦେହକୁ ଘରକୁ ନେବାକୁ ମିଳିଲାନି ଆମ୍ୱୁଲାନ୍ସ, ଟ୍ରଲିରେ ବୁହା ହେଲା ଶବ
  • ||
  • ସୋମବାର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହଙ୍କ ନକ୍ସଲ ମୁକାବିଲା ବୈଠକ, ଯୋଗଦେବେ ୮ ରାଜ୍ୟର ମୁଖ୍ୟମନ୍ତ୍ରୀ
  • ||
  • କଣ୍ଟାବାଞ୍ଜି : ବେଆଇନ କ୍ଲିନିକ ଖୋଲି ଚିକିତ୍ସା କରୁଥିଲେ ନକଲି ଡାକ୍ତର, ଅଭିଯୁକ୍ତ ଗିରଫ
  • ||
  • ଅକ୍ଟୋବର ହେଲାଣି ଖରା ଦିନ ଯାଉନି, ଅସ୍ୱାଭାବିକ ପାଣିପାଗରେ ସମସ୍ତେ ନାକେଦମ୍‌: ୧୪ ଯାଏଁ ବିଶେଷ ବର୍ଷା ନାହିଁ
  • ||

ପରିପୂରକ ପୁଷ୍ଟି ଯୋଜନାରେ ଦର ବଢ଼ାଯିବ କେବେ ? ୬ ବର୍ଷ ତଳର ତାଲିକା ଧରିଛନ୍ତି ସରକାର

ଜଗତସିଂହପୁର, ୧୧/୦୯ : ପରିପୂରକ ପୁଷ୍ଟି ଯୋଜନାରେ ଦର ବୃଦ୍ଧି ପାଇଁ କେନ୍ଦ୍ର ସରକାରଙ୍କୁ ନିବେଦନ କରାଯାଇଛି। ଏହାଛଡ଼ା ପିଲାଙ୍କ କ୍ଷେତ୍ରରେ ଅଣ୍ଡା ପାଇଁ କୌଣସି ସରକାରୀ ରେଟ୍‌ ଚାର୍ଟ ନିର୍ଦ୍ଧାରିତ କରାଯାଇ ନାହିଁ । କିନ୍ତୁ ବଜାର ଦରଦାମ ବୃଦ୍ଧି କ୍ଷେତ୍ରରେ ଜିଲ୍ଲା ସ୍ତରୀୟ କମିଟି ସପ୍ତାହକୁ ଗୋଟିଏ ଅଣ୍ଡା ବଦଳରେ ସମାନ କ୍ୟାଲୋରୀ ଓ ପ୍ରୋଟିନ୍‌ ଥିବା ଆଞ୍ଚଳିକ ଉପଲବ୍ଧ ଖାଦ୍ୟ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦିଆଯାଇଥିବା ବିଧାନସଭାରେ ଉତ୍ତର ରଖିଛନ୍ତି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । 

ଗର୍ଭବତୀ, ଶିଶୁ, ପ୍ରସୂତିଙ୍କ କ୍ଷେତ୍ରରେ ପୁଷ୍ଟିକର ଖାଦ୍ୟ ଯୋଗାଣର ବ୍ୟବସ୍ଥା କରିଛନ୍ତି ସରକାର। ଅନେକ ସ୍ଥାନରେ କିନ୍ତୁ ନିମ୍ନମାନର ଛତୁଆ ଯୋଗାଣର ଅଭିଯୋଗ ହେଉଛି । କେତେକସ୍ଥଳେ ତ’ ଆର୍‌ଟିଆଇରେ ଛତୁଆ ପ୍ରସ୍ତୁତିରେ ଆବଶ୍ୟକ ଖାଦ୍ୟଶସ୍ୟ କ୍ରୟରେ ଘୋଟାଲାର ଲକ୍ଷଣ ବାହାରୁଛି । ଏପଟେ ସରକାର ଯେଉଁ ଦର ନିର୍ଦ୍ଧାରଣ କରିଛନ୍ତି ତାହା କେଉଁ କାର୍ଯ୍ୟକୁ ଅଣ୍ଟୁନି ବୋଲି କୁହାଯାଉଛି । ଉକ୍ତ ପ୍ରସଙ୍ଗକୁ ନେଇ ବିଧାନସଭାରେ ପ୍ରଶ୍ନ କରିଥିଲେ ଜଗତସିଂହପୁର ବିଧାୟକ ଅମରେନ୍ଦ୍ର ଦାସ । ବିଶେଷକରି ରାଜ୍ୟର ଅଙ୍ଗନବାଡ଼ି କେନ୍ଦ୍ରମାନଙ୍କରେ ଯେଉଁ ଅଣ୍ଡା ପିଲାଙ୍କୁ ଯୋଗାଣ ହେଉଛି ତା’ର ସରକାରୀ ମୂଲ୍ୟ କେତେ ନିର୍ଦ୍ଧାରିତ ହୋଇଛି ଏବଂ ବଜାର ଦାମ ସହିତ ଏହା କମ୍‌ କି ବେଶି ରହିଛି ଜାଣିବା ନିମନ୍ତେ ବିଧାୟକ ଶ୍ରୀ ଦାସ ପ୍ରଶ୍ନ କରିଥିଲେ । ଉତ୍ତରରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ପରିପୂରକ ପୁଷ୍ଟି ଯୋଜନାରେ କେନ୍ଦ୍ର ସରକାରଙ୍କ ଦ୍ୱାରା ଧାର୍ଯ୍ୟ ଦର ତାଲିକା ଅନୁସାରେ ରାଜ୍ୟରେ ଶିଶୁ, ଗର୍ଭବତୀ ଓ ପ୍ରସୂତି ମହିଳାଙ୍କ ପୁଷ୍ଟିସାଧନ ପାଇଁ ଦର ନିର୍ଦ୍ଧାରଣ କରାଯାଇଥିବା ଜଣାଇଥିଲେ । 

୨୦୧୭-୧୮ରେ ବଜାର ଦର ଅନୁଯାୟୀ ସଂପୃକ୍ତ ଖାଦ୍ୟର ମୂଲ୍ୟ ନିର୍ଦ୍ଧାରଣ କରାଯାଇଛି । ଏଥି ନିମନ୍ତେ ୬ ମାସରୁ ୬ ବର୍ଷର ସାଧାରଣ ଶିଶୁଙ୍କ ପାଇଁ ଦୈନିକ ୮ ଟଙ୍କା, ୬ ମାସରୁ ୬ ବର୍ଷର ଅତିଶୟ ପୁଷ୍ଟିହୀନ ଶିଶୁଙ୍କ କ୍ଷେତ୍ରରେ ଦୈନିକ ୧୨ ଓ ଗର୍ଭବତୀ ଏବଂ ପ୍ରସୂତି ମହିଳାଙ୍କ ପାଇଁ ଦୈନିକ ୯ ଟଙ୍କା ୫୦ ପଇସା ବ୍ୟବସ୍ଥା କରାଯାଇଛି । ମାର୍ଗଦର୍ଶିକା ଅନୁସାରେ ଉକ୍ତ ମୂଲ୍ୟ ଭିତରେ ହତାଧିକାରୀଙ୍କୁ ଗରମ ରନ୍ଧା ଖାଦ୍ୟ ଓ ଘରକୁ ଦିଆଯାଉଥିବା ଖାଦ୍ୟରେ ଅଣ୍ଡା ଦେବାର ବ୍ୟବସ୍ଥା ଥିବା ଉପମୁଖ୍ୟମନ୍ତ୍ରୀ ଅବଗତ କରିଥିଲେ। ସଂପ୍ରତି ଅଙ୍ଗନବାଡ଼ି କେନ୍ଦ୍ର ମାଧ୍ୟମରେ ରକ୍ତହୀନତାର ଶିକାର ମହିଳାମାନଙ୍କୁ ମଧ୍ୟ କୁକୁଡ଼ା ଚିଆଁ ଓ ଗଞ୍ଜା ପ୍ରଦାନ କରାଗଲାଣି । ଶିଶୁମାନେ ମଧ୍ୟ କୁକୁଡ଼ା ବଡ଼ ହୋଇ ଅଣ୍ଡା ଦେଲେ ତାହାକୁ ଖାଇବେ ବୋଲି ପ୍ରଚାର କରାଗଲାଣି। 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.