ବାଲେଶ୍ବର,୦୬/୧୦: OSSC ପରିଚାଳିତ ଷ୍ଟାଟିଷ୍ଟିକାଲ ଆସିଷ୍ଟାଣ୍ଟ ପରୀକ୍ଷାରେ ତ୍ରୁଟି ଅଭିଯୋଗ । ବାଲେଶ୍ୱରର ଏକ ପରୀକ୍ଷା କେନ୍ଦ୍ରରେ ତ୍ରୁଟି ହୋଇଥିବା ନେଇ ଗୁରୁତର ଅଭିଯୋଗ କଲେ କିଛି ପରୀକ୍ଷାର୍ଥୀ । ଅଭିଯୋଗ ଅନୁଯାୟୀ, ଆଗୁଆ ପ୍ରଶ୍ନପତ୍ର ପ୍ୟାକେଟ୍ ସିଲ୍ ଖୋଲାଯାଇଥିଲା । ଏନେଇ ପରୀକ୍ଷା ଦେଇ ପାରିନଥିବା ଅଭିଯୋଗ କରିଲେ ଛାତ୍ର ଗୌରହରି ସାହୁ ।
ତେବେ ଏହି ଘଟଣାରେ ପରୀକ୍ଷା କେନ୍ଦ୍ରର କର୍ତ୍ତୃପକ୍ଷ ନିଜର ପ୍ରତିକ୍ରିୟା ରଖିଛନ୍ତି । ଛାତ୍ରଛାତ୍ରୀଙ୍କ ଅଭିଯୋଗକୁ ଖଣ୍ଡନ କରି ସେ କହିଛନ୍ତି ଯେ, ଯାହା ହୋଇଛି ନିୟମ ଅନୁସାରେ ହୋଇଛି । ଏହା ସହ ସମସ୍ତ ତଥ୍ୟ ସିସିଟିଭିରେ ରେକର୍ଡ ଅଛି ବୋଲି ମଧ୍ୟ କହିଛନ୍ତି କର୍ତ୍ତୃପକ୍ଷ ।