ପ୍ରମୂଖ ଖବର
  • ବାଲେଶ୍ବର : OSSC ପରିଚାଳିତ ପରୀକ୍ଷାର ପ୍ରଶ୍ନପତ୍ର ସିଲ୍‌ ଖୋଲାଥିବା ଛାତ୍ରଛାତ୍ରୀଙ୍କ ଅଭିଯୋଗ, ଖଣ୍ଡନ କଲେ କର୍ତ୍ତୃପକ୍ଷ
  • ||
  • ଧର୍ମଗଡ଼ : କେନାଲ ପାଣି ଦାବିରେ ତାତିଲେ ଚାଷୀ, ଧର୍ମଗଡ ତମ୍ବାଛଡା ମୁଖ୍ୟ ରାସ୍ତା ଅବରୋଧ
  • ||
  • ଭୁବନେଶ୍ବର : ମିଠା ଦୋକାନୀଙ୍କୁ ଦାଦାବଟି ମାଗିଲା ଜେଲ ଫେରନ୍ତା, ଅଭିଯୁକ୍ତ ଗିରଫ
  • ||
  • ଖୋର୍ଦ୍ଧା : ପାଣିରେ ଭାସୁଛି ବ୍ୟକ୍ତିଙ୍କ ଗଳିତ ମୃତଦେହ, ପରିଚୟ ଅସ୍ପଷ୍ଟ
  • ||
  • ଆଜିଠୁ ଅନଲାଇନରେ ପଞ୍ଜୀକରଣ କରିପାରିବେ ହବିଷ୍ୟାଳି, ଶାରୀରିକ ଓ ମାନସିକ ଭାବେ ଅସୁସ୍ଥ ଥିଲେ ମିଳିବନି ଅନୁମତି
  • ||
  • ଧର୍ମଗଡ : ଅଜଣା ଗାଡ଼ି ଧକ୍କାରେ ବ୍ୟକ୍ତିଙ୍କ ମୃତ୍ୟୁ, ପରିଚୟ ଅସ୍ପଷ୍ଟ
  • ||
  • ଆନନ୍ଦପୁର : ଗଣେଶ ପୂଜା ବିସର୍ଜନ ବେଳେ ଢେଲା ମାଡକୁ ନେଇ ଉତ୍ତେଜନା ଘଟଣା, ୨ ଗିରଫ
  • ||
  • ବାସୁଦେବପୁରର ବିଭିନ୍ନ ସ୍ଥାନରେ ଅବକାରୀ ବିଭାଗର ଚଢ଼ାଉ; ବିପୁଳ ପରିମାଣର ମଦ ଜବତ, ୫ ଗିରଫ
  • ||
  • ଛତ୍ରପୁର : ରୁଟି ବ୍ୟବସାୟୀଙ୍କୁ ପଛପଟୁ ଧକ୍କା ଦେଲା ଅଜଣା ଗାଡି, ଜଣେ ଗୁରୁତର
  • ||
  • ରବିବାର ତିନିଦିନିଆ ଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ମାଓ ମୁକାବିଲା ସମୀକ୍ଷା ବୈଠକରେ ହେବେ ସାମିଲ
  • ||
  • ଜଗତସିଂହପୁରରେ ମୂର୍ତ୍ତି ଚୋରୀ ରାକେଟ ସକ୍ରିୟ, ଜଣେ ଅଭିଯୁକ୍ତ ଏବଂ ତାଙ୍କ ମା ଅଟକ
  • ||
  • କୋଣାର୍କ : ମୃତଦେହକୁ ଘରକୁ ନେବାକୁ ମିଳିଲାନି ଆମ୍ୱୁଲାନ୍ସ, ଟ୍ରଲିରେ ବୁହା ହେଲା ଶବ
  • ||
  • ସୋମବାର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହଙ୍କ ନକ୍ସଲ ମୁକାବିଲା ବୈଠକ, ଯୋଗଦେବେ ୮ ରାଜ୍ୟର ମୁଖ୍ୟମନ୍ତ୍ରୀ
  • ||
  • କଣ୍ଟାବାଞ୍ଜି : ବେଆଇନ କ୍ଲିନିକ ଖୋଲି ଚିକିତ୍ସା କରୁଥିଲେ ନକଲି ଡାକ୍ତର, ଅଭିଯୁକ୍ତ ଗିରଫ
  • ||
  • ଅକ୍ଟୋବର ହେଲାଣି ଖରା ଦିନ ଯାଉନି, ଅସ୍ୱାଭାବିକ ପାଣିପାଗରେ ସମସ୍ତେ ନାକେଦମ୍‌: ୧୪ ଯାଏଁ ବିଶେଷ ବର୍ଷା ନାହିଁ
  • ||

ବୁଢ଼ାବଳଙ୍ଗରେ ରିଭର ରାନ୍‌ଚିଂ ଯୋଜନା: ନଈରେ ବଢ଼ିବେ ରୋହି ଏବଂ ଭାକୁର, ୨ ବର୍ଷରେ ଛଡ଼ାଯିବ ୩୪ ଲକ୍ଷ ମାଛ ଜାଆଁଳ

ବାଲେଶ୍ୱର,୦୬/୧୦:ଦେଶୀ ମାଛର ବଂଶ ବୃଦ୍ଧି ସହ ନଦୀ ଉପକୂଳ ମତ୍ସ୍ୟଜୀବୀଙ୍କୁ  ରୋଜଗାରକ୍ଷମ ପାଇଁ ଜିଲ୍ଲା ମତ୍ସ୍ୟ ବିଭାଗ ପକ୍ଷରୁ  ଦୁଇବର୍ଷ ହେବ ରିଭର ରାନ୍‌ଚିଂ ପ୍ରୋଗ୍ରାମ ଆରମ୍ଭ  ହୋଇଛି । ଏହି ଯୋଜନାରେ ବୁଢ଼ାବଳଙ୍ଗକୁ ସାମିଲ  କରାଯାଇଛି । ଯୋଜନା ଅନୁଯାୟୀ ଏହି ନଦୀରେ  ଦୁଇବର୍ଷ ଭିତରେ ୩୪ ଲକ୍ଷ ରୋହି, ଭାକୁର,  ମିରିକାଳି ମାଛ ଜାଆଁଳ ଛଡ଼ାଯିବ । ଆଗାମୀ  ଦିନରେ ଜିଲ୍ଲାରେ ଥିବା ଅନ୍ୟ ନଦୀ, ଉପନଦୀ,  ଜଳାଶୟକୁ ଏଥିରେ ସାମିଲ କରାଯିବ । ଏହି  ଯୋଜନା ସଫଳ ହେଲେ ଜିଲା୍ଲରେ ଦେଶୀ ମାଛର  ଅଭାବ କିଛି ମାତ୍ରାରେ ସମାଧାନ ହେବା ନେଇ  ଆଶା କରାଯାଉଛି ।   

ରିଭର ରାନ୍‌ଚିଂ ପ୍ରଧାନମନ୍ତ୍ରୀ ମତ୍ସ୍ୟ ସମ୍ପଦ  ଯୋଜନା(ପିଏମଏମୱାଇ) ଅଧୀନ ଅନ୍ତର୍ଗତ ।  ଏହି ଯୋଜନା ଦ୍ୱାରା ମାଛ ବଂଶ ବୃଦ୍ଧି କରିବା  ଉପରେ ଗୁରୁତ୍ୱ ଦିଆଯାଉଛି । ବିଶେଷ କରି  କୌଣସି ମାଛ ପ୍ରଜନନକ୍ଷମ ହେବା ପରେ ତାହାକୁ  ଧରିବା ଉପରେ ଗୁରୁତ୍ୱ ଦିଆଯାଏ । ଆମେରିକାରେ  ରିଭର ରାନ୍‌ଚିଂ ପ୍ରୋଗ୍ରାମ ସଫଳ ହେବା ପରେ  ଭାରତ ସରକାର ଏହାକୁ ଆପଣାଇଛନ୍ତି । ଏହି  ଯୋଜନାରେ ଦେଶର ବଡ଼ବଡ଼ ନଦୀକୁ ସାମିଲ  କରାଯାଇଛି । ନ୍ୟାସନାଲ ଫିସରିଜ୍‌ ଡେଭଲ୍‌ପମେଣ୍ଟ  ବୋର୍ଡ(ଏନଏଫଡିବି) ତତ୍ତ୍ୱାବଧାନରେ ଏହି  ଯୋଜନାକୁ କାର୍ଯ୍ୟକ୍ଷମ କରାଯାଉଛି । ଉଭୟ କେନ୍ଦ୍ର  ଓ ରାଜ୍ୟ ସରକାରଙ୍କ ମିଳିତ ଉଦ୍ୟମରେ ଏହି  ଯୋଜନା କାର୍ଯ୍ୟକ୍ଷମ ହେଉଥିବା ବେଳେ ବାଲେଶ୍ୱର  ଏଥିରୁ ବାଦ୍‌ ପଡ଼ିନି । ପରୀକ୍ଷାତ୍ମକ ଭାବେ ଏହି  ଯୋଜନାରେ ବୁଢ଼ାବଳଙ୍ଗକୁ ସାମିଲ କରାଯାଇଛି ।   

ଗତବର୍ଷ ଦହପଡ଼ା ନିକଟସ୍ଥ ବୁଢ଼ାବଳଙ୍ଗରେ  ତିନୋଟି ପର୍ଯ୍ୟାୟରେ ମୋଟ୍‌ ୧୭ ଲକ୍ଷ  ଆଙ୍ଗୁଳିକା(ଆଙ୍ଗୁଳି ଲମ୍ବର) ରୋହି, ଭାକୁର,  ମିରିକାଳି ଜାଆଁଳ ଛଡ଼ାଯାଇଥିଲା । ଚଳିତବର୍ଷ  ମଧ୍ୟ ଏହି ପ୍ରକ୍ରିୟା ଆରମ୍ଭ ହୋଇଛି । ଶୁକ୍ରବାର  ପ୍ରଥମ ପର୍ଯ୍ୟାୟରେ ବାଲିଘାଟସ୍ଥିତ ବୁଢ଼ାବଳଙ୍ଗ  ନଦୀରେ ୧୪ ଲକ୍ଷ ରୋହି, ଭାକୁର, ମିରିକାଳି  ଜାଆଁଳ ଛଡ଼ାଯାଇଛି । ଅବଶିଷ୍ଟ ଦୁଇଟି ପର୍ଯ୍ୟାୟରେ  ୩ ଲକ୍ଷ ମାଛ ଜାଆଁଳ ଛଡ଼ାଯିବାର ଲକ୍ଷ୍ୟ  ରଖାଯାଇଛି । ଜିଲ୍ଲା ଏବଂ ଜିଲ୍ଲା ବାହାର ଦୁଇଟି  ସଂସ୍ଥାକୁ ଜାଆଁଳ ଛାଡ଼ିବାର ଅନୁମତି ମିଳିଛି ।  ଜାଆଁଳ ବାବଦରେ ମୂଲ୍ୟ ସେମାନଙ୍କୁ ଓଡ଼ିଶା  ପିସିକଲଚର ଡେଭଲୋପମେଣ୍ଟ କର୍ପୋରେସନ  ଲିମିଟେଡ(ଡିପିଡିସି) ପକ୍ଷରୁ ମିଳିବ ।  

ନଦୀରେ ଛଡ଼ାଯାଉଥିବା ଏହି ଜାଆଁଳଗୁଡ଼ିକ  ଉନ୍ନତମାନର । ଏହି ଜାଆଁଳଗୁଡ଼ିକ ୧୦ କିଗ୍ରା  ପର୍ଯ୍ୟନ୍ତ ବଢ଼ିପାରିବେ । ଏହି ମାଛ ବର୍ଷକର  ହେବା ପରେ ପ୍ରଜନନ କ୍ଷମ ହୋଇପାରିବେ ।  ଗୋଟିଏ ମାଛ ପ୍ରଜନନକ୍ଷମ ହେଲେ ଥରକୁ ୧  ଲକ୍ଷ ୮୦ ହଜାରରୁ ୨ ଲକ୍ଷ ଜାଆଁଳ ଦେବେ ।  ମିଳିଥିବା ସୂଚନା ମୁତାବକ, ଆଗାମୀ ଦିନରେ  ରିଭର ରାନ୍‌ଚିଂ ପୋଗ୍ରାମରେ ସୁବର୍ଣ୍ଣରେଖା, ଜଳକା  ନଦୀକୁ ସାମିଲ କରାଯିବ । ସେଠାରେ ମଧ୍ୟ ଏହି  ମାଛ ଜାଆଁଳ ଛଡ଼ାଯିବ । ଏହି ତିନୋଟି ପ୍ରମୁଖ  ନଦୀ ବ୍ୟତୀତ ଜିଲ୍ଲାରେ ଥିବା ସମସ୍ତ ଉପନଦୀ,  ପ୍ରଶସ୍ତ ଜଳାଶୟକୁ ଏହି ଯୋଜନାରେ ସାମିଲ  କରାଯିବାର ଲକ୍ଷ୍ୟ ରଖାଯାଇଛି । ଜିଲ୍ଲାରେ ଏହି  ଯୋଜନା ସଫଳ ହେଲେ ଦେଶୀ ମାଛ ସମସ୍ୟା  ଅନେକାଂଶରେ ସମାଧାନ ହେବା ନେଇ ଆଶା  କରାଯାଉଛି ।   

ଏସବୁ ସତ୍ତେ୍ୱ ବୁଢ଼ାବଳଙ୍ଗରେ ଛଡ଼ା ଯାଉଥିବା  ଜାଆଁଳ ବୃଦ୍ଧି ନେଇ ବିଭିନ୍ନ ସନ୍ଦେହ ଉପୁଜିଛି ।  ସାଧରଣତଃ ଏହି ନଦୀରେ ନଦୀକୂଳିଆ  ଲୋକେ ବିଭିନ୍ନ ସମୟରେ ବିଷ ପକାଇ  ମାଛ ଧରନ୍ତି । ଯଦି ସେମାନେ ଆଗାମୀ  ଦିନରେ ନଦୀରେ ବିଷ ପକାଇବେ³ ତେବେ  ଛଡ଼ାଯାଇଥିବା ମାଛ ଜାଆଁଳ ବଂଶ ନିଶ୍ଚିତ  ପ୍ରଭାବିତ ହେବ । ସେହିଭଳି ଏହି ମାଛଗୁଡ଼ିକ  ବର୍ଷକ ପରେ ପଜନନକ୍ଷମ ହୋଇଥାନ୍ତି । ଯଦି  ଏହାରି ଭିତରେ ଜାଲ ପକାଇ ସେମାନଙ୍କୁ  ଧରାଯିବ³ ତେବେ ଏହି ମାଛ ପ୍ରଜନନକ୍ଷମ  ହୋଇପାରିବେନି । ଏମାନଙ୍କ ବଂଶ ବୃଦ୍ଧି  ପାଇପାରିବ ନାହିଁ । ଏଭଳି କ୍ଷେତ୍ରରେ  ସରକାରଙ୍କ ଲକ୍ଷ୍ୟ ଫଳପ୍ରସୂ ହେବନି ।   

ଜିଲ୍ଲା ମତ୍ସ୍ୟ ଅଧିକାରୀ ଜିତେନ୍ଦ୍ର କୁମାର  ବେହେରାଙ୍କ କହିବା କଥା, ଗତବର୍ଷଠାରୁ  ଜିଲ୍ଲାରେ ଆମେ ଏହି ନୂଆ ଯୋଜନା ଆରମ୍ଭ  କରିଛୁ । ନଦୀରେ ଛଡ଼ାଯାଇଥିବା ଯାଆଁଳ ଯେପରି  ନ ମରନ୍ତି³ ସେଥିପାଇଁ ଆମେ ଗୁରୁତ୍ୱ ଦେଉଛୁ ।  ଏନେଇ ନଦୀକୂଳିଆ ଅଞ୍ଚଳରେ ସଚେତନତା ସୃଷ୍ଟି କରୁଛୁ । ନଦୀରେ ବିଷ ନ ପକାଇବା ପାଇଁ  ଲୋକଙ୍କୁ ବୁଝାଉଛୁ । ଏହା ବ୍ୟତୀତ ଛୋଟ ମାଛ  କିମ୍ବା ଛଡ଼ାଯାଇଥିବା ଯାଆଁଳ ନ ଧରିବା ପାଇଁ  ବଡ଼ ଫାଶଥିବା ଜାଲ ନଦୀରେ ପକାଇବା ପାଇଁ  ଆମେ ଲୋକଙ୍କୁ କହୁଛୁ । ଛଡ଼ାଯାଇଥିବା ମାଛ  ଜାଆଁଳର ଯଦି ୨୦ରୁ ୩୦ ପ୍ରତିଶତ ପ୍ରଜନନକ୍ଷମ  ହୁଅନ୍ତି³ ତେବେ ନଦୀରେ ଦେଶୀମାଛ ସଂଖ୍ୟା  ଅନେକାଂଶରେ ବୃଦ୍ଧି ପାଇବ ବୋଲି ସେ ଆଶା  ବ୍ୟକ୍ତ କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.