ପ୍ରମୂଖ ଖବର
  • ବାଲେଶ୍ବର : OSSC ପରିଚାଳିତ ପରୀକ୍ଷାର ପ୍ରଶ୍ନପତ୍ର ସିଲ୍‌ ଖୋଲାଥିବା ଛାତ୍ରଛାତ୍ରୀଙ୍କ ଅଭିଯୋଗ, ଖଣ୍ଡନ କଲେ କର୍ତ୍ତୃପକ୍ଷ
  • ||
  • ଧର୍ମଗଡ଼ : କେନାଲ ପାଣି ଦାବିରେ ତାତିଲେ ଚାଷୀ, ଧର୍ମଗଡ ତମ୍ବାଛଡା ମୁଖ୍ୟ ରାସ୍ତା ଅବରୋଧ
  • ||
  • ଭୁବନେଶ୍ବର : ମିଠା ଦୋକାନୀଙ୍କୁ ଦାଦାବଟି ମାଗିଲା ଜେଲ ଫେରନ୍ତା, ଅଭିଯୁକ୍ତ ଗିରଫ
  • ||
  • ଖୋର୍ଦ୍ଧା : ପାଣିରେ ଭାସୁଛି ବ୍ୟକ୍ତିଙ୍କ ଗଳିତ ମୃତଦେହ, ପରିଚୟ ଅସ୍ପଷ୍ଟ
  • ||
  • ଆଜିଠୁ ଅନଲାଇନରେ ପଞ୍ଜୀକରଣ କରିପାରିବେ ହବିଷ୍ୟାଳି, ଶାରୀରିକ ଓ ମାନସିକ ଭାବେ ଅସୁସ୍ଥ ଥିଲେ ମିଳିବନି ଅନୁମତି
  • ||
  • ଧର୍ମଗଡ : ଅଜଣା ଗାଡ଼ି ଧକ୍କାରେ ବ୍ୟକ୍ତିଙ୍କ ମୃତ୍ୟୁ, ପରିଚୟ ଅସ୍ପଷ୍ଟ
  • ||
  • ଆନନ୍ଦପୁର : ଗଣେଶ ପୂଜା ବିସର୍ଜନ ବେଳେ ଢେଲା ମାଡକୁ ନେଇ ଉତ୍ତେଜନା ଘଟଣା, ୨ ଗିରଫ
  • ||
  • ବାସୁଦେବପୁରର ବିଭିନ୍ନ ସ୍ଥାନରେ ଅବକାରୀ ବିଭାଗର ଚଢ଼ାଉ; ବିପୁଳ ପରିମାଣର ମଦ ଜବତ, ୫ ଗିରଫ
  • ||
  • ଛତ୍ରପୁର : ରୁଟି ବ୍ୟବସାୟୀଙ୍କୁ ପଛପଟୁ ଧକ୍କା ଦେଲା ଅଜଣା ଗାଡି, ଜଣେ ଗୁରୁତର
  • ||
  • ରବିବାର ତିନିଦିନିଆ ଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ମାଓ ମୁକାବିଲା ସମୀକ୍ଷା ବୈଠକରେ ହେବେ ସାମିଲ
  • ||
  • ଜଗତସିଂହପୁରରେ ମୂର୍ତ୍ତି ଚୋରୀ ରାକେଟ ସକ୍ରିୟ, ଜଣେ ଅଭିଯୁକ୍ତ ଏବଂ ତାଙ୍କ ମା ଅଟକ
  • ||
  • କୋଣାର୍କ : ମୃତଦେହକୁ ଘରକୁ ନେବାକୁ ମିଳିଲାନି ଆମ୍ୱୁଲାନ୍ସ, ଟ୍ରଲିରେ ବୁହା ହେଲା ଶବ
  • ||
  • ସୋମବାର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହଙ୍କ ନକ୍ସଲ ମୁକାବିଲା ବୈଠକ, ଯୋଗଦେବେ ୮ ରାଜ୍ୟର ମୁଖ୍ୟମନ୍ତ୍ରୀ
  • ||
  • କଣ୍ଟାବାଞ୍ଜି : ବେଆଇନ କ୍ଲିନିକ ଖୋଲି ଚିକିତ୍ସା କରୁଥିଲେ ନକଲି ଡାକ୍ତର, ଅଭିଯୁକ୍ତ ଗିରଫ
  • ||
  • ଅକ୍ଟୋବର ହେଲାଣି ଖରା ଦିନ ଯାଉନି, ଅସ୍ୱାଭାବିକ ପାଣିପାଗରେ ସମସ୍ତେ ନାକେଦମ୍‌: ୧୪ ଯାଏଁ ବିଶେଷ ବର୍ଷା ନାହିଁ
  • ||

ଜଳବାୟୁ ପରିବର୍ତ୍ତନ ମୁକାବିଲା ପାଇଁ ଅଣ୍ଟା ଭିଡ଼ିଲା ଓସ୍‌ଡମା: ଖୋଲିବ ୪ ନୂଆ ଡିଭିଜନ, ସୃଷ୍ଟି ହେବ ୩୭ ନୂଆ ପଦବୀ

ଭୁବନେଶ୍ୱର,୦୬/୧୦: ସାରା  ବିଶ୍ୱ ପାଇଁ ଜଳବାୟୁ ପରିବର୍ତ୍ତନ ହେବ  ବଡ଼ ବିପଦ ହୋଇ ଛିଡ଼ା ହେଲାଣି ।  ଏହାର ମୁକାବିଲା ପାଇଁ ଓଡ଼ିଶା ରାଜ୍ୟ  ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ  (ଓସ୍‌ଡମା) ଅଣ୍ଟା ଭିଡ଼ିଛି । ଏଥିପାଇଁ  ଓସ୍‌ଡମାର ହେବ ନବକଳେବର ।  ବଦଳିବ ଢାଞ୍ଚା । ଖୋଲିବ ୪ ନୂଆ  ଡିଭିଜନ । ବଢ଼ିବେ ମାନବ ସମ୍ବଳ । ସୃଷ୍ଟି  ହେବ ୩୭ ନୂଆ ପଦବୀ । 

୧୯୯୯ ମହାବାତ୍ୟାରେ ଓଡ଼ିଶା  ଧ୍ୱସ୍ତବିଧ୍ୱସ୍ତ ହୋଇଥିଲା । ଜୀବନ  ହରାଇଥିଲେ ୧୦ ହଜାରରୁ ଅଧିକ ।  କ୍ଷୟକ୍ଷତି ଆକଳନଠାରୁ ଢେର ଅଧିକ  ଥିଲା । ଏହା ପରବର୍ତ୍ତୀ ବିପର୍ଯ୍ୟୟ  ମୁକାବିଲା ପାଇଁ ଓସ୍‌ଡମା ଗଢ଼ି ଓଡ଼ିଶା  ସାରା ଦେଶକୁ ଦେଇଥିଲା ମଡେଲ୍‌ ।  ପରବର୍ତ୍ତୀ ସମୟରେ ଯେତେ ବାତ୍ୟା,  ବାତ୍ୟା ଓଡ଼ିଶା ମୁହାଁ ହୋଇଛି, ଓସ୍‌ଡମା  ଦେଖାଇଛି ଦକ୍ଷତା । ପୂର୍ବରୁ ବିପର୍ଯ୍ୟୟ  ମୁକାବିଲା ପାଇଁ ପ୍ରାକ୍‌ ପ୍ରସ୍ତୁତି କରିବାକୁ  ପଡ଼ୁଥିଲା । ଏବେ ଅଚାନକ ବିପଦ ମାଡ଼ି  ଆସୁଛି । ତେଣୁ ପୁରୁଣା ଢାଞ୍ଚା ଛାଡ଼ି  ଏବେ ନୂଆ ଢାଞ୍ଚା ଆଣିବ ଓସ୍‌ଡମା ।  ଜାତୀୟ ବିପର୍ଯ୍ୟୟ ମୁକାବିଲା ଢାଞ୍ଚାରେ  ଜଳବାୟୁ ପରିବର୍ତ୍ତନ ମୁକାବିଲା ପାଇଁ  ନୂଆ ନୂଆ ଜ୍ଞାନ କୌଶଳ ଉପଯୋଗ  କରାଯିବ । 

ଏଥିପାଇଁ ମାନବ ସମ୍ବଳର  ଦକ୍ଷତା ବୃଦ୍ଧି କରାଯିବ । ୪ଟି ଡିଭିଜନ  ମଧ୍ୟରେ ଜେନେରାଲ ଡିଭିଜନ, କାର୍ଯ୍ୟ  ଦକ୍ଷତା ବୃଦ୍ଧି, ପ୍ରକଳ୍ପ ଓ ବୈଷୟିକ ଜ୍ଞାନ  କୌଶଳ, ଅର୍ଥ ଡିଭିଜନ ରହିବ । ପ୍ରତି  ଡିଭିଜନରେ ଜଣେ ଲେଖାଏଁ ନିର୍ବାହୀ  ନିର୍ଦ୍ଦେଶକ (ଆଇଏଏସ୍‌ କିମ୍ବା ଓଏଏସ୍‌)  ରହିବେ । ପ୍ରତି ବିଭାଗରେ ବୈଷୟିକ  ଜ୍ଞାନ ଥିବା ବିଶେଷଜ୍ଞ, କନସଲଟାଣ୍ଟ  ନିଯୁକ୍ତ ହେବେ । ପ୍ରକଳ୍ପ ଓ ବୈଷୟିକ  ଜ୍ଞାନ କୌଶଳ ଡିଭିଜନର ନିର୍ବାହୀ  ନିର୍ଦ୍ଦେଶକ ଜଣେ ଯନ୍ତ୍ରୀ ରହିବେ, ଯିଏକି  ରାଜ୍ୟ ସରକାରଙ୍କ ଯନ୍ତ୍ରୀ ହୋଇଥିବେ  କିମ୍ବା କେନ୍ଦ୍ର ଟେଲିକମ ବିଭାଗରୁ ଆସିବେ । ଅର୍ଥ ବିଭାଗର ନିର୍ବାହୀ  ନିର୍ଦ୍ଦେଶକ ଓଏଫଏସ୍‌ ପାହ୍ୟାରେ  ହେବେ । ବର୍ତ୍ତମାନ ଓଏସ୍‌ଡମାରେ  ୧୦୨ଜଣ କର୍ମଚାରୀ ଅଛନ୍ତି । ଏଥିରୁ  ୧୦ଟି ପଦବୀ ଉଚ୍ଛେଦ ହେବ । ୩୭ଟି  ନୂଆ ପଦବୀ ସୃଷ୍ଟି କରାଯିବା ସହ ମୋଟ  ପଦବୀ ସଂଖ୍ୟା ୧୨୯ ହେବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.