ନୂଆଦିଲ୍ଲୀ,୨୭/୬ : ପଶ୍ଚିମବଙ୍ଗର ରାଜଧାନୀ କୋଲକାତା ସହ ରାଜ୍ୟର କେତେକ ଜିଲ୍ଲାରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ନିର୍ଦଶ ପରେ ଅତିଆକ୍ରମଣ ବିରୁଦ୍ଧରେ ପୋଲିସ ଅଭିଯାନ ଜାରି କରିଛି । ଏହିଭଳି ଭାବେ କୋଲକାତାରେ ଭାରତୀୟ ଜନତା ପାର୍ଟି(ବିଜେପି)ର କାର୍ଯ୍ୟାଳୟ ଭଙ୍ଗା ଯାଇଛି । କୋଲକାତାର ତାରାତଳାର ଗୋରାଗାଚାରେ ଯେଉଁଠାରେ ବିଜେପି ଅଫିସ ଭଙ୍ଗାଗଲା ସେଠାରେ ଯେତେବେଳେ ପୋଲିସ ପହଞ୍ଚିଥିଲା ତ ବିଜେପି କାର୍ଯ୍ୟକର୍ତ୍ତାଙ୍କ ସହ ମୁହାଁମୁହିଁ ହୋଇଛି ।
ପଶ୍ଚିମବଙ୍ଗରେ ପୋଲିସ ଗତ ଦୁଇ ଦିନରେ ରାଜ୍ୟସାରା ହଜାରେରୁ ଅଧିକ ସଂଖ୍ୟାରେ ଫୁଟପାଥରେ ଲାଗିଥିବା ଦୋକାନକୁ ହଟାଇଛି । ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଫୁଟପାଥକୁ କବଜା କରିଥିବା ଲୋକଙ୍କ ବିରୋଧରେ ପ୍ରଶାସନ ତରଫରୁ ଚଲାଯାଉଥିବା ଅଭିଯାନକୁ ନେଇ ଗୁରୁବାର ଏକ ଉଚ୍ଚସ୍ତରୀୟ ବୈଠକ ବି ଡକାଯାଇଛି ।