ପ୍ରମୂଖ ଖବର
  • ବୋରିଗୁମ୍ମା : ଗୋଟିଏ ଦିନରେ ୩ ଘରୁ ଚୋରି, ୨କୋଟି ଟଙ୍କାର ସୁନା ଅଳଙ୍କାର ସହ ନଗଦ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ
  • ||
  • ବଣାଇ : ବିଦ୍ୟୁତ ଖୁଣ୍ଟକୁ ପିଟି ଓଲଟିଲା OSRTC ବସ୍‌, ୨୦ ଆହତ
  • ||

ରାଜ୍ୟରେ ଖସିବ ପାରଦ: ଆସନ୍ତା ଦୁଇ ଦିନ ଘନ କୁହୁଡ଼ି ସମ୍ଭାବନା,୧୦ ଜିଲ୍ଲାକୁ ୟେଲୋ ଆଲର୍ଟ

Published By : Prameya | February 10, 2025 7:22 AM

ଭୁବନେଶ୍ୱର,୧୦/୦୨: ରାଜ୍ୟରେ  ଆସନ୍ତା ଦୁଇ ଦିନ ତାପମାତ୍ରା ସାମାନ୍ୟ ହ୍ରାସ ପାଇବ । ସେହିପରି ଦକ୍ଷିଣ ଓଡିଶାର କିଛି  ସ୍ଥାନରେ ମଧ୍ୟମ ଧରଣର କୁହୁଡି ହେବାର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।  

ପାଣିପାଗର ପୂର୍ବାନୁମାନ ଅନୁସାରେ  ପଶ୍ଚିମାଝଡ଼ ଅପସାରଣ ପରେ ଉତ୍ତର  ପଶ୍ଚିମ ଦିଗରୁ ଥଣ୍ଡା ଓ ଶୁଷ୍କ ବାୟୁ ରାଜ୍ୟକୁ  ପ୍ରବେଶ କରୁଛି । ପ୍ରଭାବରେ ରାଜ୍ୟର  ବିଭିନ୍ନ ଜିଲ୍ଲାରେ ୪ ଡିଗ୍ରୀ ପର୍ଯ୍ୟନ୍ତ କମିଛି  ପାରଦ । ଆସନ୍ତା ୨୪ ଘଣ୍ଟା ଆହୁରି ୨ରୁ  ୩ ଡିଗ୍ରୀ କମିବ ବୋଲି ପାଣିପାଗ କେନ୍ଦ୍ର  ପୂର୍ବାନୁମାନ କରିଛି । ସେପଟେ ଆସନ୍ତା ଦୁଇ  ଦିନ ଯାଏଁ କଲବଲ କରିବ ଘନ କୁହୁଡ଼ି ।  ୨୪ ଘଣ୍ଟା ପାଇଁ ୧୦ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି ।  

ବିଶେଷ କରି ନୟାଗଡ଼, କଳାହାଣ୍ଡି,  ଗଞ୍ଜାମ, ଗଜପତି, ରାୟଗଡ଼ା ଓ କୋରାପୁଟ  ସମେତ ୧୦ଟି ଜିଲ୍ଲାରେ ଘନ କୁହୁଡ଼ି  ହେବାର ସମ୍ଭାବନା ରହିଛି । ସେହିପରି  ମଙ୍ଗଳବାର ଭଦ୍ରକ, କେନ୍ଦ୍ରାପଡା, ଯାଜପୁର,  ଜଗତସିଂହପୁର, କଟକ, ଅନୁଗୁଳ,  ଢେଙ୍କାନାଳରେ ମଧ୍ୟମ ଧରଣରେ କୁହୁଡି  ହେବ । ସତର୍କତା ଜାରି ହୋଇଥିବା  ଜିଲ୍ଲାରେ ଗାଡି ଧୀରେ ଚଳାଇବା ପାଇଁ  ପରାମର୍ଶ ଦିଆଯାଇଛି । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.