ଭୁବନେଶ୍ୱର,୦୬/୦୪: ଆସନ୍ତା ଦୁଇ ଦିନରେ ଦିନ ତାପମାତ୍ରା ୨ରୁ ୪ ଡିଗ୍ରୀ ବଢ଼ିପାରେ । ପଶ୍ଚିମ ଓଡ଼ିଶାର ବିଭିନ୍ନ ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ୍ ଛୁଇଁପାରେ । ପାଣିପାଗ ବିଭାଗ ଏଭଳି ପୂର୍ବାନୁମାନ କରିଛି । ରବିବାର ବୌଦ୍ଧ, ବଲାଙ୍ଗିର, ଭବାନୀପାଟଣା, ଟିଟିଲାଗଡ଼, ଝାରସୁଗୁଡ଼ାରେ ତାପମାତ୍ରା ୪୦ ଡିଗ୍ରୀ ଛୁଇଁପାରେ । ସୋମବାର ବି ପଶ୍ଚିମ ଓଡ଼ିଶାର ଅଧିକାଂଶ ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ଛୁଇଁବ ବୋଲି ପାଣିପାଗ ବିଭାଗ ଆକଳନ କରିଛି ।
ଶନିବାର ଟିଟିଲାଗଡ଼ରେ ତାପମାତ୍ରା ସର୍ବାଧିକ ୪୦.୫ ଡିଗ୍ରୀ ଥିଲା । ସୋନପୁରର ୪୦.୧ ଡିଗ୍ରୀ, ବୌଦ୍ଧ ୪୦ଡିଗ୍ରୀ, ତାଳଚେର ୩୯.୮, ଭୁବନେଶ୍ୱର ୩୯.୭ ଓ ଚାନ୍ଦବାଲିରେ ୩୯.୬ ଡିଗ୍ରୀ ରେକର୍ଡ ହୋଇଛି ।