ପ୍ରମୂଖ ଖବର
  • ବୋରିଗୁମ୍ମା : ଗୋଟିଏ ଦିନରେ ୩ ଘରୁ ଚୋରି, ୨କୋଟି ଟଙ୍କାର ସୁନା ଅଳଙ୍କାର ସହ ନଗଦ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ
  • ||
  • ଭାସାମ୍ୟ ହରାଇ ଓଲଟିଲା ଓଏସଆରଟିସି ବସ୍‌, ୧୨ରୁ ଉର୍ଦ୍ଧ୍ୱ ଯାତ୍ରୀ ଆହତ
  • ||

ଗରମରୁ ମିଳିବ ଆଶ୍ୱସ୍ତି: ଆସନ୍ତା ୧୯ରୁ ୨୧ ଯାଏ ବର୍ଷା ସମ୍ଭାବନା, ବିଭିନ୍ନ ଜିଲ୍ଲାକୁ ଆଲର୍ଟ ଜାରି

Published By : Prameya | February 16, 2025 7:27 AM

ଭୁବନେଶ୍ୱର,୧୬/୦୨: ଆସନ୍ତା ୧୯ ତାରିଖରୁ ୨୧ ତାରିଖ  ଯାଏ ରାଜ୍ୟରେ ବର୍ଷା ହେବ । ୧୯ରେ  ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ଝାରସୁଗୁଡ଼ା, ବାଲେଶ୍ୱର, ଭଦ୍ରକ,  ଯାଜପୁର ଓ ଢେଙ୍କାନାଳରେ ସ୍ୱଳ୍ପରୁ  ମଧ୍ୟମ ଧରଣର ବର୍ଷା ହୋଇପାରେ ।  ୨୦ ତାରିଖରେ ମୟୂରଭଞ୍ଜ, କେନ୍ଦୁଝର,  ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା,  ଜଗତସିଂହପୁର, ଖୋର୍ଦ୍ଧା, କଟକ,  ଢେଙ୍କାନାଳ, ଯାଜପୁର, ପୁରୀ, ନୟାଗଡ଼, ଗଞ୍ଜାମ, ଗଜପତି, ରାୟଗଡ଼ା  ଓ ସୁନ୍ଦରଗଡ଼ରେ ସ୍ୱଳ୍ପରୁ ମଧ୍ୟମ ଧରଣର  ବର୍ଷା ହୋଇପାରେ । ୨୧ ତାରିଖରେ  ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର,  ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର,  ଯାଜପୁର, ଗଞ୍ଜାମ, ଗଜପତି, କଟକ ଓ  ଖୋର୍ଦ୍ଧାରେ ବର୍ଷା ହୋଇପାରେ । 

ଶନିବାର  ବୌଦ୍ଧରେ ଦିନ ତାପମାତ୍ରା ସର୍ବାଧିକ  ୩୬.୫ ଡିଗ୍ରୀ ସେଲସିୟସ୍‌ ରେକର୍ଡ  ହୋଇଛି । ମାଲକାନଗିରିରେ ୩୫.୬,  ଖୋର୍ଦ୍ଧାରେ ୩୫.୫, ପାରଳାଖେମୁଣ୍ଡିରେ  ୩୫.୨ ଡିଗ୍ରୀ ତାତି ରେକର୍ଡ ହୋଇଛି ।  ଫୁଲବାଣୀରେ ରାତି ତାପମାତ୍ରା ସବୁଠୁ  କମ୍‌ ବା ୯ ଡିଗ୍ରୀ ରେକର୍ଡ ହୋଇଥିଲା ।  ରବିବାରଠାରୁ ରାତି ତାପମାତ୍ରା ୨ରୁ  ୩ ଡିଗ୍ରୀ ବଢ଼ିଯିବ ବୋଲି ପାଣିପାଗ  ବିଭାଗ ପୂର୍ବାନୁମାନ କରିଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.